ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବିଦ୍ୟାଶ୍ରୀ ଙ୍କୁ ତ ନିଶ୍ଚୟ ଜାଣିଥିବେ । ତେବେ ସେ ହେଉଛନ୍ତି ସମାଜସେବୀ ସ୍ୱର୍ଗତଃ ଆଦିତ୍ୟ ଙ୍କ ସ୍ତ୍ରୀ । ତେବେ ସେ ସବୁବେଳେ ମିଡ଼ିଆ ରେ ଚର୍ଚ୍ଚାର ପାତ୍ର ହୋଇ ରୁହନ୍ତି । ତେବେ ବର୍ତ୍ତମାନ ଫୁଣି ଥରେ ସେ ଚର୍ଚ୍ଚା କୁ ଆସି ଯାଇଛନ୍ତି । ତେବେ କିନ୍ତୁ ଏଥର ସେ ନୁହେଁ ବରଂ ସ୍ୱର୍ଗତଃ ଆଦିତ୍ୟ ଦାସ ଙ୍କ ମାଆ ମିଡ଼ିଆ ଆଗରେ କହିଛନ୍ତି । ତେବେ ସେ ମିଡ଼ିଆ ଆଗରେ କହିଥିଲେ କି ୯ ତାରିଖ ଦିନ ତାଙ୍କ ପୁଅ ର ବିବାହ ବାର୍ଷିକ ଥିଲା ।
ତେବେ ସେ ସେହି କଥା ଭାବି ଭାବି ମନ ଦୁଃଖ କରି କାନ୍ଦି କରି ନିଜର କାମ କରୁଥିଲେ ଠାକୁର ପୂଜା କରୁଥିଲେ । ତେବେ ସେହି ସମୟରେ ଆଶ୍ରମ ରୁ ତାଙ୍କ ପାଖକୁ ଜଣେ ପୁଅ ସେ ଫୋନ କରିଥିଲେ ଏବଂ ପଚାରି ଥିଲେ କି କଣ ମାଉସୀ ରୋଷେଇ କରି ସାରିଲେଣି ତେବେ ସେ ମନା କରିଥିଲେ ଏହା ପରେ ସେ କହିଥିଲେ କି ଆଜି ରୋଷେଇ କର ନାହିଁ ଏହି ଆଶ୍ରମ ରେ ଖାଇଦେଵ ।
ତେବେ ସେ ମଧ୍ୟ ଆଶ୍ରମ ଯାଇଥିଲେ ଏବଂ ପ୍ରାୟଃ ୧ଟା ସମୟରେ ବିଦ୍ୟାଶ୍ରୀ ସେଠାକୁ ଆସିଥିଲେ ଏବଂ ସମସ୍ତଙ୍କୁ ଖାଇବା ପିଇବା ଦେଇ ଯାଇଥିଲେ । ତେବେ ବିକାଶ ମୋତେ ପାଟି କରୁଛି କି ସେ ବିଦ୍ୟାଶ୍ରୀ କାହିଁକି ଆସିଥିଲା କଣ ପାଇଁ ଆଶ୍ରମ କୁ ଆସୁଛି ଆଗରୁ ଆସୁ ନଥିଲା ଏବେ କଣ ପାଇଁ ଆସୁଛି । ତେବେ ମୁଁ କହିଥିଲି କି ଏଇଟା ତ ଆଶ୍ରମ ଯିଏ ଚାହିଁବ ସେ ଆସି ପାରିବ ତେବେ ସେ କଣ ପାଇଁ ଆସୁଛି ତାକୁ ପଚାର ।
ତେବେ ଏହା ପରେ ସେ କାନ୍ଦିଥିଲେ ଏବଂ କହିଥିଲେ କି ୨୪ବର୍ଷ ବୟସରେ ବହୁତ କଷ୍ଟ ରେ ମୋ ପୁଅ ଏହି ଆଶ୍ରମ କରିଛି । ତେବେ ୨୦୨୦ ମସିହା ଜୁଲାଇ ୭ ତାରିଖରେ ଭୁବନେଶ୍ୱରର ଲିଙ୍ଗରାଜ ରେଳ ଷ୍ଟେସନ ନିକଟରେ ରେଳ ଧାରଣା ଉପରେ ଆଦିତ୍ୟ ଦାଶଙ୍କ ରକ୍ତାକ୍ତ ଶବ ପଡ଼ିଥିବା ଦେଖାଯାଇଥିଲା । ଆଦିତ୍ୟଙ୍କ ସହ ଏହାର ମାତ୍ର ମାସକ ତଳେ ବିବାହ କରିଥିବା ବିଦ୍ୟାଶ୍ରୀ ଓ ତାଙ୍କ ପରିବାର ଅଭିଯୋଗ କରିଥିଲେ ଯେ ଏହା ଏକ ହତୟଆ ।
ଏହି ଘଟଣାର ତଦନ୍ତ ପ୍ରଥମେ ସରକାରୀ ରେଳ ପୋଲିସ ଓ ତା’ ପରେ ରାଜ୍ୟ ପୋଲିସର କ୍ରାଇମ୍ ବ୍ରାଞ୍ଚ୍ କରିଥିଲା । ଗତ ମାସ କ୍ରାଇମ୍ ବ୍ରାଞ୍ଚ ସ୍ପଷ୍ଟ କରିଥିଲା ଯେ ଆଦିତ୍ୟଙ୍କ ମୃତ୍ୟୁ ଏକ ଆତ୍ମହତୟଆ ଥିଲା । ହେଲେ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ମାତାପିତା ଏହା ଏକ ହତୟଆ ବୋଲି ଦାବି କରି ସିବିଆଇ ତଦନ୍ତ ଦାବି କରିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।