Supreme Court ଙ୍କ ବଡ ରାୟ ! ବୋହୁ ବାପଘର ସବୁ ଜିନିଷ ଯୌତୁକ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଯୌତୁକ ସମ୍ପର୍କ ରେ ସୁପ୍ରିମ କୋର୍ଟ ଏକ ଗୁରୁତ୍ଵ ପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଘର ନିର୍ମାଣ ନିମନ୍ତେ ଟଙ୍କା ମାଗିବାକୁ ମଧ୍ୟ ଅପରାଧ କୁହାଯିବ । ବର୍ତ୍ତମାନ ସମୟରେ ଯୌତୁକ ର ପରିଭାଷା ବ୍ୟାପକ ହେବା ଉଚିତ । ଏଥି ନିମନ୍ତେ କନ୍ୟା ଘରୁ ଆସିଥିବା ସମସ୍ତ ଜିନିଷ ତଥା ଦାବି କରାଯାଉଥିବା ଜିନିଷ କୁ ଯୌତୁକ ଭାବରେ ପରିଗଣିତ କରାଯିବ । ଜମିବାଡି ସମ୍ପତ୍ତି ସୁନାରୂପା ଘର ନିର୍ମାଣ ପାଇଁ ଟଙ୍କା ଦାବି ସବୁକିଛି ଯୌତୁକ ଜନିତ ଅପରାଧ ବୋଲି କୁହାଯିବ ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏସ ଏନ ଭୁପାନ ଏବଂ ଜଷ୍ଟିସ ହିମା କୋହଲୀ କୁ ନେଇ ଗଠିତ ବ୍ୟାଞ୍ଚ ଏହି ରାୟ ଶୁଣାଇଛନ୍ତି । ସମ୍ପତ୍ତି ସମ୍ବନ୍ଧୀୟ ଯେକୌଣସି ମୂଲଚାଲ ଯୌତୁକ ଶ୍ରେଣୀରେ ଅର୍ଥାତ ଆଇପିସି ଧାରା ୩୦୪ ବି ଏବଂ ଆତ୍ମହତ୍ୟା ନିମନ୍ତେ ଉସୁକାଇବା ଅପରାଧ ରେ ଅନ୍ତର୍ଭୁକ୍ତ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଧେଶ ଦେଇଛି  ।

ଏହି ମାମଲାରେ ଶୁଣାଣି କରି ସୁପ୍ରିମ କୋର୍ଟ ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଜଣେ ମହିଳା ଙ୍କ ଠାରୁ ଘର ନିର୍ମାଣ କରିବା ପାଇଁ ଅଭିଯୁକ୍ତ ସ୍ଵାମୀ ଏବଂ ଶଶୁର ବାରମ୍ବାର ଟଙ୍କା ଦାବି କରୁଥିଲେ ହେଲେ ମହିଳା ଙ୍କ ପରିବାର ଟଙ୍କା ଦେବା ନିମନ୍ତେ ସମର୍ଥ ନଥିଲେ ତଥା ଟଙ୍କା ଦେଇପାରିନଥିଲେ । ଟଙ୍କା ପାଇଁ ମହିଳା ଙ୍କୁ ଲଗାତର ହଇରାଣ କରିବା ସହିତ ମାନସିକ ଏବଂ ଶାରୀରିକ ନିର୍ଯାତନା ଦିଆଯାଉଥିଲା । ଏଥିପାଇଁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିଲେ ।

ଏହି ମାମଲା ରେ ମଧ୍ୟ ପ୍ରଦେଶ ହାଇକୋର୍ଟ ଶୁଣାଣୀ କରି କହିଥିଲେ ଯେ ଗୃହ ନିର୍ମାଣ ପାଇଁ ଟଙ୍କା ଦାବି କରାଯିବା କୁ ଯୌତୁକ ଭାବରେ ଗ୍ରହଣ କରାଯିବ ନାହିଁ । ଏବଂ ଏହି ରାୟ କୁ ଖାରଚ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଆଇନ ର ଉଦେଶ୍ୟ ପୂରଣ କରୁ ନଥିବା ଏବଂ ବାଧା ସୃଷ୍ଟି କରୁଥିବା ନିୟମ କୁ ପରିବର୍ତ୍ତନ କରାଯିବା ଉଚିତ । ଏହା ପରିବର୍ତ୍ତେ ଆଇନ ର ଉଦେଶ୍ୟ କୁ ପୂରଣ କରୁଥିବା ସଙ୍ଘ୍ୟା ନିରୂପଣ କରାଯିବା ଉଚିତ ।

ଯୌତୁକ ବିରୋଧୀ ଆଇନ ମାମଲାରେ ଏହା ପ୍ରଯୁଜ୍ୟ ଅଟେ । କାରଣ ଆମ୍ଭ ସମାଜରେ ଯୌତୁକ ଜନିତ ଅପରାଧ କମୁନାହିଁ । ଏହା ଗଭୀର ଭାବରେ ଲୋକଙ୍କୁ ପ୍ରଭାବିତ କରିବାରେ ଲାଗିଛି । ଶିକ୍ଷିତ ଲୋକଙ୍କ ଠାରୁ ଆରମ୍ଭ କରି ସମସ୍ତେ ଯୌତୁକ କୁ ଉପହାର ପାଇ ପାର ହେଉଛନ୍ତି । ତେବେ ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *