ବାଲେଶ୍ଵର ଜିଲ୍ଲା ରେମୁଣାର ଝିଅ ସୁଭଦ୍ରା ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗରେ ଯେଉଁ ସୁଭଦ୍ରା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଏହି ଘଟଣା ନେଇ ଗଣମାଧ୍ୟମ ଦ୍ଵାରା ଖବର ପ୍ରସାରଣ ପରେ ସୁଭଦ୍ରାଙ୍କୁ ସହାୟତାର ହାତ ତ ବଢିଛି ସେପଟେ ଶୁଭଦ୍ରାଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗରେ ସତ୍ୟତା ଥିବାର ମଧ୍ୟ ସ୍ପର୍ଷ୍ଟ ହେବାର ଲାଗିଛି । ତେବେ ବନ୍ଧୁଗଣ କଣ ରହିଛି ଏ ଘଟଣା ଆଉ ଡେରି ନକରି ଆସନ୍ତୁ ଜାଣିବା ।
ସୁଭଦ୍ରା ପଣ୍ଡା ହେଉଛନ୍ତି ଜଣେ ବ୍ରାହ୍ମଣ ଘରର ଝିଅ । ସୁଭଦ୍ରା ବ୍ରାହ୍ମଣ ବସ୍ତିରେ ରହୁଛନ୍ତି । ପରିବାର କହିଲେ ସେ ଆଉ ତାଙ୍କ ମାଆ । ମାଆଙ୍କ ମାନସିକ ସ୍ଥିତି ଭଲ ନାହିଁ । ବାପା 8 ବର୍ଷ ହେଲା ଆରପାରିକୁ ଚାଲି ଯାଇଛନ୍ତି । ଏମିତି ପରିସ୍ଥିତିରେ ଦୟନୟ ସ୍ଥିତିରେ ଦିନ କାଟୁ ଥିଲେ କିନ୍ତୁ ଏବେ କଥା ଉଠୁଛି କି ସୁଭଦ୍ରା କୁଆଡେ ପାଳିତ କନ୍ୟା । ତାଙ୍କୁ 11 ଦିନରୁ ଆଣି ଏଠାରେ ରଖାଯାଇଛି ।
ଏମିତି କି ସେ ନୀଚ ଜାତିର । ତେଣୁ ତାଙ୍କୁ ସାମାଜିକ ବାସନ୍ଦ କରିଛନ୍ତି ଗାଁର କିଛି ଲୋକ । ସେହି ପରି ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କ ଆଧାର କାର୍ଡରେ ବାପାଙ୍କ ନାଁ ନଥିବା ମଧ୍ୟ ଜଣା ପଡିଛି । ଏନେଇ ସୁଭଦ୍ରା ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ମୋତେ ବହୁତ ଦୁଃଖ ଲାଗୁଛି ମୋ ଆଧାର କାର୍ଡରେ ମୋ ବାପାଙ୍କ ନାଁ ଲେଖା ଯାଇନି । ସେମାନେ ମୋତେ ସବୁ ପଚାରି ଥିଲେ ଆଉ ମୁଁ ସବୁ କହିଥିଲି । ତା ପରେ ବି କାହିଁକି ଲେଖା ଯାଇନି ତାହା ମୁଁ ଜାଣିନି’ ।
ତେବେ ବନ୍ଧୁଗଣ ସୁଭଦ୍ରାଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କୁ ପୈତୃକ ସମ୍ପତ୍ତିରୁ ବଞ୍ଚିତ କରିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି କୁହାଯାଉଛି । ଗାଁରେ ସାମାଜିକ ବାସନ୍ଦ କରାଯାଇଥିବା କଥାରେ ମଧ୍ୟ ସତ୍ୟତା ରହିଛି । ତେବେ କେଉଁ ମାନେ ତାଙ୍କୁ ବାସନ୍ଦ କରିଛନ୍ତି ଆଉ ତାଙ୍କ ଆଧାର କାର୍ଡରେ ତାଙ୍କ ବାପାଙ୍କ ନାମ ରଖି ନାହାନ୍ତି । ଏ ଘଟଣାର ତଦନ୍ତ ହେଲେ ସଂପୂର୍ଣ୍ଣ ସତ ଜଣା ପଡିବ ।
ତେବେ ବନ୍ଧୁଗଣ ଅନେକ ଲୋକ ଏବେ ସୁଭଦ୍ରାଙ୍କୁ ସମର୍ଥନ କରୁଛନ୍ତି କାରଣ ସେ ସତ ରାସ୍ତାରେ ଅଛନ୍ତି । ଏହି ଘଟଣାକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।