କମ୍ବଳ ଉଠା ବେ କମ୍ବଳ ଭିତରେ କିଏ କିଏ ଅଛନ୍ତି ଟେକି ଦେଖିବା । ଦର୍ଶକ ବନ୍ଧୁ ଏ କଥାର ମଞ୍ଜିଟା ବୋଧ ହୁଏ ଆପଣଙ୍କ ମୁଣ୍ଡରେ ପଶୁ ନଥିବ । କିନ୍ତୁ ଏ କଥା କିଏ କହୁଛି କାହିଁକି କହୁଛି ସେ କଥା ଜାଣିବା ପାଇଁ ନିହାତି ଉତ୍କଣ୍ଠ ବଢି ଯାଉଥିବ । ହଁ ଆଜ୍ଞା ଟିଭି ହେଉ କି ସୋସିଆଲ ମିଡିଆ ସବୁ ଆଡେ ସୁନ୍ଦରୀ ଅର୍ଚ୍ଚନା ନାଗଙ୍କ ଚର୍ଚ୍ଚା । ଦର୍ଶକ ବନ୍ଧୁ ସାରା ଓଡିଶାରେ ଏବେ ନାଗୁଣୀର ନାଗ ଫାଶର ଚର୍ଚ୍ଚା ଜୋର ଧରିଛି ।
ଏବେ ବୋଧ ହୁଏ ଆପଣ ମାନେ ଏ କଥା ବୁଝି ପାରୁଥିବେ । ଆଉ ଏ କମ୍ବଳ ଉଠା ବେ ସେ କମ୍ବଳ ତଳେ କିଏ କିଏ ଟିକେ ଦେଖିବା ଏମିତି କଥା ଯିଏ କହୁଛନ୍ତି ସେ ଆମର ସବୁବେଳେ ରେଡି ରେଡି ଆଉ ଆଗକୁ ମାଡି ଚାଲ । ଏମିତି କିଛି କହିଛନ୍ତି ଆମ ଜଟଣୀ ବିଧାୟକ ସୁର ଭାଇନା । କେବଳ ସେ ଏତିକି କହି ନାହାନ୍ତି ତାଙ୍କର କହିବା କଥା ଏବେ ଗୋଟିଏ କି ଦୁଇଟା ନୁହେଁ ବେ ପୁରା ଅଠର ନଳା କେଉଁଠି ପୋତିବୁ କିଳା ।
ଏପଟେ ବନ୍ଦ କଲେ ସେପଟେ ଗଳି ଗଲେଣି । ସେପଟେ ବନ୍ଦ କଲେ ଏପଟେ ଗଳି ଆସୁଛନ୍ତି । ଏମିତି କିଛି କହି ସୁନ୍ଦରୀ ଅର୍ଚ୍ଚନାଙ୍କୁ ଟାର୍ଗେଟ କରିଛନ୍ତି ଜଟଣୀ ବିଧାୟକ ଆମ ସୁର ଭାଇନା । ଆଉ ସୁର ଭାଇନାଙ୍କ ଏପରି ମଜାଦାର କଥା କହିବା ପାଇଁ ସମସ୍ତେ ଘେରି ରୁହନ୍ତି । ଆଉ ସୁର ଭାଇ ଏଭଳି କଥା କହିବା ବେଳେ ଜଣେ କେହି ପଚାରି ଦେଉଛନ୍ତି ଆଜ୍ଞା କେଉଁ ନେତା ସବୁ ନାଗ ଫାଶରେ ପଡିଛନ୍ତି ।
ଏହା ପରେ ଚିଡି ଉଠିଲେ ସୁର ଭାଇନା ଆଉ କହିଲେ, ଆରେ ତମେ ସବୁ ପରା ଏଠି ତାଙ୍କୁ ଓଳକି ହେଉଥିଲ । କେଉଁଠିକି ଯାଉ ନଥିଲା ସେ ମନ୍ତ୍ରୀ ଘର ସିନେମା ହଲ କେଉଁଠି କି ଯାଉ ନଥିଲା ସେ । ଘାଣ୍ଟି ପକାଉ ଥିଲା ପରା ସେ ନାଗୁଣୀ । ସାପୁଆ କିଳା ସିନା ସାପକୁ ନଯାଏ ହେଲେ ତମେ ସବୁ ପରା ସେ ନାଗୁଣୀ କଥାରେ ନାଚୁ ଥିଲ ।
ଆଉ ଏହା କହୁ କହୁ ସୁର ଭାଇ କହିଦେଲେ କି, ଆମେ ଖଣ୍ଡେ ଘର କରିପାରୁନୁ କି ବଙ୍ଗଳା ବି କରିପାରୁନୁ । ଯାହା ହେଉ କମ୍ବଳ ଉଠା ବେ କମ୍ବଳ ତଳେ କିଏ କିଏ ଆମେ ଦେଖିବୁ । ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।