ବନ୍ଧୁଗଣ ଗତ ପାଞ୍ଚ ଦିନ ତଳେ ଏକ ଛୋଟ ଛୁଆ ଅପହରଣ ହେଇଯାଇଥିଲା । ଆଉ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ସେହି କୁନି ପୁଅଟି ପାଞ୍ଚ ଦିନ ପରେ ନୟାଗଡରେ ଉଦ୍ଧାର ହୋଇଛି । ତେବେ କୁରାଳ ଗାଁର ଶୁଣ୍ଢୀ ସାହିରେ ଏହି କୁନି ଛୁଆଟି ରୁହନ୍ତି । ଛୁଆର ନାମ ହେଉଛି ଅମ୍ରିତ ପାତ୍ର । ଗତ ପାଞ୍ଚ ଦିନ ତଳେ ଅମ୍ରିତ ପାତ୍ର ଟ୍ୟୁସନରୁ ଫେରିବା ବେଳେ ନିଖୋଜ ହୋଇଯାଇଥିଲେ ।
ବର୍ତ୍ତମାନ ଏନେଇ କୁରାଳ ସରପଞ୍ଚ ବିଜନ ପାଇକରାୟ ଗଣମାଧ୍ୟମ ଆଗରେ ଏହି ମାମଲାକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ତେବେ ସରପଞ୍ଚ କଣ ସବୁ କହିଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସରପଞ୍ଚ ବିଜନ ପାଇକରାୟ ଏନେଇ କହିଛନ୍ତି-‘କୁରାଳରେ ଏକ ପଣ୍ଡିତ ସାହି ଅଛି ସେହି ସାହିର ଏକ ଘର ଭିତରୁ ଅମ୍ରିତ ପାତ୍ର ଆସି ଜଣେ ସ୍ତ୍ରୀ ଲୋକଙ୍କୁ ଡାକିଲେ ।
ସେହି ସ୍ତ୍ରୀ ଲୋକ ଜଣକ ପାଣି ଆଣିବା ପାଇଁ ପାଖ ଟ୍ୟାବକୁ ଯାଉଥିଲେ ତେଣୁ ଅମ୍ରିତ ପାତ୍ର ଡାକିବା ପରେ ସେ ସ୍ତ୍ରୀ ଲୋକ ତାଙ୍କ ପାଖକୁ ଯାଇଥିଲେ । ସ୍ତ୍ରୀ ଲୋକ ଅମ୍ରିତ ପାତ୍ରଙ୍କୁ ଆଣି ତାଙ୍କ ଘରେ ବସେଇଲେ ସେଇଠି ବସେଇବା ପରେ ମତେ ତାଙ୍କ ଘରକୁ ଡାକିଲେ ସେଇଠୁ ଅମ୍ରିତ ପାତ୍ର ଉଦ୍ଧାର ହୋଇଛି । ମୁଁ ଅମ୍ରିତ ପାତ୍ର ପାଖକୁ ଯାଇ ପଚାରିଲି ତୋ ଦେହ କେମିତି ଅଛି ତତେ ଖାଇବାକୁ ଦେଇଥିଲେ ନା ନାହିଁ ସେ କହିଲା ହଁ ଦେଇଥିଲେ ।
ଅମ୍ରିତ ପାତ୍ରକୁ କେହି ଜଣେ ନେଇଥିଲେ ତାର ହାତ ବାନ୍ଧି ରଖିଥିଲେ । ଏହା ପରେ ଆମେ ତାକୁ ଉଦ୍ଧାର କରି ପୋଲିସକୁ ଜଣେଇଲୁ ପୋଲିସ ତାକୁ ନେଇ ପଚରା ଉଚରା କରୁଛନ୍ତି । ଅମ୍ରିତ ପାତ୍ରର ମେଡିକାଲ ଯାଞ୍ଚ ହେଇ ସାରିଛି ସେ ସୁସ୍ଥ ଅଛନ୍ତି ଆଉ ଏବେ ପୋଲିସ ତା ସହ ପଚରା ଉଚରା ଜାରି ରଖିଛନ୍ତି । ଆଜି ସକାଳ 8 ଟାରେ ତାଙ୍କୁ ଉଦ୍ଧାର କରାଯାଇଛି ।
ହେଲେ ଯାହା ଘର ଭିତରୁ ଅମ୍ରିତ ପାତ୍ର ଉଦ୍ଧାର ହୋଇଛି ସେମାନଙ୍କ ସହ ଆମେ ପଚରା ଉଚରା କରିନୁ ବୋଧ ହୁଏ ଆଗାମୀ ସମୟରେ ତାଙ୍କ ସହ ପଚରା ଉଚରା କରିପାରେ ପୋଲିସ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସରପଞ୍ଚ ନିଜର ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।