ହେଲିକ୍ୟାପ୍ଟର କ୍ରାଶ ହେବା ପରେ ବି ବଞ୍ଚିଥିଲେ CDS Bipin Rawat, ମୃତ୍ୟୁ ପୂର୍ବରୁ ଶେଷ ଥର ପାଇଁ ଉଦ୍ଧାରକର୍ମୀଙ୍କୁ କହିଥିଲେ କିଛି ଏମିତି…

ବନ୍ଧୁଗଣ ଗତ ବୁଧବାର ଏକ ହୃଦୟ ବିଦାରକ ଘଟଣା ଘଟିଥିଲା ଓ ଏହି ଘଟଣାର ଚର୍ଚା ସାରା ବିଶ୍ଵରେ ହେଉଛି । ସିଡିଏସ ବିପିନ ରାୱତଙ୍କ ମୃ-ତ୍ୟୁ ପରେ ବର୍ତ୍ତମାନ ସମସ୍ତ ସ୍ଥାନରେ ତାଙ୍କର ଚର୍ଚା ଚାଲିଛି । ଯିଏ ସାରା ଦେଶକୁ ସୁରକ୍ଷା ଦେଉଥିଲେ ସେ ନିଜେ ବିପଦରେ ପଡି ପ୍ରା-ଣ ହରାଇଲେ । ଗତ ବୁଧବାର ଏକ ହେଲିକପ୍ଟର ଦୁର୍ଘଟଣାରେ ବିପିନ ପ୍ରା-ଣ ହରାଇଛନ୍ତି । ତେବେ କେମିତି ହେଲା ଏହି ଦୁର୍ଘଟଣା ବର୍ତ୍ତମାନ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି ।


ଗତ କାଲି ସିଡିଏସଙ୍କୁ ନେଇ ସୁଲୁରରୁ ୱାଲିଂଟନ ଏୟାର ବେସକୁ ଯାଉଥିବା ବେଳେ ଏହି ହେଲିକପ୍ଟରଟି କ୍ରାଶ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ସିଡିଏସ ବିପିନ ରାୱତ ପ୍ରା-ଣ ହରାଇଛନ୍ତି । ବିପିନଙ୍କ ସହ ତାଙ୍କ ପତ୍ନୀ ଓ ଅନ୍ୟ ୧୩ ଜଣ ସେନାଧିକାରୀ ମାନେ ନିଜ ପ୍ରା-ଣ ହରାଇଛନ୍ତି । ବନ୍ଧୁଗଣ ହେଲିକପ୍ଟର କ୍ରାଶ ହେବା ପରେ ମଧ୍ୟ ବିପିନ ବଞ୍ଚି ଥିଲେ ହେଲେ ସେ କୌଣସି ଶବ୍ଦ କହିବାର ଅବସ୍ଥାରେ ନଥିଲେ । ଏହି କଥାର ଖୁଲାସା ସୁରକ୍ଷା ଦଳର ଜଣେ କର୍ମୀ କରିଛନ୍ତି ।

ମିଡିଆ ରିପୋର୍ଟସ ଅନୁସାରେ ଏହି ସୁରକ୍ଷା କର୍ମୀ ଜଣକ ସର୍ବ ପ୍ରଥମେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏହି ସୁରକ୍ଷା କର୍ମୀଙ୍କ ନାମ ଏନସି ମୁରଲୀ ବୋଲି କୁହାଯାଉଛି ।ଏନସି ମୁରଲୀଙ୍କ କହିବା ମୁତାବକ-‘ଆମେ ଦୁଇଟି ବଞ୍ଚି ଥିବା ମଣିଷଙ୍କୁ ଉଧାର କରିଥିଲୁ ସେଥି ମଧ୍ୟରୁ ଜଣେ ଥିଲେ ସିଡିଏସ ବିପିନ ରାୱତ । ସେ ବହୁତ କଷ୍ଟରେ ଥିଲେ ଓ ନିଜ ନାଁ କହିଥିଲେ ହେଲେ ଆମେ ତାଙ୍କୁ ହସ୍ପିଟାଲ ନେବା ସମୟରେ ରାସ୍ତାରେ ସେ ନିଜ ପ୍ରା-ଣ ହରାଇଥିଲେ’ ।

ଆଗକୁ ମୁରଲୀ କହିଛନ୍ତି-‘ବଞ୍ଚି ଥିବା ଦ୍ଵିତୀୟ ମଣିଷର ପରିଚୟ ଆମେ ଜାଣି ପାରି ନଥିଲୁ । ହେଲେ ପରେ ଜଣା ପଡିଥିଲା ଅନ୍ୟ ଲୋକ ଜଣକ ହେଉଛନ୍ତି ଗ୍ରୁପ କେପ୍ଟନ ସିଂହ’ । ମିଡିଆ ରିପୋର୍ଟସ ଅନୁସାରେ ଜେନେରାଲ ରାୱତଙ୍କ ଅଧା ଶରୀର ସଂପୂର୍ଣ୍ଣ ଭାବରେ ଜଳି ଯାଇଥିଲା । ଉଧାରୀକାରୀ ଦଳ ଆସିବା ପରେ ତାଙ୍କୁ ଏକ ବେଡସିଟରେ ଘୋଡାଇ ଥିଲେ । ଏହା ପରେ ତାଙ୍କୁ ଆମ୍ବୁଲାନ୍ସରେ ନିଆ ଯାଇଥିଲା ।

ମୁରଲୀଙ୍କ ମତରେ ଯେଉଁ ସ୍ଥାନରେ ହେଲିକପ୍ଟର କ୍ରାଶ ହୋଇଥିଲା ସେହି ସ୍ଥାନରେ ଉଧାର କାର୍ଯ୍ୟ କରିବାକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ସେହି ସ୍ଥାନରେ ନିଆଁ ଲିଭାଇବା ପାଇଁ ଦମକଳ ଗାଡି ଯିବା ପାଇଁ କୌଣସି ରାସ୍ତା ନଥିଲା ଯାହାଫଳରେ ପାଖରେ ଥିବା ଏକ ନଦୀରୁ ପାଣି ଆଣି ସେମାନେ ନିଆଁ ଲିଭାଇ ଥିଲେ ।

ମୃ-ତ ଶ-ବ ଗୁଡିକୁ ବାହାର କରିବା ପାଇଁ ସେମାନେ ପ୍ରଥମେ ହେଲିକପ୍ଟରର କିଛି ଲୁହା ଅଂଶକୁ ବାହାର କରିଥିଲେ । ବନ୍ଧୁଗଣ ଦୁର୍ଘଟଣା ହେବା ପରେ ମଧ୍ୟ ବିପିନ କିଛି ସମୟ ପର୍ଯ୍ୟନ୍ତ ବଞ୍ଚି ଥିଲେ ହେଲେ ସେ ଆଉ ଆମ ମାନଙ୍କ ମଧ୍ୟରେ ନାହାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *