Thyroid ରୋଗର ଲକ୍ଷଣ ଓ ଚିକିତ୍ସା ! ଦେଖନ୍ତୁ କଣ କୁହନ୍ତି Dr. Abhay Kumar Sahoo

ନମସ୍କାର ବନ୍ଧୁଗଣ ତେବେ ଆପଣମାନେ ତ ଜାଣିଥିବେ ଆମକୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ । ଆମ ଶରୀରରେ ବହୁତ ଗ୍ରନ୍ଥି ରହିଥାଏ ତା ମଧ୍ୟରୁ ଥାଇରଏଡ ଗ୍ରନ୍ଥି ଟିର ଆକାର ପ୍ରଜାପତି ଭଳି ଦେଖିବାକୁ ହୋଇଥାଏ ଓ ଏହା ଆମ ବେକର ତଳ ଭାଗରେ ରହିଥାଏ । ଆମ ଶରୀରର ପ୍ରାୟ ଯେଉଁ ସବୁ କାର୍ଯ୍ୟ ହୋଇଥାଏ ତାହା ଏହି ଗ୍ରନ୍ଥିରୁ ଝରୁଥିବା ହରମୋନ ଉପରେ ନିର୍ଭର କରେ । ଏହି ରୋଗ ଶରୀରରେ ବିଭିନ୍ନ ପ୍ରକାର ହରମୋନର ପରିବର୍ତ୍ତନ ହେବ ଯୋଗୁଁ ଦେଖା ଦେଇଥାଏ ।

ପ୍ରାୟ ସବୁ ବର୍ଗର ମହିଳାଙ୍କ ଠାରେ ଏହି ରୋଗ ଦେଖାଯାଇ ଥାଏ , କିନ୍ତୁ ଗର୍ଭବତୀ ମହିଳାଙ୍କୁ ଥାଇରଏଡ ରୋଗ ଥିଲେ ଏହା ତାଙ୍କ ଗର୍ଭ ଉପରେ ଖରାପ ପ୍ରଭାବ ପକାଇ ଥାଏ ଓ ଏହା ସହିତ ଗର୍ଭ ପାତର କାରଣ ହୋଇଥାଏ । ଏହାର ପ୍ରଭାବରେ ଜନ୍ମ ହେବା ପିଲା ଉପରେ ଉଭୟ ଶାରୀରିକ ଓ ମାନସିକ ବିକାଶ ଉପରେ ପ୍ରଭାବ ପଡିଥାଏ ଓ ସେମାନେ ପ୍ରାୟତଃ ବାଙ୍ଗରା ହେବ ସହ ସେମାନେ ଚାଲାକ ହୋଇନଥାନ୍ତି ସେମାନେ ବୋକା ପରି ହୋଇଯିବାର ସମ୍ଭାବନା ରହିଥାଏ ।

ତେବେ ସେହି ପିଲାଙ୍କର ଚର୍ମ ମଧ୍ୟ ସବୁବେଳେ ଶୁଖିଲା ରହିଥାଏ , କୋଷ୍ଠକାଠିନ୍ଯ ସମସ୍ଯା ମଧ୍ୟ ଦେଖା ଦେଇଥାଏ ଓ ପାଠପଢାରେ ମଧ୍ୟ ଦୁର୍ବଳ ହୋଇଯାନ୍ତି , କାରଣ ଏମାନଙ୍କ ସ୍ନରଣ ଶକ୍ତି କମ ଥାଏ । ଜନ୍ମ ହେବା ପରେ ଶିଶୁର ନାହି ଫୁଲିଯିବା ଓ ଜଣ୍ଡିସ ହେବା ଆଦି ହାଇପୋ- ଥାଇରଡିଜିମର ଲକ୍ଷଣ ଅଟେ । ଥାଇରେଡ ଯୋଗୁଁ ଆମକୁ ହାଇପୋ- ଥାଇରଡିଜିମ ଓ ହାଇପର- ଥାଇରଡିଜିମ ଆଦି ରୋଗ ହୋଇଥାଏ ।


