Baramunda ବସ ଷ୍ଟାଣ୍ଡରେ ତୁମୁଳ କାଣ୍ଡ, ରକ୍ତ ରଞ୍ଜିତ ହେଇଗଲା ରାଜଧାନୀ Bhubaneswar, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ବର୍ତ୍ତମାନ ସମୟ ରେ ଅନେକ ପ୍ରକାର ଅଘଟଣ ସାମ୍ନା କୁ ଆସୁଛି । ଯେ କୌଣସି ମୁହୂର୍ତ୍ତରେ ବି କିଛି ବି ଘଟି ଯାଉଛି । ଯାହା କେବେ କେହି ବର୍ଣ୍ଣନା ବି କରି ନଥାନ୍ତି ତାହା ବାସ୍ତବରେ ଘଟି ଯାଉଛି । କେତେବେଳେ କେଉଁଠି ହତୟଆ ତ କେଉଁଠି ଆତ୍ମହତୟଆ ର ଖବର ଲୋକ ମାନଙ୍କୁ ଆଚମ୍ବିତ କରି ଦେଉଛି । ତେବେ ପୁଣିଥରେ ଏଭଳି ଏକ ଖବର ସାମ୍ନା କୁ ଆସିଛି ।

ସୂଚନାଯୋଗ୍ୟ ପୁଣିଥରେ ରକ୍ତ ରଞ୍ଜିତ ହେଲା ରାଜଧାନୀ ଭୁବନେଶ୍ବର । ବରମୁଣ୍ଡା ର ନୂଆ ବସ ଷ୍ଟାଣ୍ଡ ରେ ହଣା କଟା । ରକ୍ତ ରେ ଜୁଡୁବୁଡ଼ୁ ହୋଇ ଡ୍ରାଇଭର ଓ କଣ୍ଡକ୍ଟର ବସ ଷ୍ଟାଣ୍ଡ ସାରା ଦୌଡ଼ିଲେଣି । କିନ୍ତୁ କେହିବି ଉଦ୍ଧାର କରିଲେ ନାହିଁ । ବାରମ୍ବାର ଆଇନ କୁ ହାତ କୁ ନେଇ ଖୁଲମଖୁଲା ଏଭଳି ଅପରାଧ କରୁଛନ୍ତି ଅପରାଧୀ ।

ତଥାପି ପୋଲିସ ର ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ନହେବାରୁ ଖୁଲମଖୁଲା ଅପରାଧୀ ମାନେ ଏଭଳି ଅପରାଧ କରି ଚାଲିଛନ୍ତି । ବରମୁଣ୍ଡା ନୂଆ ବସ ଷ୍ଟାଣ୍ଡ ରେ ଡ୍ରାଇଭର ଓ କଣ୍ଡକ୍ଟର କୁ ଆଜି ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି କିଛି ଦୁର୍ବୁତ୍ତ । ଆଉ ସବୁଠାରୁ ବଡ଼ କଥା ପୋଲିସ ସାମ୍ନା ରେ ବି ହାଣି ରକ୍ତାକ୍ତ କରିଛନ୍ତି । ରକ୍ତ ଜୁଡୁବୁଡ଼ୁ ହୋଇ ଡ୍ରାଇଭର ଓ କଣ୍ଡକ୍ଟର ବସ ଷ୍ଟାଣ୍ଡ ସାରା ଦୌଡ଼ି ଥିଲେ ।

ଘଟଣା ସ୍ଥଳ ରେ ଖବର ପାଇ ଭରତପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଠାରେ କହିବାକୁ ଚାହିଁବୁ ଯେ, ବସ ସ୍ୱତନ୍ତ୍ର ରେ ବସ ଆଗପଛ ଯିବାକୁ ନେଇ ପ୍ରଥମେ ଗଣ୍ଡଗୋଳ ହୋଇଥିଲା । ଦେଖୁଦେଖୁ ବିବାଦ ଉଗ୍ର ରୂପ ନେଇଥିଲା । ପ୍ରଥମେ ଗଣ୍ଡଗୋଳ ଏବଂ ଏହାପରେ ହଣା କଟା ପର୍ଯ୍ୟନ୍ତ କଥା ଗଲା ଏବଂ ଅନ୍ୟ ବସ ର କର୍ମଚାରୀ ମାନେ ଧାରୁଆ ଅସ୍ତ୍ର ରେ ହାଣି ପକାଇଲେ ।

ବସ ର କଣ୍ଡକ୍ଟର ରକ୍ତାକ୍ତ ହୋଇ ବସ ଷ୍ଟାଣ୍ଡ ସାରା ଦୌଡ଼ି ବୁଲିଲେ । କିନ୍ତୁ କେହିବି ତାକୁ ଉଦ୍ଧାର କରିଲେ ନାହିଁ । ପୋଲିସ ଆସିବା ପରେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ନିଜର ତଦନ୍ତ ଆରମ୍ଭ କରି ଦେଇଛି । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *