ନିଜ Love Life ବିଷୟରେ କିଛି ଅକୁହା କଥା କହିଲେ ଲୋକପ୍ରିୟ ଓଡିଆ ସିଙ୍ଗର Sailabhama, ଦେଖନ୍ତୁ ଶୈଳଭାମାଙ୍କ ଏହି Exclusive Interview

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଗାୟିକା ଶୈଳଭାମା ମହାପାତ୍ର ବହୁତ ଭଲ ଭାବରେ ଜାଣିଥିବେ ସେ ତାଙ୍କ ଭଏସ୍ ରେ ବହୁତ ମିଠା ମିଠା ଗୀତ ଗାଇଛନ୍ତି । ସେ ବହୁତ ସାରା ଓଡ଼ିଆ ଆଲବମ୍ ସିନେମା ଭଜନ ଗୀତ ଗାଇ ଛନ୍ତି ଯାହା ଏବେ ବି ମନ ଭୀତ ରେ ଅଛି । ତେବେ ଶୈଳଭାମା ମହାପାତ୍ର ସୁନା ବେଡା ରେ ଜନ୍ମ ହୋଇଛନ୍ତି ଏବଂ କୋରାପୁଟ ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲା ରେ ସ୍ବତନ୍ତ୍ର ଛାପ ଟିଏ ତିଆରି କରିଛନ୍ତି ।

ତେବେ ସେଠାକାର ଲୋକେ ଶୈଳଭାମା ମହାପାତ୍ର ଙ୍କୁ ବହୁତ ଭଲ ପାଆନ୍ତି । ପୁରୀ ରେ ଗୋଟିଏ ବିଗ ଫେଷ୍ଟିବାଲ୍ ରେ ଯାଇଥିଲେ ଶୈଳଭାମା ମହାପାତ୍ର ସିଙ୍ଗର ହିସାବ ରେ । ହୋଟେଲ ର ସବୁ ଓର୍ନର୍ ମାନେ ମିଶି ଏହି ଫେଷ୍ଟିବାଲ କରନ୍ତି ତେଣୁ ସେହି ସମୟ ରେ ଜଣେ ବାହାରୁ ଆସି ଥିଲେ ଯିଏ କି ପୁରୀ ହୋଟେଲ ରେ ରହୁଥିଲେ । ଆଉ ସେଠାରେ ଶୈଳଭାମା ମହାପାତ୍ର ଙ୍କ ପୋଗ୍ରାମ ଟିକୁ ଦେଖିଲେ ।

ଶୈଳଭାମା ମହାପାତ୍ର ଯେଉଁ ଗୀତ ଟିକୁ ଗାଇଲେ ସେହି ଗୀତ ଟିକୁ ଶୁଣି ସେ ବମ୍ବେ କୁ ଡାକି ଥିଲେ । ଆଉ ଗୋଟିଏ ଟେଲି ଫିଲ୍ମ ରେ କାମ କରିବାକୁ କହିଲେ । ଟେଲି ଫିଲ୍ମ ର ନାଁ ଥିଲା ଗୁରି ଦକ୍ଷିଣା । ନୂଆ ଜାଗା ନୂଆ ହେଡ଼ ଫୋନ କଣ ଜାଣି ନଥିଲେ ନୂଆ ମ୍ୟୁଜିକ୍ ଡାଇରେକ୍ଟର ତେଣୁ ସେଠାରେ ତାଙ୍କୁ ଚ୍ୟାଲେଞ୍ଜ୍ ଦେଲା ଭଳି ଲାଗିଥିଲା । ତେବେ କିନ୍ତୁ ସେଠାରେ ସେ ଭାଙ୍ଗି ନଜାଇ ସେ ଗୀତ ଗାଇଲେ ଆଉ ଗୀତ ସୁପରହିଟ ହେଲା ।

ତେଣୁ ତାଙ୍କୁ ସେଠାରେ ଆହୁରି ଗୀତ ଗାଇବା ପାଇଁ କହିଲେ ଆଉ ସେଠାରେ ସେଟେଲମେଣ୍ଟ୍ ହେବା ପାଇଁ ମଧ୍ୟ କହିଲେ କିନ୍ତୁ ସେତେବେଳେ ଶୈଳଭାମା ମହାପାତ୍ର ମନା କରି ଦେଇଥିଲେ ଆଉ ତାଙ୍କ ର ପାଠ ପଢା ବି ଚାଲୁଥିଲା ତେଣୁ କରି ସେ ଓଡିଶା କୁ ଫେରି ଆସିଥିଲେ । ଆଉ ଏହା ଥିଲା ଶୈଳଭାମା ମହାପାତ୍ର ଅଭୁଲା ମୁହୂର୍ତ ।

ତାହା ସହ ଶୈଳଭାମା ମହାପାତ୍ର କହିଛନ୍ତି ଯେ ସିଙ୍ଗର ମାନେ ନିଜ ଭଏସ ରେ ଗୀତ ଗାଇବା ସହିତ ଭଏସ କୁ ଆହୁରି କ୍ଲାରିଟ୍ ଆଣିବା ପାଇଁ ଟେକିନିକାଲ୍ କୁ ବ୍ୟବହାର କରୁଛନ୍ତି ତାହା କରିବା ଜମା ବି ଠିକ ନୁହଁ ଆଉ ତାହା ଯଦି ସୁବିଧା ନଥାଏ ତାହା ନଥିଲେ ଗୀତ ଗାଉ ନାହାନ୍ତି ସିଙ୍ଗର ମାନେ ଯାହା କରିବା ଠିକ ନୁହଁ । ନିଜ ଭଏସ ରେ ଗୀତ ଗାଇବା ଠିକ ହେବ ।

ତେବେ ତାଙ୍କୁ ପଚରା ଯାଇଥିଲା କି ସେ ଏତେ ସବୁ ରୋମାଣ୍ଟିକ ଗୀତ ଗାଉଛନ୍ତି ତେବେ ତାଙ୍କର କେହି ପ୍ରେମିକ ଅଛନ୍ତି କି ମନ ଭିତରେ କେହି ରହିଛନ୍ତି କି ତେବେ ସେ ଉତ୍ତର ରେ କହିଥିଲେ ସଙ୍ଗୀତ ତାଙ୍କ ଭିତରେ ରହିଛି ଏବଂ ସେ ଯାହା ସହ ବି ଗୀତ ଗାଆନ୍ତି ତାଙ୍କୁ ଅନୁଭବ କରି ଗୀତ ଗାଆନ୍ତି । ତେବେ ଶୈଳଭାମାଙ୍କ ପିତାଙ୍କ ନାମ ଜଗତବନ୍ଧୁ ମହାପାତ୍ର ଓ ମାତାଙ୍କ ନାମ ହରପ୍ରିୟା ମହାପାତ୍ର । ମା ଓ ବଡ଼ ଭଉଣୀଙ୍କ ପ୍ରେରଣାରେ ଗୀତ ଗାଇବା ଆରମ୍ଭ କରିଥିଲେ ।

୧୯୮୩ ମସିହାରୁ ସେ ଆକାଶବାଣୀ ଓ ଦୂରଦର୍ଶନରେ ଶିଶୁ କଳାକାର ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ଏକ ସଙ୍ଗୀତ ରେକଡିଂ ସମୟରେ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ତାଙ୍କୁ ଶୁଣି ଚଳଚ୍ଚିତ୍ର ମା’ ଯାହାର ସାହାରେ ଗୀତ ଗାଇବାର ପ୍ରଥମ ସୁଯୋଗ ଦେଇଥିଲେ । ତେବେ ସେ ସର୍ବମୋଟ ୧୯୦୦୦ରୁ ଅଧିକ ଗୀତରେ ସେ କଣ୍ଠଦାନ କରିଛନ୍ତି, ସେଥିମଧ୍ୟରୁ ପ୍ରାୟ ୩୫୭ଟି ଗୀତ ସେ ଚଳଚ୍ଚିତ୍ର ପାଇଁ ଗାଇଛନ୍ତି । ସେ ଆକାଶବାଣୀ ଓ ଦୂରଦର୍ଶନର ଗ୍ରେଡ଼-ଏ କଳାକାର । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *