ବନ୍ଧୁଗଣ, ବିବାହ ପରେ ସ୍ଵାମୀ ସ୍ତ୍ରୀ ର ସମ୍ପର୍କ ଜନ୍ମଜନ୍ମାନ୍ତର ନିମନ୍ତେ ବାନ୍ଧି ହୋଇ ରହିଥାଏ । ସ୍ଵାମୀ ଜଣଙ୍କ ଇହକାଳର ଦେବତା ପାଲଟି ଯାଇଥାଏ ତାହାର ସ୍ତ୍ରୀ ନିମନ୍ତେ । ମାତ୍ର ଆଜି ଆମ୍ଭେ ଯେଉଁ ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ ତାହା ଆପଣ ମାନଙ୍କୁ ଚକିତ କରିଦେବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ସୂଚନା ଅନୁଯାୟୀ ସ୍ତ୍ରୀ ଙ୍କର ସ୍ଵାମୀ ଜଣଙ୍କ ଦ୍ଵିତୀୟ ବିବାହ କରିବାକୁ ଯାଉଥିଲେ । ସଠିକ ସମୟରେ ସେଠାରେ ପ୍ରଥମ ସ୍ତ୍ରୀ ନିଜ ଦୁଇ ପିଲା ଙ୍କ ସହିତ ଆସି ପହଞ୍ଚିଲେ ।
ସେଠାରେ ନିଜ ସ୍ଵାମୀ ତଥା ତାଙ୍କ ପରିବାର ଲୋକଙ୍କ ସହିତ ତାଣ୍ଡବ କରିଲା ଭଳି ଯୁକ୍ତିତର କଲେ । ପ୍ରଥମ ସ୍ତ୍ରୀ ଙ୍କ କହିବା ଅନୁସାରେ ମୋର ସ୍ଵାମୀ ମତେ ଲୁଚି ବିବାହ କରୁଥିଲେ ଆଉ ଜଣଙ୍କ ସହିତ । ମୁଁ ଖବର ପାଇଲି କାଲିଠାରୁ ମାତ୍ର ସଂପୂର୍ଣ୍ଣ ଖବର ଜାଣିନଥିଲି ଡାଉଟରେ ଥିଲି ଆଜି ଆସିଲି ଦେଖିଲି ଯେ ଦୁଇ ଜଣ ବେଦୀ ରେ ବିବାହ କରିବାକୁ ଯାଉଛନ୍ତି ।
ଗୋବିନ୍ଦତଲା ରେ ଆମ୍ଭେ ମିଶି ରହୁଥିଲୁ । ମାତ୍ର ୨ ବର୍ଷ ହେବ କେଚେର କେଚେର ମୋ ସାଙ୍ଗେ ଲଗାଇଥିଲେ, ଏବଂ ସେଠାରୁ ପଳାଇ ଆସିଥିଲେ ଏବଂ ମତେ ବିଭିନ୍ନ ପ୍ରକାରର ଦୋଷ ମଧ୍ୟ ଦେଇଥିଲେ । ମୋ ସ୍ଵାମୀ କହିଥିଲେ ଯେ ତୁ ଖରାପ ଆଉରି ଅନେକ ନିର୍ଯାତନା ମଧ୍ୟ ଦେଇଥିଲେ । କେବଳ ସେ ନୁହନ୍ତି ମୋର ଶାଶୁ ଶଶୁର, ନଣନ୍ଦ ନଣନ୍ଦେଇ, ସମସ୍ତେ ମିଶି କହିଲେ ଯେ ମୁଁ ଖରାପ ସେଥିପାଇଁ ମୋ ସ୍ଵାମୀ ଙ୍କୁ ନେଇ ଘରେ ରଖିଲେ ।
ମାତ୍ର କିଛି ଦିନ ହେବ ସେ ଘରେ ମଧ୍ୟ ନଥିଲେ ଅନ୍ୟ କେଉଁଠି ରହୁଛନ୍ତି ବୋଲି ମୁଁ ଶୁଣିବାକୁ ପାଇଲି । ମାତ୍ର ମୁଁ ଦେଖିନାହିଁ ଘରେ ଥିଲା କି ବାହାରେ ଥିଲା ସେ । ସ୍ତ୍ରୀ ଜଣଙ୍କର କହିବ କଥା ଯେ ଡିଭୋର୍ସ ମଧ୍ୟ ହେଇନାହିଁ ସେ ଲୁଚିକରି ବିବାହ କରିବାକୁ ଯାଉଛି । ମାତ୍ର ମୁଁ ଯଦି ଭଲରେ ରହିବିନି ତେବେ ତାଙ୍କୁ ମଧ୍ୟ ଦ୍ଵିତିୟ ବିବାହ କରିବାକୁ ଦେବିନି ।
ଅପର ପାର୍ଶ୍ଵରେ ସ୍ଵାମୀ ଜଣଙ୍କ କହିଛନ୍ତି ଯେ ବିବାହ ର ୪ ଦିନ ପରେ ସେ ସ୍ତ୍ରୀ ଲୁଚି ନିଜ ପୁନ୍ନେ ବୟଫ୍ରେଣ୍ଡ ସହିତ କଥାବାର୍ତ୍ତା କରୁଥିଲା । ମୁଁ ଆସି ତାକୁ ଧରିଲି ଏବଂ ତାଙ୍କ ଘର ଲୋକ ଙ୍କୁ ଡକାଇଲି ସମାଧାନ ତାହାର କିଛି ବାହାରିଲାନି ଏବଂ ସେମାନେ କେହି ଆସିଲେନି କହିଲେ ଯେ ପୁରୁଣା ଲାଭର ଥିବ ଯଦି ୨ ଦିନ ପରେ ସେ ଭୁଲିଯିବ । ଏବଂ ସେହି ସିମ କୁ ମୋ ଫୋନ ରେ ଲଗେଇବାକୁ ଯେତେବେଳେ କହିଲି ସେତେବେଳେ ସେ ଫିଙ୍ଗିଦେଲେ ।
ମାତ୍ର ଥାନା ଅଧିକାରୀ ଏବଂ ଓକିଲ ଙ୍କ କହିବା ଅନୁଯାୟୀ ୨୦୨୧ ରେ ଉଭୟଙ୍କ ଡିଭୋର୍ସ ହୋଇ ସାରିଛି । ଏବଂ ବର୍ତ୍ତମାନ ପୁଅ ଅଥବା ଝିଅ କେଉଁଠାରେ ବିବାହ କରିଲେ ମଧ୍ୟ କାହାର କିଛି ଆପତ୍ତି ରହିବା କଥା ନୁହେଁ । ଓକିଲ ଙ୍କ କହିବା ଅନୁଯାୟୀ ଏହି ଆରୋପ ସଂପୂର୍ଣ୍ଣ ମିଥ୍ୟା ଏବଂ କିଛି ନାରୀନେତ୍ରୀ ଏହିଭଳି ନ ବୁଝି ବିବ୍ରାଟ ସୃଷ୍ଟି କରିବା ଉଚିତ ନୁହେଁ ବୋଲି ପ୍ରଶାସନ କହିଛନ୍ତି । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।