‘ମୁଁ ସୁଭଦ୍ରାକୁ ନିଜ ଝିଅ ଭାବରେ ରଖିବି..ପୋଷ୍ୟ କନ୍ୟା ନୁହେଁ, ବୁଢ଼ୀ ହେବା ଯାଏଁ…’ ସୁଭଦ୍ରାକୁ ଝିଅ ରୂପେ ଗ୍ରହଣ ସୁରେଶ୍ଵରୀ ଯାହା କହିଲେ ଆପଣ ବି କରିବେ ପ୍ରଶଂସା…

ବନ୍ଧୁଗଣ ଆପଣ ମାନେ ସମସ୍ତେ ସୁଭଦ୍ରା ପଣ୍ଡାଙ୍କ ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ବାଲେଶ୍ଵର ଜିଲ୍ଲା ରେମୁଣାର ଝିଅ ସୁଭଦ୍ରା ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗରେ ଯେଉଁ ସୁଭଦ୍ରା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଏହି ଘଟଣା ନେଇ ଗଣମାଧ୍ୟମ ଦ୍ଵାରା ଖବର ପ୍ରସାରଣ ପରେ ସୁଭଦ୍ରାଙ୍କୁ ସହାୟତାର ହାତ ତ ବଢିଛି ସେପଟେ ଶୁଭଦ୍ରାଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗରେ ସତ୍ୟତା ଥିବାର ମଧ୍ୟ ସ୍ପର୍ଷ୍ଟ ହେବାର ଲାଗିଛି ।

ସୁଭଦ୍ରା ପଣ୍ଡା ହେଉଛନ୍ତି ଜଣେ ବ୍ରାହ୍ମଣ ଘରର ଝିଅ । ସୁଭଦ୍ରା ବ୍ରାହ୍ମଣ ବସ୍ତିରେ ରହୁଛନ୍ତି । ପରିବାର କହିଲେ ସେ ଆଉ ତାଙ୍କ ମାଆ । ମାଆଙ୍କ ମାନସିକ ସ୍ଥିତି ଭଲ ନାହିଁ । ବାପା 8 ବର୍ଷ ହେଲା ଆରପାରିକୁ ଚାଲି ଯାଇଛନ୍ତି । ଏମିତି ପରିସ୍ଥିତିରେ ଦୟନୟ ସ୍ଥିତିରେ ଦିନ କାଟୁ ଥିଲେ କିନ୍ତୁ ଏବେ କଥା ଉଠୁଛି କି ସୁଭଦ୍ରା କୁଆଡେ ପାଳିତ କନ୍ୟା ।

ତେବେ ବନ୍ଧୁଗଣ ଏହି ସୁଭଦ୍ରାଙ୍କ ଛଡା ଅନ୍ୟ ଜଣେ ସୁଭଦ୍ରା ବି ଅଛନ୍ତି ଯିଏ ନିଜ ସମସ୍ୟା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏ ସୁଭଦ୍ରାଙ୍କର ବି ଏ ଦୁନିଆରେ କେହି ବି ନାହାନ୍ତି । ଗଣମାଧ୍ୟମରେ ଏହି ସୁଭଦ୍ରାଙ୍କ ଖବର ପ୍ରସାରଣ ହେବା ପରେ ତାଙ୍କୁ ଜଣେ ମହିଳା ସୁଭଦ୍ରାଙ୍କୁ ପୋଷ୍ୟ କନ୍ୟା ରୂପେ ଗ୍ରହଣ କରିଛନ୍ତି । ଉକ୍ତ ମହିଳାଙ୍କ ନାମ ହେଉଛି ସୁରେଶ୍ଵରୀ, ତେବେ ସୁରେଶ୍ଵରୀ କହିଛନ୍ତି-‘ମୁଁ ଯେତେବେଳେ ସୁଭଦ୍ରାର ଖବର ଦେଖିଲି ସେତେବେଳେ ମୁଁ ଭାବି ଥିଲି ତାକୁ ମୁଁ ଝିଅ କରିବି ।

cସେ ବୁଢୀ ହେବା ଯାଏଁ ମୁଁ ତାର ଦାୟିତ୍ଵ ବୁଝିବି ମୁଁ ତାକୁ ଝିଅ କରିଲି ପୋଷ୍ୟ କନ୍ୟା ନୁହେଁ । ତାର ପାଠ ପଢା ଆଉ ବାହାଘର ଯାହା ବି ଖର୍ଚ୍ଚ ହେବ ସବୁ ବୁଝିବି ଆଜୀବନ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ’ । ତା ହେଲେ ବନ୍ଧୁଗଣ ଏଭଳି ସମୟରେ ସୁଭଦ୍ରାଙ୍କୁ ସହାୟତାର ହାତ ବଢାଇ ଛନ୍ତି ସୁରେଶ୍ଵରୀ । ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଅନେକ ଲୋକ ଏହି ଘଟଣାକୁ ନେଇ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ଏହି ଘଟଣାକୁ ଏହି ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *