Sritam ଙ୍କ ସ୍ତ୍ରୀ ସାବିତ୍ରୀରେ ଦେଲେ ଏହି ଉପହାର, ଜାଣିଲେ ଆପଣ ପ୍ରଶଂସା ନ କରି ରହି ପାରିବେନି….ଦେଖନ୍ତୁ Video

ବନ୍ଧୁଗଣ, ଓଲିଉଡ ଅଭିନେତା ଶ୍ରୀତମ ଦାସ କହିଛନ୍ତି ଯେ ଗୋଟିଏ ଖୁସି ର ଦିନ ଏବଂ ସାବିତ୍ରୀ ବୋଲି ବହୁତ ଖୁସି ଲାଗୁଛି । ସାବିତ୍ରୀ ବ୍ରତ ବହୁତ ଭଲ ଭାବରେ ପାଳନ କରିଛୁ । ଏହା ସହିତ ଆମ୍ଭେ କିଛି ଜିନିଷ ଆମ୍ଭ ଘରକୁ ଆଣିଛୁ ଯେଉଁମାନେ କି ଆମ୍ଭର ସଦସ୍ୟ ହେଉଛନ୍ତି । ଆମ୍ଭ ଝିଅ ସହିତ ମିଶି ଗଛଲଗାଇବା କାର୍ଯ୍ୟ ଆରମ୍ଭ କରିଛୁ । ସାବିତ୍ରୀ ସମ୍ବନ୍ଧରେ ମୁଁ କିଛି କହିବାକୁ ଚାହୁଁଅଛି ଯେ ସାବିତ୍ରୀ ସ୍ଵାମୀ ସ୍ତ୍ରୀ ର ସମ୍ପର୍କ କୁ ସୁଦୃଢ କରିବାର ସମୟ ନେଇ ଆସିଥାଏ ।

ମାତ୍ର ଫନି ବାତ୍ୟା ରେ ଯେଉଁ କ୍ଷତି ହୋଇଛି ତାହାର କ୍ଷତି ପୂରଣ କରିବା ଲାଗି ଆମ୍ଭକୁ ଗଛ ଲଗାଇବାକୁ ପଡିବ ଏବଂ ନିଶ୍ଚିତ ଭାବରେ ଆମ୍ଭେ ମାନେ ଏକ ଦାଇତ୍ଵ ଭାବରେ ସମସ୍ତେ ଗଛ ଲଗାଇବା । ସାବିତ୍ରୀ ରେ ମୁଁ ମୋ ସ୍ତ୍ରୀ ପାଇଁ ଦୀର୍ଘାୟୁ କାମନା କରେ ଏବଂ ସେ ମଧ୍ୟ ମୋ ଦୀର୍ଘାୟୁ ନିମନ୍ତେ କାମନା କରିଥାନ୍ତି । ଶ୍ରୀତମ ଏହା ମଧ୍ୟ କହିଛନ୍ତି ଯେ ଆମ୍ଭର ଯୋଡି ଭଗବାନ ନିଶ୍ଚିତ ଭାବରେ ଲେଖିଥିଲେ ନଚେତ ସେ ରାୟଗଡା ର ମୁଁ କଟକ ର କିଭଳି ଭାବରେ ବିବାହ ସମ୍ଭବ ହୋଇଥାନ୍ତା ?

ପୁନ୍ନମ କହିଛନ୍ତି ଯେ ଗିଫ୍ଟ ଦେବାର ସମୟ ଏଭଳି ଅକେଜନାଲି ନୁହେଁ । ସବୁବେଳେ ସ୍ଵାମୀ ମାନେ ସ୍ତ୍ରୀ ମାନଙ୍କୁ ଗିଫ୍ଟ ଦିଅନ୍ତି ଏବଂ ଗିଫ୍ଟ ନେଇଥାନ୍ତି । ମାତ୍ର ସାବିତ୍ରୀ ବ୍ରତ ଭଳି ପବିତ୍ର ଦିନରେ ଆମ୍ଭେ ନିଷ୍ପତ୍ତି ନେଲୁ ଯେ କିଛି ପ୍ରଣ ନେବା । ଆମ୍ଭ ଝିଅ ଏହି ଗଛ ର ନାମ ଦେଇଛି ଲିଲା ଏବଂ ଲିଚି ।

ବାତ୍ୟା ରେ ବହୁତ ବଡ ବଡ କଷ୍ଟ ବ ହଙ୍ଗିଯାଇଅଛି ତେବେ ତାହାକୁ ଦେଖିଲେ ବହୁତ କଷ୍ଟ ଲାଗୁଅଛି । ଗତବର୍ଷ ପୂଜା ରେ ହେଲମେଟ ଦେଇଥିଲି ଦୀର୍ଘାୟୁ କାମନା କରି ମାତ୍ର ଚଳିତ ବର୍ଷ ଆମ୍ଭ ସମସ୍ତଙ୍କୁ ଅକ୍ସିଜେନ ଦରକାର । ଏଣୁ ସମସ୍ତେ ଗଛ ଲଗାଇବା ଦରକାର । ଏହାପରେ ପୁନ୍ନମ କହିଛନ୍ତି ଯେ ଅଜିଭଳି ଦିନରେ କିଛି ଛୋଟ ଛୋଟ କଥାରୁ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇ ତାହା କ୍ରମଶଃ ବିଶାଳ ହୋଇ ଅଶାନ୍ତି ର ବାତାବରଣ ସୃଷ୍ଟି କରୁଛି ।

କିନ୍ତୁ ଗୋଟିଏ କଥା କହିବାକୁ ଚାହୁଁଛି ଅଜିଭଳି ଦିନରେ ଏ ସବୁ ହେବା କଥା ନୁହେଁ । ଭଲପାଇବା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଥିଲେ ଛୋଟ ଝଗଡା ହେଲେ ମଧ୍ୟ ସବୁକିଛି ନିଜକୁ ନିଜେ ବୁଝାଇ ଆଗକୁ ଦିନ କାଟିବାକୁ ହୋଇଥାଏ । କାରଣ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଦାମ୍ପତ୍ୟ ଜୀବନ ବହୁତ ଆନନ୍ଦମୟ ହୋଇଯାଇଥାଏ । ତେବେ ନିଜ ମଧ୍ୟରେ ଉଚିତ ବୁଝାମଣା ରଖିବା ଆବଶ୍ୟକ ।

ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *