କରମଣ୍ଡଳ ଟ୍ରେନର ନାମ ପଛରେ କ’ ଣ ରହିଛି ପ୍ରକୃତ ରହସ୍ୟ ? କାହିଁକି ଟ୍ରେନର ନାମ କରମଣ୍ଡଳ ରହିଛି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଟ୍ରେନ ର ନାଁ କାହିଁକି ରଖାଯାଇଛି କରମଣ୍ଡଳ ? ସଂପୂର୍ଣ୍ଣ ପୂର୍ବଉପକୂଳ ବା ପୂର୍ବ ଉପକୂଳକୁ କରମଣ୍ଡଳ ବୋଲି କୁହାଯାଇଥାଏ । ସେଥିପାଇଁ ଏହି ଟ୍ରେନର ନାମ କରମଣ୍ଡଳ ବୋଲି ରଖାଯାଇଛି । କାରଣ ଏହା ସଂପୂର୍ଣ୍ଣ ଭାବେ କରମଣ୍ଡଳକୁ ଅତିକ୍ରମ କରିଥାଏ । ପ୍ରଥମେ ଏହି ଟ୍ରେନ ହାୱୋଡାରୁ ଚେନ୍ନାଇ ଯାଉଥିଲା । ହେଲେ ଗତ ମାସ ଜାନୁଆରୀ ମାସରୁ ଏହି ଟ୍ରେନ ଶାଲିମାରରୁ ଚେନ୍ନାଇ ଯାତ୍ରା କରୁଛି ।

୧୯୭୭ ମସିହାରେ ହିଁ ଏହି ଟ୍ରେନର ଶୁଭାରମ୍ଭ କରଯାଇଥିଲା । ପ୍ରଥମେ ପ୍ରଥମେ କେବଳ ବିଶାଖାପାଟଣା, ବିଜୟ ବାଡା, ଭୁବନେଶ୍ବରରେ ଏହି ଟ୍ରେନଟି ଅଟାକୁ ଥିଲା । ଏହା ସହ ସପ୍ତାହକୁ ମାତ୍ର ୨ ଥର ଏହି ଟ୍ରେନ ଚାଲୁଥିଲା । ମାତ୍ର ସାଢେ ୨୩ ଘଣ୍ଟାରେ ପୁରା ଦୂରତା ଏହି ଟ୍ରେନ ଅତିକ୍ରମ କରିଦେଉଥିଲା । ପରବର୍ତ୍ତୀ ସମୟରେ ଅଧିକ ଷ୍ଟପେଜରେ ଏହି ଟ୍ରେନ ଅଟକୁ ଥିବାରୁ ଏହି ଟ୍ରେନର ପହଞ୍ଚିବା ସମୟ ୩ ଘଣ୍ଟା ବିଳମ୍ବ ହୋଇଯାଇଥିଲା ।

ଅର୍ଥାତ ଏହି ଟ୍ରେନ ଅତିକ୍ରମ କରିବାକୁ ୨୬ ଘଣ୍ଟା ସମୟ ନେଇଥାଏ । ଘଣ୍ଟା ପ୍ରତି କରମଣ୍ଡଳର ବେଗ ୧୩୦ କିଲୋମିଟର ରହିଥାଏ । ଏହି କରମଣ୍ଡଳ ଟ୍ରେନକୁ ସାଉଥ ଇଷ୍ଟର୍ଣ୍ଣ ରେଲୱେ ର ରାଜା ବୋଲି ମଧ୍ୟ କୁହାଯାଇଥାଏ ।  ଡାଊନ ଟ୍ରେନ ଚେନ୍ନାଇରୁ ସକାଳ ୭ ଟା ରେ ବାହାରି ପରବର୍ତ୍ତୀ ସକାଳେ ୧୦ ଟା ୪୦ ମିନିଟରେ ପହଞ୍ଚିଥାଏ । ତେବେ ସମସ୍ତ ଦ୍ରୁତଗତିରେ ଚାଲୁଥିବା ଏକ୍ସପ୍ରେସ ଟ୍ରେନ ମାନଙ୍କ ମଧ୍ୟରୁ ଏହି କରମଣ୍ଡଳ ଟ୍ରେନ ହେଉଛି ଅନୁତମ ।

ଏହାର ସର୍ବାଧିକ ବେଗ ରହିଥିବାରୁ ଏହାକୁ କରମଣ୍ଡଳ ଏକ୍ସପ୍ରେସ ନାମରେ ଲୋକେ ଜାଣିଥାନ୍ତି । ହେଲେ ଦୁର୍ଭାଗ୍ୟ ବଶତଃ ବାଲେଶ୍ଵର ବାହାନଗା ନିକଟରେ ଯଶବନ୍ତ ହାୱୋଡା ସହ କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣା ସାରା ଭାରତରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଯାହାକି ଦୀର୍ଘ ଅନେକ ବର୍ଷ ପରେ ଭାରତରେ ଏକ ବିଶାଳ ଧରଣର ରେଳ ଦୁର୍ଘଟଣା ବୋଲି କୁଆହାଯାଉଛି ।

ତେବେ ବହୁ ଶୀଘ୍ର ଘଟଣାର ସମୀକ୍ଷା କରି ସ୍ଥିତି ପୂର୍ବ ଭଳି କରାଯିବାର ସରକାର ସବୁ ଉପରେ ଚେଷ୍ଟା ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *