ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ର ହାସ୍ୟ ଅଭିନେତା ପ୍ରଜ୍ଞା କୁ ସମସ୍ତେ ଭଲ ଭାବରେ ଜାଣିଛନ୍ତି । ଟିଭି ପରଦାରେ ତାଙ୍କ କମେଡି ଦେଖିବାକୁ ବହୁତ ଲୋକେ ଅନେଇ ବସିଥାନ୍ତି । ଦିନସାରା ର କାର୍ଯ୍ୟ ବ୍ୟସ୍ଥତା ଭିତରେ ଆଜିଭଳି ଦିନରେ ମାନବ ସମାଜ ଯେପରି ହସିବା ଭୁଲି ଯାଇଅଛି । ତେବେ ଏହି ହାସ୍ୟ କଳାକାର ନିଜର କଥା କହିବା ଶୈଳୀ ଦ୍ଵାରା ସମସ୍ତଙ୍କ ମୁହଁ ରେ ହସ ଫୁଟାଇ ପାରିଛନ୍ତି ।
ତାଙ୍କ ଅଭିନୟ ଦ୍ଵାରା ଅନେକ ଲୋକେ ସମସ୍ତ ଦୁଃଖ କୁ ଭୁଲି ହସିଥାନ୍ତି । ଏଣୁ ପ୍ରଜ୍ଞା ଙ୍କୁ ବହୁତ ସନ୍ନମାନ ଏବଂ ଭଲପାଇବା ମଧ୍ୟ ମିଳିଅଛି । ତେବେ ଲୋକପ୍ରିୟ ହାସ୍ୟ ଅଭିନେତା ପ୍ରଜ୍ଞା ନିକଟରେ କିଛି ଦିନ ପୂର୍ବେ ସୁନନ୍ଦା ଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସାବିତ୍ରୀ ବ୍ରତ ସମସ୍ତ ସୁହାଗିନୀ ମାନେ କରିଥିବା ସମୟରେ ସୁନନ୍ଦା ମଧ୍ୟ କରିଛନ୍ତି ।
ଏହି ବ୍ରତ ରେ ବିଧି ଅନୁଯାୟୀ ଉଲ୍ଲେଖ ହୋଇଥିବା ସମସ୍ତ ନିୟମ କୁ ସୁନନ୍ଦା ନିଭାଇଛନ୍ତି । ତେବେ ଆସନ୍ତୁ ଏ ନେଇ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ପ୍ରାତଃ କାଳରୁ ଉଠି ସୁନନ୍ଦା ନିତ୍ୟକର୍ମ ସାରି ଶୃଙ୍ଗାର ତଥା ନୂତନ ଶାଢୀ, ଶଙ୍ଖା ଏବଂ ଅଳଙ୍କୃତ ମାନ ପିନ୍ଧି ସାବିତ୍ରୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ଏହାପରେ ସ୍ଵାମୀ ପ୍ରଜ୍ଞା ଙ୍କ ସହିତ ମନ୍ଦିରକୁ ବାହାରିଥିଲେ ସାବିତ୍ରୀ ପୂଜା କରିବା ନିମନ୍ତେ ।
ମନ୍ଦିରକୁ ଯିବା ପୂର୍ବ ରୁ ସୁନନ୍ଦା ଘରେ ଠାକୁର ପୂଜା କରି ଘରେ ଥିବା ବଡ ଲୋକ ତଥା ଗୁରୁଜନ ମାନଙ୍କର ଆଶୀର୍ବାଦ ନେଇଥିଲେ । ଏହାପରେ ପ୍ରଜ୍ଞା ଙ୍କ ସହିତ ସ୍କୁଟି ରେ ବସି ବାହାରି ଯାଇଥିଲେ ମନ୍ଦିରକୁ । ମନ୍ଦିରକୁ ଯିବା ସମୟରେ ସୁନନ୍ଦା ଙ୍କ ଦିଅର ମଧ୍ୟ ତାଙ୍କ ସହିତ ଯାଇଥିଲେ । ଏହାପରେ ସୁନନ୍ଦା ଏବଂ ପ୍ରଜ୍ଞା ପୂଜା ସାରି ଘରକୁ ଫେରି ଆସିଥିଲେ ।
ତେବେ ନୂତନ କରି ବିବାହ କରି ଆସିଥିବା ନୂଆ ବୋଧୁ ମାନଙ୍କ ନିମନ୍ତେ ଏହା ଅତ୍ୟନ୍ତ ଉଲ୍ଲାସ ର ଦିନ ଅଟେ । ପ୍ରତ୍ୟକ ସ୍ତ୍ରୀ ନୂତନ ଶାଢୀ ଏବଂ ବିବିଧ ଫଳ ପୁଷ୍ପ ଦ୍ଵାରା ମାତା ସାବିତ୍ରୀ ଙ୍କ ପୂଜା କରି ଠାକୁର ଙ୍କ ନିକଟରେ ନିଜ ସ୍ଵାମୀ ଙ୍କ ଦୀର୍ଘାୟୁ ଏବଂ ମଙ୍ଗଳ କାମନା କରିଥାନ୍ତି । ହାସ୍ୟ ଅଭିନେତା ଙ୍କ ପତ୍ନୀ ସୁନନ୍ଦା ମଧ୍ୟ ସେହିଭଳି ସାବିତ୍ରୀ ବ୍ରତ କରିଥିବାର ନଜର ଆସିଥିଲେ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।