ଦର୍ଶକ ବନ୍ଧୁ ଗତ କାଲି ରାତିରେ ଏକ ଏପରି ଘଟଣା ଦେଖିବାକୁ ମିଳିଥିଲା ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଜ ମୁଣ୍ଡରେ ହାତ ଦେବେ । ଗତ କାଲି କିଛି ଲୋକ ଜଣେ ଯୁବକଙ୍କୁ ରସିରେ ବାନ୍ଧି ତାଙ୍କୁ ବାଇକ ପଛରେ ଦୌଡାଇ ଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି କଟକରେ ଦେଖିବାକୁ ମିଳିଛି ।
କଟକରେ ତାଲିବାନି ଶାସନର ନମୁନା ଏବେ ଦେଖିବାକୁ ମିଳିଛି । ଆଜି ସକାଳେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ସହ ଯିଏ ପୀଡିତ ସେ ବି ଥାନାରେ ଆସି ପହଞ୍ଚି ଛନ୍ତି । ଜଗନାଥ ବେହେରା ଯିଏ ପୀଡିତ ଯାହାଙ୍କୁ ଗତ କାଲି ବାଇକ ପଛରେ ରସି ବାନ୍ଧି ଦୌଡାଇ ଦୌଡାଇ ସହର ସାରା ବୁଲେଇ ଥିଲେ । ତେବେ ଏହି ଘଟଣାକୁ ନେଇ ପୀଡିତ ଜଗନାଥ ବେହେରା ଗଣମାଧ୍ୟମ ସାମ୍ନାରେ ନିଜର ବୟାନ ଦେଇଛନ୍ତି ।
ଜଗନାଥଙ୍କ କହିବା ମୁତାବକ-‘ସାର ମୁଁ କେବଳ ପଇସା ନେଇଥିଲି ବୋଲି ଏତେ ସବୁ ହେଲା ନହେଲେ କିଛି ହେଇ ନଥାନ୍ତା । ମୁଁ 1500 ଟଙ୍କା ନେଇଥିଲି କାମ କରିକି ଦେଇଦେଇଥାନ୍ତି ତାର ସାର ଦେଇ ହେଲାନି ବୋଲି ସେ ବାନ୍ଧିକି ମୋତେ ନେଲା । ମୁଁ ହୁସେନ ଠାରୁ ପଇସା ନେଇଥିଲି । କାଲି ମୁଁ ଷ୍ଟାର୍ଟ ପାଟଣା ଛକରେ ବସିଥିଲି ସେ ଆସିଲା ମୋତେ ଡାକିଲା ମୁଁ ଗଲି ମୁଁ ଭାବିଲି ସାଙ୍ଗଟା ମୋତେ ଡାକୁଛି ।
ସେ ମୋତେ ଅଧା ବାଟରେ ନେଇ ଯାଇକି ହଣ୍ଡା ସୋ ରୁମ୍ ପାଖରେ ବସେଇ ଦେଲା ସେଇଠୁ ବାନ୍ଧିକୁ ମୋତେ ଦୌଡେଇଲା । ବାନ୍ଧିଲା ପୂର୍ବରୁ ସେ ମୋ ଉପରେ ଚିଲେଇଲା ମୁଁ ବି ତା ଉପରେ ଚିଲେଇଲି ତା ପରେ ସେ ମୋତେ ବାଇକ ପଛରେ ବାନ୍ଧିକି ଦୌଡେଇ ଗଲେ । ଆମେ ସୁତାହାଟ ମସ୍ଜିଦ ପାଖକୁ ଗଲୁ ସେଇଠି ମୋ ହାତରୁ ସେମାନେ ରସି ଖୋଲି ଦେଲେ ତା ପରେ ସେମାନେ ମୋତେ ମୋ ଘରେ ଛାଡି ଗଲେ ।
ସେମାନେ ମୋତେ ବିଚ ବଜାରରେ ରସି ବାନ୍ଧି ମୋତେ ଦୌଡେଇଲେ ମୋତେ ବହୁତ କଷ୍ଟ ହେଇଛି ଆପଣ ମାନେ ଜାଣି ପାରୁଥିବେ । ମୁଁ ଚାରି ପାଞ୍ଚ ଦିନ ପାଇଁ ପଇସା ନେଇଥିଲି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଜଗନ୍ନାଥ ବେହେରା ନିଜର ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।