ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଓଡ଼ିଆ ସିନେମା ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଓଡ଼ିଆ କଳାକାର ମାନଂକୁ ପସନ୍ଦ ମଧ୍ୟ କରୁଥିବେ । ତେବେ ସେହି କଳାକାର ମାନଙ୍କ ଭିତରୁ ନବେ ଦଶକ ର ଜଣେ ଅଭିନେତ୍ରୀ ହେଉଛନ୍ତି ଉଷସୀ ମିଶ୍ର । ତେବେ ଆସନ୍ତୁ ତାଙ୍କର ଜୀଵନ ବିଷୟରେ କିଛି ଆଲୋଚନା କରି ନେବା । ତେବେ ଉଷସୀ ମିଶ୍ର ଜଣେ ଓଡ଼ିଆ ଅଭିନେତ୍ରୀ । ଉଷସୀ ଉଭୟ ସକରାତ୍ମକ ଏବଂ ନକରାତ୍ମକ ଚରିତ୍ରରେ ଅନେକ ଚଳଚ୍ଚିତ୍ର, ଯାତ୍ରା ଓ ଟିଭି ଧାରାବାହିକ ଓ ଓଡ଼ିଆ ଆଲବମ ଗୀତରେ ଅଭିନୟ କରିଛନ୍ତି ।
୧୯୮୩ ମସିହାରେ ପଶ୍ଚିମ ବଙ୍ଗର ମୁର୍ଶିଦାବାଦ ଫରକ୍କାକେନ୍ଦ୍ରୀୟ ବିଦ୍ୟାଳୟରଛାତ୍ରୀ ଥିଲେ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନରେ ସ୍ନାତକ ପରେ ୧୯୯୫ ମସିହାରେ ଫ୍ୟାସନ ଡିଜାଇନ କୋର୍ସ କରିଥିଲେ । ପରବର୍ଷ ଏକ୍ସପୋର୍ଟ ମ୍ୟାନେଜମେଣ୍ଟ କୋର୍ସରେ ଡିପ୍ଲୋମା କରିଥିଲେ । ଜୁନ ୨୭ ୨୦୦୯ ମସିହାରେ ବଙ୍ଗଳା ଅଭିନେତା ରତନ ଲକ୍ଷ୍ମଣୀଙ୍କୁ ବିବାହ କରିଥିଲେ ।
ତେବେ ଉଷସୀ ୧୯୯୮ ମସିହାରେ ଓଡ଼ିଆ କଥାଚିତ୍ର ବୋଉ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଟିଭି ଧାରାବାହିକ ମାଧ୍ୟମରେ ଲୋକପ୍ରିୟତା ହାସଲ କଲେ । ଅନେକ ଧାରାବାହିକରେ ମୁଖ୍ୟ ଚରିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ୨୦୦୧ ମସିହାରୁ ଦୂରଦର୍ଶନରେ ଲୋକପ୍ରିୟ କାର୍ଯ୍ୟକ୍ରମ କଲ୍ୟାଣୀ ପରି ଅନେକ କାର୍ଯ୍ୟକ୍ରମରେ ଉପସ୍ଥାପିକା କାର୍ଯ୍ୟ ତୁଲାଇଛନ୍ତି ।
ଇଷ୍ଟର୍ଣ୍ଣ ଅପେରାରେ ଯୋଗଦେଇ ଯାତ୍ରା ଦୁନିଆରେ ପ୍ରଥମେ କାମ ଆରମ୍ଭ କରିଥିଲେ । ୨୦୦୭ ମସିହାରୁ ‘ଭୈରବ ଅପେରା’, ‘ବିଶାଳ ଅପେରା’, ‘ଦିବଞ୍ଜନୀ ଅପେରା’ ସହ ଜଡ଼ିତ ଥିଲେ । ସେ ‘ବାଲେଶ୍ୱର ବୋହୂ’, ‘ଛାତିରେ ରଖିଛି ରାତିର କଥା’ର ନାୟିକା ଏବଂ ‘ମୋ’ ଭାଇ ମୁଣ୍ଡରେ ସୁନା ମୁକୁଟ’, ‘ଉଷସୀ ଟାର୍ଗେଟରେ ରାଇମୋହନ’ ଭଳି ଯାତ୍ରାରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ।
ଯଶୋଦା କଥାଚିତ୍ର ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ସେ ୩୦ରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି । ଦୁଇଟି ତେଲୁଗୁ ସିନେମା, ୭ଟି ବଙ୍ଗାଳୀ ସିନେମା, ଛତିଶଗଡ଼ି ସିନେମାରେ ଅଭିନୟ କରିଛନ୍ତି । ମନେ ଯେବେ ଲାଗେ ନିଆଁ । ଓଡ଼ିଆ ଆଲବମରେ ମଧ୍ୟ ଅଭିନୟ କରିଛନ୍ତି ।
ତେବେ ସେ ଉଷସୀ ମିଶ୍ର ଯାତ୍ରା ଜଗତରେ ମଧ୍ୟ ନିଜର ଅଭିନୟର ଯାଦୁରେ ସମସ୍ତ ଦର୍ଶକଙ୍କ ପ୍ରିୟ ପାତ୍ର ହୋଇଥିଲେ । ସେ ଫିଲ୍ମ ସହିତ ଯାତ୍ରା, ଓଡିଆ ଧାରାବାହିକରେ ମଧ୍ୟ ନିଜର ଦକ୍ଷତା ଦେଖାଇଛନ୍ତି । ତାଙ୍କ ପୋଷାକ ପିନ୍ଧିବା ଶୈଳୀ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ସେ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି । ଦୁଖୀ ଗରିବ ଲୋକଙ୍କୁ ବହୁତ ସାହାଜ୍ଯ କରିଛନ୍ତି । ସେ ନିଜ ଜୀବନରେ ସମସ୍ତଙ୍କ ପ୍ରିୟ ପାତ୍ର ହୋଇଆସିଛନ୍ତି ।
ତେବେ ତାଙ୍କ ଘରେ ସମସ୍ତେ ତାଙ୍କୁ ବହୁତ ଭଲ ପାଆନ୍ତି । ସେ ନିଜର ଅବଶିଷ୍ଠ ସମୟ ସାଙ୍ଗ ସାଥିଙ୍କ ସହିତ ଅତିବାହିତ କରିବାକୁ ଭଲପାଇଥାନ୍ତି । ସେ ଫଟୋସୁଟ କରିବାକୁ ମଧ୍ୟ ଭଲପାଇଥାନ୍ତି । ଅନ୍ୟ ସମୟରେ ସେ ଅନାଥ ଆଶ୍ରମ ଏବଂ ବୃଦ୍ଧା ଆଶ୍ରମ ଯାଇ ସେଠାରେ କିଛି ସମୟ ଅତିବାହିତ କରିବାକୁ ଭଲ ପାଆନ୍ତି । ଦରକାର ହେଲେ ତାଙ୍କୁ ନିଜର ସମ୍ବଳ ଅନୁସାରେ ସାହାଜ୍ଯ ମଧ୍ୟ କରିଥାନ୍ତି । ତାଙ୍କର ଜୀବନ ଶୈଳୀ ଅତ୍ୟନ୍ତ କଠିନ ଥିଲେ ମଧ୍ୟ ସେ ସବୁ କ୍ଷେତ୍ରରେ ନିଜର ପାରଙ୍ଗମ ଦେଖାଇ ଆସିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।