ଓଡ଼ିଶାର 5 ଜଣଙ୍କୁ ଫାଶୀ ହେବା ପୂର୍ବରୁ ତାଙ୍କ ସହ କ’ଣ କରାଯିବ ? ଦୋଷୀ ମାନଙ୍କ ସହ ଶେଷ ରାତିରେ…

ଓଡିଶାର 5 ଦୋଷୀଙ୍କ ସହ ଫାଶୀ ହେବାର ପୂର୍ବ ରାତିରେ କ’ଣ କରାଯିବ ? ହତ୍ୟା କାଣ୍ଡରେ ଦୋଷୀ ସାବ୍ୟସ୍ତ ହେବା ପରେ ଦୋଷୀ ମାନଙ୍କୁ ଫାଶୀ ଦଣ୍ଡ ମିଳିବାକୁ ଯାଉଛି । ତେବେ ଫାଶୀ ହେବ ପୂର୍ବରୁ ଫାଶୀ ପାଇବାକୁ ଯାଉଥିବା ଦୋଷୀ ମାନଙ୍କ ସହ କଣ କଣ ସବୁ କରାଯାଇଥାଏ ଏହି ରିପୋର୍ଟରୁ ଜାଣନ୍ତୁ । କେଉଁ ସବୁ ପ୍ରଣାଳୀ ଦେଇ ଦୋଷୀ ମାନଙ୍କୁ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ଅଣାଯାଇଥାଏ । ମୃତ୍ୟୁ ଦଣ୍ଡ ପୂର୍ବରୁ ଯେପରି ଦୋଷୀ ମାନେ ନିଜର କିଛି ବି କ୍ଷତି କରି ନପାରନ୍ତି ସେ କଥା ଉପରେ ଅଧିକ ଧ୍ୟାନ ରଖାଯିବ ।

ସେମାନଙ୍କୁ ଏକ ସେଲ୍ ମଧ୍ୟରେ ସଂପୂର୍ଣ୍ଣ ସୁରକ୍ଷା ବଳୟ ମଧ୍ୟରେ ରଖାଯିବ । ସେମାନଙ୍କ ଖାଇବା ଠାରୁ ପିଇବା ପର୍ଯ୍ୟନ୍ତ ସବୁରି ଉପରେ ବିଶେଷ ଧ୍ୟାନ ରଖାଯାଇଥାଏ । ଫାଶୀ ପାଇବା ପାଇଁ କୋର୍ଟଙ୍କର ରାୟ ଆସିବା ପରେ ଦୋଷୀ ମାନଙ୍କୁ ନରମ କପଡାର ଡ୍ରେସ ପିନ୍ଧିବ ଏପାଇଁ ଦିଆଯାଇଥାଏ । ଯେମିତିକି ଅଳ୍ପ ଆଘାତ ମାତ୍ରେ ଡ୍ରେସଟି ସଙ୍ଗେ ସଙ୍ଗେ ଚିରିଯିବ । ତେବେ ଫାଶୀର କିଛି ସମୟ ପୂର୍ବରୁ ଦୋଷୀ ମାନଙ୍କୁ ସେମାନଙ୍କର ଦୋଷ ସବୁ ତାଙ୍କ ଆଗରେ ଶୁଣାଯାଇଥାଏ ।

ତାଙ୍କ ମାନଙ୍କର ଦୋଷରେ କେତେ ନୃଶଂଶତା ରହିଥିଲା ଦୋଷୀ ମାନଙ୍କୁ ଏସବୁ ଅନୁଭବ କରାଯାଇଥାଏ । କେଉଁ ସମୟରେ କେତେବେଳେ ସେମାନଙ୍କୁ ଫାଶୀ ହେବା ପାଇଁ ଯାଉଛି ଏ ସମ୍ପର୍କରେ ସବୁ ପ୍ରକାର ତଥ୍ୟ ସେମାନଙ୍କୁ ଦିଆ ମଧ୍ୟ ହୋଇଥାଏ । ଫାଶୀରେ ବ୍ୟବହାର ହେବାକୁ ଯାଉଥିବା ଦଉଡିକୁ ଜେଲ୍ ସୁପରିଡେଣ୍ଟେଡ 3 ଥର କରି ଯାଞ୍ଚ କରିଥାନ୍ତି । ଯେପରିକି ଫାଶୀ ସମୟରେ କୌଣସି ପ୍ରକାର ବ୍ୟାଘାତ ନଆସି ଫାଶୀ ସଫଳ ଭାବରେ ହୋଇପାରିବ ।

ଫାଶୀ ଦିନର ପୂର୍ବ ରାତି ଓ ଫାଶୀ ହେବାକୁ ଥିବା ଦିନର ସକାଳ ସମୟରେ ଦୋଷୀ ମାନଙ୍କର ପ୍ରିୟ ଖାଦ୍ୟ ସେମାନଙ୍କୁ ଖାଇବାକୁ ଦିଆଯାଇଥାଏ । ଏଥିସହ ସେମାନଙ୍କ ଶେଷ ଇଛା ମଧ୍ୟ ମଧ୍ୟ ପଚାରି ବୁଝାଯିବା ସହ ତାଙ୍କର ଇଛାକୁ ପୂରଣ କରାଯାଇଥାଏ । ତାପରେ ଫାଶୀ ଦିନର ସକାଳୁ ଶୀଘ୍ର ଉଠି ତାଙ୍କୁ ନୂତନ ପୋଷାକ ପିନ୍ଧାଇ ଧର୍ମଗ୍ରନ୍ଥ ପଢିବାର ସୁଯୋଗ ଦିଆଯାଇଥାଏ । ତାପରେ ସୁରକ୍ଷା ବଳୟ ମଧ୍ୟରେ ନେଇ ଫାଶୀ ହେବାକୁ ଥିବା ସ୍ଥାନକୁ ନିଆଯାଇଥାଏ । ଯେଉଁଠାରେ ସବୁ ନିୟମ ଅନୁସାରେ ଦୋଷୀ ମାନଙ୍କୁ ଫାଶୀ ଦିଆଯାଇଥାଏ । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *