ରାଜଧାନୀ AIIMS ରେ ହାଉଜାଉ ନକଲି ଡାକ୍ତର ! ଡାକ୍ତରର ପରିଚୟ ଦେଇ ଯୁବକଙ୍କୁ କରୁଛନ୍ତି ଟାର୍ଗେଟ ଆଉ ତା’ପରେ…

ରାଜଧାନୀର ଏମ୍ସରେ ମାଳ ମାଳ ହୋଇ ବୁଲୁଛନ୍ତି ନକଲୀ ଡାକ୍ତର ! ହଁ ଆଜ୍ଞା ନିଜକୁ ଡାକ୍ତରର ପରିଚୟ ଦେଇ ଭୁବନେଶ୍ବରର ଏମ୍ସରେ ନକଲୀ ଡାକ୍ତର ବୁଲୁଛନ୍ତି । ତେବେ ଏପରି କିଛି ଜଣେ ଯୁବକ ଅଭିଯୋଗ କରିଛନ୍ତି । ଯେଉଁ ଯୁବକ ଜଣଙ୍କ ନିଜେ ନକଲୀ ଡାକ୍ତରଙ୍କ ଶିକାର ହୋଇଛନ୍ତି । ତେବେ ଠକାମୀର ଶିକାର ହୋଇଥିବା ଯୁବକ ଜଣଙ୍କ କହିଛନ୍ତି । ନକଲୀ ଡାକ୍ତର ଜଣଙ୍କ ତାଙ୍କୁ କହିଥିଲେ । ଯେ ଭାଇ ମୁଁ ଏମ୍ସରେ ନୂଆ କରି ଡାକ୍ତର ଅଛି । ତାଙ୍କୁ ଡାକ୍ତରଟି ନିଜର ଡାକ୍ତର ଆଇଡି କାର୍ଡ ବି ଦେଖେଇଥିଲେ ।

ମୋର ଟିକେ କିଣାକିଣି କରିବାର ଅଛି । ତେଣୁ ମୋତେ ଟିକେ ଦୋକାନକୁ ନେଇଯାଅ । ତାପରେ ଯୁବକ ଜଣଙ୍କ ଡାକ୍ତର ଜଣଙ୍କୁ ଗାଡିରେ ବସାଇ ଏକ ଦୋକାନକୁ ନେଇଯାଇଥିଲେ । ଯୁବକ ଯେଉଁ କାରରେ ଥିଲେ । ସେହି କାରରେ ଗୋଟେ ବ୍ୟାଗ ମଧ୍ୟ ରହିଥିଲା । ତାପରେ ନକଲୀ ଡାକ୍ତର ଜଣଙ୍କ ଗରମ ହେଉଛି ବୋଲି ଥଣ୍ଡା ଦରକାର ବୋଲି ଯୁବକ ଜଣଙ୍କୁ ଥଣ୍ଡା ଆଣିବାକୁ ଦୋକାନକୁ ପଠାଇ ଦେଇଥିଲେ ।

ତାପରେ ଯୁବକ ଜଣଙ୍କ ଦୋକାନରୁ ଥଣ୍ଡା ନେଇ ଫେରି ଆସିବା ଭିତରେ ନକଲୀ ଡାକ୍ତରଟି ଯୁବକ ଜଣଙ୍କର ବ୍ୟାଗ ନେଇ ଫେରାର ହୋଇଯାଇଛନ୍ତି । ତେବେ ଠକାମୀର ଶିକାର ହୋଇଥିବା ଯୁବକ ଜଣଙ୍କ କହିଛନ୍ତି କି ! ଡାକ୍ତର ଜଣଙ୍କ ମୋତେ ଯେଉଁ ଭିଜିଟିଙ୍ଗ କାର୍ଡ ଦେଇଥିଲେ । ସେହି ନମ୍ବରରେ ମୁଁ ଯେତେ ଥର କଲ୍ କରିଲେ ବି ସେଥିରେ କଲ୍ ଜମାରୁ ବି ଲାଗୁନାହିଁ । ଅଭିଯୋଗ ମୁତାବିକ ଏମ୍ସ ଡାକ୍ତରଖାନା ପରିସରରେ ଗୋଟେ ଦୋକାନରେ ନକଲୀ ଡାକ୍ତର ଜଣଙ୍କ ଦେଖା ହୋଇଥିଲେ ।

ତାପରେ ନକଲୀ ଡାକ୍ତର ନିଜକୁ ଅସଲି ଡାକ୍ତର ଦେଖେଇ ହେବାକୁ ଯାଇ ଯୁବକ ଜଣଙ୍କ ମନରେ ବିଶ୍ବାସ ଜମାଇ ତାଙ୍କ ବ୍ୟାଗ ଲୁଟ୍ କରିନେଇଥିଲେ । ଆଉ ବାରମ୍ବାର କଲ୍ କରିଲେ ମଧ୍ୟ ଯୁବକଙ୍କର କଲ୍ କୁ ରିସିଭ କରୁନାହାନ୍ତି କିମ୍ବା ଓଟିରେ ଅଛି କହି ସଙ୍ଗେ ସଙ୍ଗେ କଲ୍ କୁ କାଟି ଦେଉଛନ୍ତି । ତେବେ ଏ ନେଇ ଠକାମୀର ଶିକାର ହୋଇଥିବା ଯୁବକଟି ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲାକୁ ରୁଜୁ କରି ବର୍ତ୍ତମାନ ସମୟରେ ଏନେଇ ତଦନ୍ତ ଚଳାଇଛି । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *