ଓଲିଉଡରେ ବହୁତ କମ ଷ୍ଟାର ଅଛନ୍ତି ଯେଉଁମାନେ ବର୍ତ୍ତମାନ ବଡ ପରଦାରେ ନଜର ଆସୁ ନାହାନ୍ତି, କିନ୍ତୁ ଆଜି ବି ଲୋକମାନଙ୍କ ହୃଦୟରେ ଅଛନ୍ତି ଓ ସେହି ଷ୍ଟାରମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶ୍ରୀରାମ ପଣ୍ଡା । ଶ୍ରୀରାମ ପଣ୍ଡା ସୁପରଷ୍ଟାର ଥିଲେ । କିନ୍ତୁ ସବୁଠୁ ବଡ ଦୁଃଖର କଥା ଏହା ଅଟେ କି ସେ ଅଚାନକ ଫିଲ୍ମ ଲାଇନ ଛାଡି ସନ୍ୟାସୀ ହୋଇଗଲେ । ଏହା ପଛର କାରଣ ବିଷୟରେ ପ୍ରାୟତଃ କେହି ବି ଜାଣି ନାହାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ।
ଶ୍ରୀରାମ ପଣ୍ଡାଙ୍କ ସନ୍ୟାସୀ ହେବାର ଅସଲ କାରଣ ଜାଣିଲେ ଆପଣଙ୍କ ଆଖିରୁ ବି ଲୁହ ଚାଲି ଆସିବ । ଓଲିଉଡ ସୁପରଷ୍ଟାର ଶ୍ରୀରାମ ପଣ୍ଡା କେବଳ ଜଣେ ଅଭିନେତା ନୁହନ୍ତି, ଏହା ଛଡା ସେ ଜଣେ ନିର୍ଦ୍ଦେଶକ, ପ୍ରଯୋଜକ କାର୍ଯ୍ୟ ମଧ୍ୟ କରିଛନ୍ତି । ସେ ନିଜର ଅଭିନୟ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକମାନଙ୍କର ହୃଦୟ ଜିତି ନେଉଥିଲେ ।
ଏତେ ବଡ ସୁପର ଷ୍ଟାର ଅଚାନକ କାହିଁକି ସନ୍ୟାସୀ ହୋଇଗଲେ ଆଜି ଆମେ ଆପଣଙ୍କୁ ଏହାର କାରଣ କହିବୁ । ୧୯୫୪ରେ କୋରାପୁଟର ନବରଙ୍ଗପୁରରେ ଶ୍ରୀରାମ ପଣ୍ଡା ଜନ୍ମ ଗ୍ରହଣ କରିଥିଲେ । ୧୯୭୨ ମସିହାରେ ରିଲିଜ ହୋଇଥିବା ଧରିତ୍ରି ସିନେମାରୁ ସେ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ସେ ଧୀରେ ଧୀରେ ଆଗକୁ ବଢି ଚାଲିଲେ । କହିଦେଉଛୁ କି ସେହି ସମୟରେ ଶ୍ରୀରାମ ପଣ୍ଡା ଅଭିନୟ ବିଷୟରେ କିଛି ବି ଜାଣି ନ ଥିଲେ । ତଥାପି ସେ ସୁନ୍ଦର ଅଭିନୟ କରିଥିଲେ ଓ ସମସ୍ତେ ତାଙ୍କର ଅଭିନୟର ପ୍ରଶଂସା ବି କରିଥିଲେ ।
ଦର୍ଶକମାନେ ତାଙ୍କୁ ଯାଯାବର ଫିଲ୍ମରେ ଦେଖିଥିଲେ । ଯେଉଁଥିରେ ସେ ତ୍ରିପୁରା ମିଶ୍ରଙ୍କ ଅଭିନୟ କରିଥିଲେ ଓ ତାଙ୍କ ସହିତ ସେ ସିନ୍ଦୁର ବିନ୍ଦୁ ସିନେମାରେ ବି ଅଭିନୟ କରିଥିଲେ । ଏହା ମଧ୍ୟରେ ଶ୍ରୀରାମ ପଣ୍ଡା ଓ ତ୍ରିପୁରା ମିଶ୍ରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ଦୁଇ ଜଣ ବିବାହ କରି ନେଲେ । ତାଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା ଓ ଏହା ପରେ ତାଙ୍କର ପତ୍ନୀ ଓଲିଉଡ ସିନେମା ଠାରୁ ଦୂରେଇ ଗଲେ । ଶ୍ରୀରାମ ପଣ୍ଡା ୬୦ ରୁ ୭୦ ଟି ସିନେମାରେ ଅଭିନୟ କରିଛନ୍ତି ।
କିନ୍ତୁ କିଛି ସମୟ ପରେ ସେ ଆର୍ଥିକ ଓ ମାନସିକ ରୂପରେ ବହୁତ ଦୁର୍ବଳ ହୋଇ ଯାଇ ଥିଲେ । କଷ୍ଟ ଓ ସଙ୍କଟ ମଧ୍ୟରେ ଶ୍ରୀରାମ ପଣ୍ଡା ଗତି କରୁଥିଲେ ୧୯୯୦ ମସିହାରେ ସ୍ଵାମୀ ନୀରଜାନନ୍ଦ ସରସ୍ଵତୀଙ୍କ ସହ ଦେଖା ହୋଇଥିଲା । ତାଙ୍କ ଠାରୁ ସେ ପ୍ରଭାବିତ ହୋଇ ସନ୍ୟାସୀ ଜୀବନକୁ ବାଛି ନେଇ ଥିଲେ । ଶ୍ରୀରାମ ପଣ୍ଡା ବହୁତ ସରଲ ବ୍ୟକ୍ତିତ୍ବର ଲୋକ ଥିଲେ ଓ ତାଙ୍କ ଅନୁସାରେ ସେ ଚକ୍ରାନ୍ତର ଶିକାର ହୋଇ ସେ ଭାଙ୍ଗି ପଡିଥିଲେ । ଶ୍ରୀରାମ ପଣ୍ଡା ବର୍ତ୍ତମାନ ସ୍ଵାମୀ ନିତ୍ୟା ଚିତ୍ୟନ୍ୟ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।