ୟୁରିନ (Urine) ଇନଫେକ୍ସନ କାହିଁକି ହୁଏ ? ଜାଣନ୍ତୁ କାରଣ ଓ ଚିକିତ୍ସା (Dr Manas Ranjan Pradhan)

ଆମେ ଯେଉଁ ୟୁରିନ ଇନ୍ଫେକ୍ସନ କହୁ ତାକୁ ଆମେ ଓଡିଆରେ ମୁତ୍ର ମାର୍ଗ ସଂକ୍ରମଣ ବି କହିଥାଉ । ଆମର ପରିସ୍ରା ତିଆରି ହେବା ପରେ ଆମ ଶରୀରରେ ଗୋଟେ ୟୁରିନାରୀ ବ୍ଳାଡର ଅଛି ପରିସ୍ରା ଥଳି ଯେଉଁଠି ପରିସ୍ରା ଜମା ହୁଏ । ସେଇଠୁ ପରିସ୍ରା ଏକ ପାଇପ ଦେଇ ବାହାରକୁ ଆସେ ଆଉ ଏହାକୁ ଆମେ ମୁତ୍ର ମାର୍ଗ କହିଥାଉ । ଯଦି ସେହି ପାଇପ ଭିତରେ ବ୍ୟାକ୍ଟେରିଆ ତଥା ଜୀବାଣୁ ମାନେ ପଶି ସଂକ୍ରମଣ ଘଟାନ୍ତି ତା ହେଲେ ତାକୁ ଆମେ ମୁତ୍ର ମାର୍ଗ ସଂକ୍ରମଣ ବା ୟୁରିନାରୀ ଇନ୍ଫେକ୍ସନ କହିଥାଉ ।


ଆମର ଦୁଇଟି କିଡ୍ନି ଥାଏ ବାମ ପଟେ ଡାହାଣ ପଟେ କିଡ୍ନିରେ ପରିସ୍ରା ତିଆରି ହେବା ପରେ ଦୁଇଟି ପାଇପରେ ତାହା ଆସେ ଯାହାକୁ ଆମେ ୟୂରେଟେର ବୋଲି କହୁ । ସେହି ୟୂରେଟର ଦେଇ ପରିସ୍ରା ଆମ ବ୍ଳାଡରକୁ ଆସେ ଯାହାକୁ ଆମେ ପରିସ୍ରା ଥଳି ବୋଲି କହିଥାଉ । ତା ପରେ ପରିସ୍ରା ଜମା ହେଇଯିବା ପରେ ପ୍ରତି ତିନି ଘଣ୍ଟା ଚାରି ଘଣ୍ଟାକୁ ଥରେ ଆମେ ପରିସ୍ରା କରିବାକୁ ଯାଉ ।

ତେଣୁ କିଡ୍ନି, ୟୂରେଟାରୀ ପାଇପ, ବ୍ଳାଡର ଏବଂ ୟୂରେଥ୍ରା ବା ମୁତ୍ର ମାର୍ଗ ଏହି ଚାରିଟି ଅଙ୍ଗ ହେଉଛି ୟୂରେନାରି ସିଷ୍ଟମର ପାର୍ଟ । ତେବେ ଏହି ଅଙ୍ଗ ମଧ୍ୟରୁ ଯଦି କୌଣସି ପାର୍ଟରେ ବି ଇନ୍ଫେକ୍ସନ ହେଲା ତ ଆମେ ୟୂରେନାରି ଇନ୍ଫେକ୍ସନ କହିଥାଉ । ହେଲେ ଅଧିକାଂଶ କ୍ଷେତ୍ରରେ ୟୂରେନାରି ବ୍ଳାଡର ଓ ପରିସ୍ରା ପାଇପରେ ଇନ୍ଫେକ୍ସନ ହୋଇଥାଏ । ଯଦି ଆମେ ବୟସ୍କ ମହିଳାଙ୍କ କଥା କହିବା ତା ହେଲେ 50 ରୁ 60 ପ୍ରତିଶତ ମହିଳାଙ୍କୁ ଥରେ ନହଲେ ଦୁଇ ଥର ତାଙ୍କ ଜୀବନରେ ୟୁରିନ ଇନ୍ଫେକ୍ସନ ହୋଇଥିବ ।

ମହିଳାଙ୍କ ସହିତ ଛୋଟ ଛୁଆଙ୍କର ହୁଏ ଆଉ ବୟସ୍କ ବ୍ୟକ୍ତି ମାନଙ୍କର ହୋଇଥାଏ । ଏହା ଛଡା ଯେଉଁ ମାନଙ୍କର ରୋଗ ପ୍ରତିଷେଧକ ଶକ୍ତି କମ ଥାଏ, ଯେଉଁ ମାନଙ୍କର ଡାଇବେଟିସ ଥାଏ, ବ୍ଲଡ଼ ପ୍ରେସର ଅଛି ଓ କ୍ୟାନ୍ସର ରୋଗୀ ମାନଙ୍କର ମଧ୍ୟ ୟୁରିନ ଇନ୍ଫେକ୍ସନ ହେବାର ସମ୍ଭାବନା ଅଧିକ ଥାଏ । ମହିଳା ମାନଙ୍କର ପରିସ୍ରା ଦ୍ଵାର ଓ ମଳ ଦ୍ଵାରର ମଧ୍ୟରେ ବହୁତ କମ ଦୂରତା ରହିଛି ।

ତେଣୁ ତାଙ୍କ ମଳ ଦ୍ଵାରରୁ ଜୀବାଣୁ ଆସି ପରିସ୍ରା ରାସ୍ତାରେ ପଶି ଥାଏ ତେଣୁ ତାଙ୍କୁ ଏହି ସମସ୍ୟା ଅଧିକ ହୋଇଥାଏ । ପୁରୁଷ ମାନେ ଯେକୌଣସି ଟାଏଲେଟରେ ପରିସ୍ରା କରିପାରିବେ ଏବଂ ତାଙ୍କୁ ୟୁରିନ ଇନ୍ଫେକ୍ସନ ହୋଇ ନଥାଏ ହେଲେ ମହିଳା ମାନେ ଯଦି ଅପରିଷ୍କାର ଟାଏଲେଟ ବ୍ୟବହାର କରିବେ ତା ହେଲେ ତାଙ୍କୁ ଏହି ସମସ୍ଯା ହେବ ।

ୟୁରିନ ଇନ୍ଫେକ୍ସନ ହେଲେ ପରିସ୍ରା ଦ୍ଵାରରେ ଜ୍ଵଳା ପଡା ହୁଏ, ଜ୍ଵର ହୁଏ, ତଳି ପେଟରେ ଯନ୍ତ୍ରଣା ହୁଏ ବେଳେବେଳେ ପରିସ୍ରାରେ ରକ୍ତ ବାହାରେ । ଆଉ ଯଦି ଇନ୍ଫେକ୍ସନ ଅଧିକ ହୁଏ ତା ହେଲେ ଏହା କିଡ୍ନିକୁ ବି ଯାଇପାରେ । ତେଣୁ ବନ୍ଧୁଗଣ ଆପଣ ମାନେ ସମୟ ଥିବା ବେଳେ ଏହାର ଚିକିତ୍ସା କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ଦିଅନ୍ତୁ, ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *