ଦର୍ଶକ ବନ୍ଧୁ ଟି20 ବିଶ୍ଵ କପରେ ଇଣ୍ଡିଆର ପରାଜୟ ପରେ ଏବେ ନ୍ୟୁଜଲାଣ୍ଡ ବିପକ୍ଷ ଟି20 ମୁକବାଲା ପାଇଁ ଭାରତୀୟ କ୍ରିକେଟ ଦଳରେ ବହୁତ କିଛି ପରିବର୍ତ୍ତନ କରାଯାଇଛି । ଆଉ ଏହାରି ମଧ୍ୟରେ ଏକ ବଡ ଖବର ସାମନାକୁ ଆସୁଛି । ତ20 ଟିମ ଇଣ୍ଡିଆ ପାଇଁ ନୂଆ ଓପନିଂ ଯୋଡି । ନ୍ୟୁଜଲାଣ୍ଡ ବିପକ୍ଷ ସିରିଜରେ ଓପନ କରିବେ ନୂଆ ପାର୍ଟନର । ଆସନ୍ତା ଶୁକ୍ରବାର ପ୍ରଥମ ମ୍ୟାଚରେ ହେବ ନୂଆ ଓପନରଙ୍କ ପରୀକ୍ଷା ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦର୍ଶକ ବନ୍ଧୁ ଏବେ ପୁରୁଣା ମୁହଁକୁ ଛାଡି ନୂଆ ସମ୍ଭାବନାର ପରୀକ୍ଷଣ ହେବ ଆସନ୍ତା 18 ଅର୍ଥାତ ଶୁକ୍ରବାର । ନ୍ୟୁଜଲାଣ୍ଡ ବିପକ୍ଷଏ ଶୁକ୍ରବାର ହିଁ ଏକ ନବ ଗଠିତ ଭାରତୀୟ ଦଳ ତିନି ମ୍ୟାଚ ବିଶିଷ୍ଟ ଟି20 ସିରିଜର ପ୍ରଥମ ମ୍ୟାଚ ଖେଳିବ ।
ତେବେ ଏହି ଟି20 ମୁକବାଲାରେ ଭାରତୀୟ ଦଳର ଅଧିନାୟକ ରହିବେ ଅଲ ରାଉଣ୍ଡର ଖେଳାଳି ହାର୍ଦିକ ପାଣ୍ଡିଆ । ଏହି ସିରିଜ ପାଇଁ ୱିକେଟ କିପର ବ୍ୟାଟ୍ସ ମ୍ୟାନ ରିସବ ପନ୍ତ ଉପଅଧିନାୟକର ଦାୟିତ୍ଵ ନେବେ । ତେବେ ଭାରତ ବିଶ୍ଵ କପ ସେମି ଫାଇନାଲ ହାରିବା ପରେ ପୂର୍ବତ୍ତମ ଅଧିନାୟକ ରୋହିତ ଶର୍ମା, ବିରାଟ କୋହିଲି ଏବଂ କେ ଏଲ ରାହୁଲଙ୍କୁ ବିଶ୍ରାମ ଦିଆ ଯାଇଛି ।
ସେହି ପରି ରବିଚନ୍ଦ୍ରନ ଅଶ୍ଵିନ, ଅକ୍ଶର ପଟେଲ ଏବଂ ମହମ୍ମଦ ସାମୀଙ୍କୁ ଦଳରେ ସ୍ଥାନ ମିଳି ନଥିବା ବେଳେ ଆହତ ଯୋଗୁଁ ବିଶ୍ଵ କପ ଖେଳି ନଥିବା ରବୀନ୍ଦ୍ର ଜାଡେଜା ଓ ବୁମ୍ରାହ ସମାନ କାରଣ ଯୋଗୁଁ ବାହାରେ ଅଛନ୍ତି । ଏମାନଙ୍କ ବଦଳରେ ଯୁବ ଓପନର ସୁଗମନ ଗିଲ, ଇଶାନ କିଶନ, ସଞ୍ଜୁ ସାମସନ ଓ ଶ୍ରେୟସ ଆୟରଙ୍କ ଭଳି ପ୍ରତିଭାବାନ ବ୍ୟାଟ୍ସ ମ୍ୟାନ ସ୍ଥାନ ପାଇଛନ୍ତି ।
ଏହା ସହ ବୋଲର ମାନଙ୍କ ମଧ୍ୟରେ ଚହଲ ଏବଂ କୁଳଦୀପ ଯାଦବ ଦଳରେ ଅଛନ୍ତି । ତେବେ ବନ୍ଧୁଗଣ ଇଶାନ କିଶନ ଏବଂ ସୁଗମନ ଗିଲ ଏହି ମୁକବାଲାରେ ଓପନିଂ କରିବାକୁ ଯାଉଛନ୍ତି । ଏହା ସହ ସଞ୍ଜୁ ସାମସନ, ଶ୍ରେୟସ ଆୟରଙ୍କ ମଧ୍ୟରେ କିଏ ଓପନିଂ କଲେ ବି ଟିମ ପାଇଁ ଲାଭଦାୟକ ରହିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।