ଥାଇରଏଡ ଗ୍ରନ୍ଥିରୁ ହରମୋନ କମ କ୍ଷରଣ ହେଲେ ହାଇପୋ- ଥାଇରଡିଜିମ ଓ ଓ ଅଧିକ କ୍ଷରଣ ହେଲେ ହାଇପର- ଥାଇରଡିଜିମ ବୋଲି କୁହାଯାଏ । ଏହି ରୋଗ ର କୈାଣସି କାରଣ ନଥାଏ , ଏହା ସାଧାରଣତଃ ଝିଅଙ୍କ ଠାରେ ଅଧିକ ମାତ୍ରାରେ ଦେଖାଯାଏ । ୧୫-୧୬ ବର୍ଷୀୟା ଝିଅଙ୍କୁ ଏହି ରୋଗ ହେଲେ ତାଙ୍କର ଋତୁସ୍ରାବରେ ଏହାର ପ୍ରଭାବ ପଡିଥାଏ ଓ ଓଜନ ବଢିବା ସହ କୌଣସି କାର୍ଯ୍ୟରେ ମନ ଲାଗି ନ ଥାଏ ,

କିନ୍ତୁ ୩୦-୩୫ ବର୍ଷୀୟ ବ୍ୟକ୍ତିଙ୍କୁ ଥାଇରଏଡ ହେଲେ ସେମାନଙ୍କ ସ୍ମରଣ ଶକ୍ତି କମି ଯାଏ ଓ ଏହାର ନିରାକରଣ ନକଲେ ହୃତପିଣ୍ଡ, ଫୁସଫୁସ ଏବଂ ପାକସ୍ଥଳୀରେ ମଧ୍ୟ ପାଣି ଜମିଯାଏ ଓ ମସ୍ତିସ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ଟି୩,ଟି୪ ଓ ଟିଏସଏଚ ପରୀକ୍ଷାରୁ ହାଇପୋ- ଥାଇରଡିଜିମ ଅଛି କି ନାହିଁ ତାହା ଜଣାପଡେ । ଏହି ରୋଗର ଚିକିତ୍ସା ପାଇଁ ଥାଇରଏଡ ହରମୋନକୁ ଔଷଧ ଭାବେ ଗ୍ରହଣ କରାଯାଏ ।


ଥାଇରଏଡ ଗ୍ରନ୍ଥିରେ ହରମୋନ କ୍ଷରଣ ଥରେ ବନ୍ଦ କଲେ ଏହା ଜୀବନ ସାରା ଆଉ ଠିକ ହୁଏ ନାହିଁ , ସେଥିପାଇଁ ଏହି ରୋଗ ହେଲେ ଆପଣଙ୍କୁ ସାରା ଜୀବନ ଔଷଧ ଖାଇବାକୁ ପଡିଥାଏ । କିନ୍ତୁ ଔଷଧ ଡାକ୍ତରଙ୍କ ପରାମର୍ଶ ନେଇ ସଠିକ ପ୍ରଣାଳୀରେ ଖାଇବା ଆବଶ୍ୟକ । ସକାଳୁ ଖାଦ୍ୟ ଖାଇବାର ଏକ ଘଣ୍ଟା ପୂର୍ବରୁ ଏହି ଔଷଧ ଖାଇବା ଉଚିତ ଓ ଔଷଧ ଖାଇବାର ଏକ ଘଣ୍ଟା ମଧ୍ୟରେ କେବଳ ପାଣି ଛଡା ଆଉ କିଛି ସେବନ କରିବା ଉଚିତ ନୁହେଁ କାରଣ ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।

ଏହି ରୋଗ ଯେଉଁ ମାନଙ୍କୁ ହୋଇଥାଏ ପ୍ରାୟତଃ ତାଙ୍କର ଓଜନ ବଢିଥାଏ । ସେଥିପାଇଁ ଡାକ୍ତର ଔଷଧ ଖାଇବା ସହିତ ପ୍ରତିଦିନ ସକାଳୁ ନିୟମିତ ବ୍ୟାୟମ କରିବା ସହିତ ଖାଦ୍ୟପେୟ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ । ଏହା କରିବା ଦ୍ଵାରା ଏହି ରୋଗ ଭଲ ହୋଇନଥାଏ ସତ କିନ୍ତୁ ଆପଣ ଅନ୍ୟ ଶାରୀରିକ ସମସ୍ୟାରୁ ଅନେକ ମାତ୍ରାରେ ରକ୍ଷା ପାଇ ପାରିବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *