ଏମାନେ ହେଲେ South ସିନେମାର Top 6 ଅଭିନେତା ମାନଙ୍କର ବାପା-ପୁଅ ଯୋଡି, 4 ନମ୍ବର ଯୋଡି ସମସ୍ତଙ୍କ ଫେବ୍ରେଟ

ନମସ୍କାର ବନ୍ଧୁଗଣ ତେବେ ତେବେ ବଲିଉଡ ଭଳି ସାଉଥ ଇଣ୍ଡଷ୍ଟ୍ରି ମଧ୍ୟ ଫିଲ୍ମ ପାଇଁ ଖୁବ ଚର୍ଚ୍ଚାରେ ରହି ଆସିଛି । ସାଉଥ ଫିଲ୍ମରେ ଅଭିନୟ କରୁଥିବା କଳାକାର ମାନେ ବଲିଉଡ କଳାକାର ମାନଙ୍କ ଅପେକ୍ଷା ଦେଖିବାକୁ ଖୁବ ଷ୍ଟାଇଲିସ, ହ୍ୟାଣ୍ଡସମ ହେବା ସହ ତାଙ୍କର ରିୟଲ ଲାଇଫକୁ ସେମାନେ ବେଶ ଭଲ ଭାବେ ସ୍ପେନ୍ଡ କରନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ ସାଉଥ ଫିଲ୍ମରେ ବାପା ଓ ପୁଅ ଚରିତ୍ରରେ ଅଭିନୟ କରୁଥିବା କଳାକାର ମାନେ ଯେପରି ନିଜର କଳାକୁ ପ୍ରଦର୍ଶନ କରିଥାନ୍ତି ଠିକ ସେହି ପରି ରିୟଲ ଲାଇଫରେ ମଧ୍ୟ ବାପ ଓ ପୁଅର ସମ୍ପର୍କକୁ ବେଶ ଭଲ ଭାବେ ନିଭାଇଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ।

୧- ପ୍ରଥମ ରେ ହେଉଛନ୍ତି ଅଲ୍ଲୁ ଅର୍ଜୁନ’ ଓ ‘ଅଲ୍ଲୁ ଅୟାନ’ । ଅଲ୍ଲୁ ଅର୍ଜୁନ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଜଣେ ଲୋକପ୍ରିୟ ଏବଂ ସୁପ୍ରସିଦ୍ଧ ଅଭିନେତା ଅଟନ୍ତି । ଯଦି ତାଙ୍କ ପୁଅ ଙ୍କ ସମ୍ବନ୍ଧରେ କହିବା ତେବେ ସେ ମାତ୍ର ୬ ବର୍ଷ ବୟସର ଅଟନ୍ତି ଏବଂ ଦେଖିବାକୁ ବହୁତ କ୍ୟୁଟ ଅଟନ୍ତି । ଅଲ୍ଲୁ ଅୟାନ ଙ୍କ ଅନେକ ଫଟୋ ସୋସିଆଲ ମିଡିଆ ରେ ମଧ୍ୟ ଭାଇରାଲ ହୋଇଥାଏ।

୨- ଦ୍ଵିତୀୟ ରେ ହେଉଛନ୍ତି ନାଗାର୍ଜୁନ ଅକିନେନି’ ଓ ‘ନାଗା ଚୈତନ୍ୟ’ । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ‘ଡନ୍ ନମ୍ବର ୱାନ୍’, ‘ୱାନ୍ ମ୍ୟାନ ଆର୍ମୀ’ ଭଳି ସୁପରହିଟ ଫିଲ୍ମ ରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟକୁ କିଣିଥିବା ଅଭିନେତା ‘ନାଗାର୍ଜୁନ ଅକିନେନି’ ଙ୍କ ପୁତ୍ର ‘ନାଗା ଚୈତନ୍ୟ’ ମଧ୍ୟ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଅନେକ ସୁପରହିଟ ଫିଲ୍ମ ଯଥା ‘ମଜିଲି’, ‘ମନମ’ ଆଦି ରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି।


୩- ତୃତୀୟ ରେ ହେଉଛନ୍ତି ଆଶିଷ ବିଦ୍ୟାର୍ଥୀ’ ଓ ‘ଅର୍ଥ ବିଦ୍ୟାର୍ଥୀ’ । ଆଶିଷ ବିଦ୍ୟାର୍ଥୀ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ନେଗେଟିଭ ଭୂମିକା ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କ ପୁଅ ଅର୍ଥ ବିଦ୍ୟାର୍ଥୀ ୟୁନିଭର୍ସିଟି ଅଫ୍ କ୍ୟାଲିଫର୍ନିଆ ରେ କମ୍ପୁଟର ସାଇନ୍ସ ପଢୁଛନ୍ତି । ଏହି ଦୁହିଁ ବାପ ଓ ପୁଅ ଙ୍କ ମଧ୍ୟରେ ଖୁବ ଭଲ ପାଇବା ରହିଛି ଏବଂ ଉଭୟ ପରସ୍ପର ଙ୍କ ବନ୍ଧୁ ସଦୃଶ ଅଟନ୍ତି।

୪-ଚତୁର୍ଥ ରେ ହେଉଛନ୍ତି ଚିରଞ୍ଜିବି’ ଓ ‘ରାମ ଚରଣ’ । ‘ଇନ୍ଦ୍ର ଦ ଟାଇଗର’, ‘ଷ୍ଟାଲିନ୍’ ଓ ‘ପ୍ରତିବନ୍ଧ’ ଭଳି ଫିଲ୍ମ ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଅଭିନେତା ଚିରଞ୍ଜିବି ଙ୍କ ପୁଅ ରାମ ଚରଣ ଙ୍କ ସମ୍ବନ୍ଧରେ ମଧ୍ୟ ଆପଣ ମାନେ ଜାଣିଥିବେ । ରାମ ଚରଣ ମଧ୍ୟ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଜଣେ ପ୍ରସିଦ୍ଧ ଅଭିନେତା ଅଟନ୍ତି । ଏହି ବାପ ପୁଅ ଙ୍କ ଯୋଡ଼ି ‘ବ୍ରୁସ୍ଳି’ ଫିଲ୍ମ ରେ ଏକାଠି ଦେଖିବାକୁ ମିଳିଥିଲା । ଏହି ବାପା ଓ ପୁଅ ଙ୍କ ଯୋଡ଼ି ସମସ୍ତ ଦର୍ଶକ ଙ୍କ ପ୍ରିୟ ଅଟେ।


୫- ପଞ୍ଚମ ରେ ହେଉଛନ୍ତି ସାଉଥ ର ସୁପରଷ୍ଟାର ଭାବରେ ବେଶ ପରିଚିତ ଥିବା ବିଜୟ ଜୋସେଫ। ତେବେ ସାଉଥ ରେ ସେ ଅନେକ ସିନେମା ରେ କାମ କରିଛନ୍ତି ଯେମିତି’ଥଲାଇଭା’ ‘କୋଥି’ ଆଦିରେ ସେ ନିଜର ସୁନ୍ଦର ଅଭିନୟ ପ୍ରଦର୍ଶନ କରିଛନ୍ତି। ତେବେ ତାଙ୍କ ପୁଅଙ୍କ ନାମ ହେଉଛି ଜୋସେନ ସଞ୍ଜୟ। ତେବେ ସେ ବର୍ତ୍ତମାନ ନିଜର ଗ୍ରାଜୁଏସନ କରୁଛନ୍ତି ଏବଂ ସେ ମଧ୍ୟ ନିଜ ବାପାଙ୍କ ଭଳି ବଡ଼ ଅଭିନେତା ହେବାକୁ ଚାହୁଁଛନ୍ତି।

୬- ଷଷ୍ଠ ରେ ହେଉଛନ୍ତି ସାଉଥ ର ଲୋକପ୍ରିୟ ଅଭିନେତା ସୂର୍ଯ୍ୟ।ତେବେ ସେ ସାଉଥ ର ଅନେକ ସିନେମା ରେ ନିଜର ଦମଦାର ଅଭିନୟ ରେ ଲୋକ ମାନଙ୍କ ହୃଦୟ ରେ ବାସ କରିଛନ୍ତି। ତେବେ ସାଉଥ ରେ ସେ ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି ତେବେ ତାଙ୍କ ପୁଅ ନାମ ହେଉଛି ଦେବ। ତେବେ ଦେବ ମାତ୍ର ୧୦ ବର୍ଷ ର ଏବଂ ସେ ଦେଖିବାକୁ ଏକଦମ ନିଜ ବାପାଙ୍କ ଭଳି ଏବଂ ସେ ମଧ୍ୟ ବଡ଼ ହୋଇ ଜଣେ ସଫଳ ଅଭିନେତା ହେବାକୁ ଇଚ୍ଛା କରିଛନ୍ତି।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *