ବନ୍ଧୁଗଣ, ସୂଚନା ଅନୁଯାୟୀ ମଡେଲ ସୌମ୍ୟ ଙ୍କ ଆତ୍ମହତ୍ୟା ମାମଲା ନେଇଛି ନୂଆ ମୋଡ । ପ୍ରାଏ ଅଢେଇ ମାସ ପରେ ସୌମ୍ୟ ଙ୍କ ପ୍ରେମିକ ସୋନାଲି ନନ୍ଦା ଏବଂ ତାଙ୍କ ମା’ ଙ୍କ ବିରୋଦ୍ଧରେ ମାମଲା ରୁଜୁ କରିଛି ଇମ୍ଫୋସିଟି ଥାନା ପୋଲିସ । ସୌମ୍ୟ ଭଉଣୀ ଙ୍କ ଅଭିଯୋଗ ଆଧାରରେ ଗତ ଜାନୁଆରୀ ୩୦ ତାରିଖ ରାତିରେ ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଥିଲେ । ଏବଂ ସେ ଏକ ହାତ ଲେଖା ଚିଠି ଛାଡି ଯାଇଥିଲେ ଯେଉଁଥିରେ କି ତାଙ୍କ ଆତ୍ମହତ୍ୟା ଲାଗି ତାଙ୍କ ପ୍ରେମିକ ସୋନାଲି ନନ୍ଦ କୁ ଦାୟୀ କରିଥିଲେ ।
ଉଭୟ ଙ୍କ ମଧ୍ୟରେ ବିବାହ ସ୍ଥିର ହୋଇଥିବା ସମୟରେ ସୋନାଲି ବହୁବାର ସୌମ୍ୟ ଙ୍କ ପରିବାର ସହିତ ରହୁଥିଲେ । ମାତ୍ର ସୋନାଲି ଙ୍କ ପରିବାର ଲୋକେ ବିବାହ ଆଡରେ ଦିନ ଗଢାଇ ଚାଲିଲେ । ଏମିତି କି ସୌମ୍ୟ ତାଙ୍କ ରୋଜଗାର ର ସମସ୍ତ ଅର୍ଥ ସୋନାଲୀ ଙ୍କ ପଛରେ ଖର୍ଚ୍ଚ କରିଥିବା ସୌମ୍ୟ ଙ୍କ ଭଉଣୀ ଅଭିଯୋଗ କରିଥିଲେ ।
ମାତ୍ର ସୋନାଲି ଅନ୍ୟ ପୁଅ କୁ ଭଲ ପାଇ ବସିଥିଲେ ଏବଂ ଯାହାକୁ ସହି ପାରୁ ନଥିଲେ ସୌମ୍ୟ । ସୌମ୍ୟ ଙ୍କୁ ଏକା ଏକା ଲାଗୁଥିଲା । ସୌମ୍ୟ ଙ୍କୁ ତାଙ୍କ ଜୀବନର ଅର୍ଥ ବୃଥା ଲାଗିଲା । ଆଉ ଶେଷରେ ସେ ଆତ୍ମହତ୍ୟା କରିନେଲେ । ସବୁଠାରୁ ବଡ କଥା ହେଲା ସୋନାଲି ଏବଂ ତାଙ୍କ ମା’ ସୌମ୍ୟ ଙ୍କୁ ଏକ ଦାମୀ କାର କିଣିବାକୁ କହିଥିଲେ । ଏହି କାର ଦେଲେ ସୋନାଲୀ ତାଙ୍କ ସହିତ ସାରା ଜୀବନ ରହିବେ ବୋଲି ଉଭୟ ମା’ ଏବଂ ଝିଅ କହିଥିଲେ ।
ଯଦି କାର ନ ଦେଇ ବାରମ୍ବାର ଫୋନ କର ତେବେ ଥାନା ରେ ମିଛ ମାମଲା ଦେଇ ତୁମକୁ ଫସାଇ ଦେବୁ ବୋଲି କହିଥିଲେ । ଏହିସବୁ କଥା ସୌମ୍ୟ ଙ୍କ ଭଉଣୀ ସୋନାଲୀ ଏବଂ ତାଙ୍କ ମା’ କହିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ମାତ୍ର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା ଯେଉଁଥି ପାଇଁ ସୌମ୍ୟ ଙ୍କ ପରିବାର ଲୋକେ ହାଇକୋର୍ଟ ର ଦ୍ଵାରସ୍ଥ ହୋଇଥିଲେ ।
ଏହାପରେ ହାଇକୋର୍ଟ ଭୁବନେଶ୍ଵର DCP ଙ୍କୁ ମାମଲା ରୁଜୁ କରିବା ନିମନ୍ତେ ନିର୍ଦ୍ଧେଶ ଦେଇଥିଲେ । ଆଉ ଏହାର ତଦନ୍ତ ରିପୋର୍ଟ ହାଇକୋର୍ଟ ରେ ଦାଖଲ କରିବାକୁ ମଧ୍ୟ କୁହାଯାଇଥିଲା । ଆଉ ଆଜି ଅଢେଇ ମାସ ପରେ ସୋନାଲି ଏବଂ ତାଙ୍କ ମା’ ଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।