‘ବାଇକରେ ପୁଅ ମାନଙ୍କୁ କୁଣ୍ଢେଇକି ଧରିକି ବସେ..ଯିବା ସମୟରେ ଆମକୁ ପାଟି ବନ୍ଦ…’ ସ୍ଵାମୀ ଓ ପୁଅକୁ ଛାଡି ଫେରାର ହେଲା ସ୍ତ୍ରୀ, ପଡୋଶୀ ମହିଳା ଯାହା କହିଲେ ଶୁଣିଲେ ମୁଣ୍ଡ ଘୁରେଇ ଦେବ…

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣା ବହୁତ ଚର୍ଚ୍ଚାରେ ଅଛି । ସ୍ଵାମୀ, ପୁଅ ଓ ଶାଶୁଙ୍କୁ ଛାଡି ଅଲଗା ପୁରୁଷଙ୍କ ସହ ସ୍ତ୍ରୀ ଯେତେବେଳେ ଚାଲିଯାଇଥିଲେ ସେତେବେଳେ ପଡୋଶୀ ଲୋକ ସେମାନଙ୍କୁ ପଚାରିଥିଲେ କୁଆଡେ ଯାଉଛ । ସ୍ତ୍ରୀ କହିଲେ ଚୁପ ରହିବା ପାଇଁ । ସ୍ଵାମୀ ଏବେ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଆଉ ଏବେ ସେହି ପଡୋଶୀ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ବୟାନ ଦେଇଛନ୍ତି ।

ପଡୋଶୀଙ୍କ କହିବା ମୁତାବକ-‘ସେ ଆମକୁ ତ କିଛି କହି ନଥିଲେ ଆମେ ରାତି ୯ଟାରେ ଆସିଲୁ । ଆମେ ଆସିବା ପରେ ଆମ ମଝି ଘରେ ରହୁଥିବା ଝିଅ ଆମକୁ ଖବର ଦେଲେ । ସେ ଝିଅ ମହିଳାଙ୍କୁ ପଚାରିଥିଲେ କୁଆଡେ ଯାଉଛ ସେ ପାଟିରେ ହାତ ଦେଇ ଚୁପ କର ବୋଲି କହିଲେ । ତା ପରେ ସେ ତାଙ୍କ ପୁଅର ଦୁଇଟି ଗାଲରେ ଦୁଇଟି ଚୁମା ଦେଇ ଯାଇଛନ୍ତି ।

ସେ କହିଛନ୍ତି ବାବା ମୁଁ ମଝିରେ ଆସି ଦେଖି ଆସିବି । ଆଗରୁ ତ କେତେ କଣ ହୋଇଥିଲା ଆମେ ସବୁ ଦେଖି ଆସିଛୁ । ଏମିତି ଆଗରୁ ବି କେତେ କଣ ହୋଇଥିଲା । ଆମେ ନିଜେ ବି ସବୁ ଦେଖୁ ଥିଲୁ । ମୋ ଝିଅ ଏବେ ଗାଁରେ ଅଛି ବାପ ଘରେ । ସେ ମୋ ଝିଅକୁ ବି ବଡ ମୋବାଇଲ ଧରେଇ ଦେବେ ତାଙ୍କର ଆଉ ଗୋଟେ ପୁଅ ଆସି ଆମ ଘର ବାହାରେ ସେ ରହୁଥିଲେ ମିଶିକି ।

ମୁଁ ମୋ କାମରେ ପାରାଦୀପରେ ରହୁଥିଲୁ । ସେ ପୁଅ ହେଉଛନ୍ତି ଆମ ବଡ ବାପାଙ୍କ ଝିଅ ଯାହାକୁ ବାହା ହୋଇଛନ୍ତି ତାଙ୍କର ଭଲ ସାଙ୍ଗ । ସେ ଗୋଟେ ସମୟରେ ଆମ ଘରକୁ ବି ଆସୁଥିଲେ । ସେ ପୁଅ ଆସିଲେ ସେ ଦୁହେଁ ମିଶିକି ଆମେ ଘରେ ରୁହନ୍ତି । ଆମେ ତାଙ୍କୁ ବହୁତ ଥର ଦେଖିଛୁ । ସେ ପୁଅ ମାନଙ୍କ ସହ ବାଇକରେ ବସି କୁଣ୍ଢେଇକି ଯିବା ଆସିବା କରେ’ ।

ତା ହେଲେ ବନ୍ଧୁଗଣ ଏଭଳି ଭାବରେ ପଡୋଶୀ ମହିଳା ଜଣକ ଏହି ଘଟଣା ବିଷୟରେ ନିଜର ବୟାନ ଦେଇଛନ୍ତି । ଅନ୍ୟ ପଟରେ ସ୍ଵାମୀ ମଧ୍ୟ ନିଜ ସ୍ତ୍ରୀର କଳା କାର୍ଣ୍ଣମା ବିଷୟରେ ବଖାଣି ଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *