ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ପୋଲିସ କର୍ମୀ ଏକ ଘରକୁ ଯାଇ କବାଟ ବାଡାଉ ଛନ୍ତି ।
ହେଲେ ଘରର ଜଣେ ବୃଦ୍ଧ ମହିଳା କବାଟ ଖୋଲିବାକୁ ଭୟ କରୁଛନ୍ତି । ବୃଦ୍ଧ ମହିଳା ଜଣକ କାନ୍ଦି କାନ୍ଦି କହୁଛନ୍ତି-‘ମୋତେ ଡର ମାଡୁଛି ବୋଲି ମୁଁ କବାଟ ଖୋଲୁନି । ସେ ଭିତରେ ପଶିଗଲେ ମୋତେ ବାଡେଇବ । ସେ ସବୁବେଳେ ଆମ ସମସ୍ତଙ୍କୁ ଟର୍ଚର କରୁଥିଲା । ନାତି ଏଠି ରହୁନି ହେଲେ ଯେତେବେଳେ ବି ଥିଲା ସେ ମୋ ପୁଅ ଆଉ ମୋତେ ଟର୍ଚର କରୁଥିଲା ।
ମୁଁ ଏବେ ଥାନାକୁ କଲ୍ କରିଥିଲି ସେ କାଲି ଠାରୁ ଏଇଠି ଅଛି । ମୋ ପୁଅ ଏବେ ଭୁଆନେଶ୍ବରରେ ଅଛି’ । ଦର୍ଶକ ବନ୍ଧୁ ବୃଦ୍ଧ ମହିଳା ଜଣକ ଯାହାଙ୍କ ବିଷୟରେ କହୁଛନ୍ତି ସେ ଆଉ କେହି ନୁହେଁ ସେ ହେଉଛନ୍ତି ତାଙ୍କ ବୋହୂ । ତେବେ ବୋହୂଙ୍କ ନାମ ହେଉଛି ସୀମା । ସୀମାଙ୍କ ଶାଶୁ ତାଙ୍କୁ ବହୁତ ଭୟ କରୁଛନ୍ତି ଆଉ ତାଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ।
ଶାଶୁଙ୍କ କହିବା କଥା ସୀମା ତାଙ୍କୁ ଆଉ ତାଙ୍କ ପରିବାର ଲୋକଙ୍କୁ ଟର୍ଚର କରୁଛନ୍ତି । ଅନ୍ୟ ପକ୍ଷେ ସୀମା କହିଛନ୍ତି, ମୁଁ କାଲି ଠାରୁ ଆସିଲିଣି ହେଲେ ମୁଁ ତଳେ ଥିଲି ଆଉ ହୋଟେଲରୁ ଖାଇବା ମଗେଇ ଖାଇଲି । ମୋ ଦାଦା କହିଲେ ମୋ ସ୍ଵାମୀ ଆସିବେ ବୋଲି ଆଉ ମୁଁ ମୋ ସ୍ଵାମୀଙ୍କୁ ବି ମେସେଜ କରିଛି ଆପଣ ଦେଖି ପାରିବେ । ହେଲେ ସେ ଆସି ନାହାନ୍ତି । ତେବେ ବନ୍ଧୁଗଣ ଘଟଣା ସ୍ଥଳରେ ଜଣେ ମହିଳା ପୋଲିସ କର୍ମୀ ପହଞ୍ଚି ଘଟଣାର ତଦାରଖ କରିଛନ୍ତି ଆଉ ତାଙ୍କ ସ୍ଵାମୀଙ୍କୁ ତୁରନ୍ତ ପୋଲିସ ଷ୍ଟେସନ ଆସିବା ପାଇଁ କହିଛନ୍ତି ।
ଅନେକ ଥର ଆମେ ଶାଶୁ-ବୋହୂଙ୍କ କଳହ ଦେଖିବାକୁ ପାଇଛୁ ହେଲେ ଏହି ଘଟଣାଟି ଟିକେ ଅଲଗା । ଏଠାରେ କେବଳ ଶାଶୁ ନୁହେଁ ପୁରା ପରିବାର ବୋହୂକୁ ଡରୁ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।