ୟାଙ୍କୁ କୁହନ୍ତି ରିଅଲ ସୁପରଷ୍ଟାର…ମନରେ ଟିକେ ବି ନାହିଁ ଗର୍ବ ଆଉ ଅହଂକାର ! ନିଜେ ଦେଖି ନିଅନ୍ତୁ…

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଷ୍ଟାର କିଡ୍ସ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଯେତେବେଳେ ଷ୍ଟାର କିଡ୍ସ ମାନଙ୍କର କଥା ଉଠେ ସେତେବେଳେ ସାଧାରଣତଃ ଆପଣ ମାନଙ୍କ ମନରେ ନେପୋଟିସିମ କଥା ଆସୁଥିବ । କାରଣ ବଲିଉଡ ଇଣ୍ଡଷ୍ଟ୍ରିରେ ଥିବା ଅନେକ ଷ୍ଟାର କିଡ୍ସ ମାନଙ୍କୁ କେବଳ ତାଙ୍କ ଫାମିଲି ବାକଗ୍ରାଉଣ୍ଡ ଆଧାରରେ ଅତି ସହଜରେ କାମ ମିଳିଥାଏ ।

ଆଉ ଯେଉଁ ମାନେ ବର୍ଷ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ଗୋଟେ ଛୋଟ ଭୂମିକା କରିବାକୁ କଷ୍ଟ କରନ୍ତି ସେମାନଙ୍କୁ ଗୁରୁତ୍ଵ ଦିଆ ଯାଇ ନଥାଏ । ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି ଜଣେ ଷ୍ଟାର କିଡ୍ ଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ଫାମିଲି ବାକଗ୍ରାଉଣ୍ଡ ନୁହେଁ ନିଜ ଟ୍ୟାଲେଣ୍ଟ ପାଇଁ ଆଜି ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହି ଷ୍ଟାର କିଡଙ୍କ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଷ୍ଟାର କିଡ ଜଣକଙ୍କ ବିଷୟରେ । ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଷ୍ଟାର କିଡଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ସାଉଥ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଅଭିନେତା ରାମ ଚରଣ । ରାମ ଚରଣ ହେଉଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ଚିରଞ୍ଜିବୀଙ୍କ ଏକ ମାତ୍ର ପୁଅ । ଚିରଞ୍ଜିବୀ ନିଜ ସମୟରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଥିଲେ ।

ଆଉ ତାଙ୍କ ସମ୍ମାନକୁ ରାମ ଚରଣ ବଜାଇ ରଖିଛନ୍ତି । ରାମ ଚରଣ ମଗାଧିରା ଫିଲ୍ମରୁ ନିଜ କାରିୟରର ଆରମ୍ଭ କରିଥିଲେ । ରାମ ଚରଣ ନିଜ କାରିୟରରେ ଅନେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି ଆଉ ସାରା ଭାରତରେ ତାଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ତାଙ୍କୁ ଦେଖିଲେ କେହି ବି କହିବେ ନାହିଁ ଯେ ସେ ଷ୍ଟାର କିଡ ବୋଲି । ଅନେକ ଥର ରାମ ଚରଣ ନିଜ ଫ୍ୟାନ୍ସ ମାନଙ୍କୁ ଘରକୁ ନିମନ୍ତ୍ରଣ ଦେଇ ଭୋଜନ ଦିଅନ୍ତି । ଆଉ ସେ ସବୁବେଳେ ନିଜ ଫ୍ୟାନ୍ସ ମାନଙ୍କୁ ବହୁତ ଭଲ ପାନ୍ତି ।

ସାଧାରଣତଃ କୌଣସି କଳାକାର ମାରକେଟ ଯାଇ ଜିନିଷ କିଣି ନଥାନ୍ତି ହେଲେ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ରାମ ଆପେଲ କିଣୁ ଥିବାର ନଜର ଆସୁଛନ୍ତି । ଏତେ ବଡ ଷ୍ଟାର ହେଇ ସେ ମାରକେଟ ଯାଇଛନ୍ତି ଆପେଲ କିଣିବା ପାଇଁ । ରାମ ଯାହା ବି ଜିନିଷ କିଣନ୍ତି ସେ ଅଧିକ ଟଙ୍କା ଦିଅନ୍ତି । ତାଙ୍କର ଏଭଳି ସ୍ଵଭାବକୁ ସମସ୍ତ ଲୋକ ବହୁତ ପସନ୍ଦ କରନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସାଉଥ ଅଭିନେତା ରାମ ଚରଣ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *