Ananta Ambani ଓ Radhika Merchant ଙ୍କୁ ବଲିଉଡ ସେଲିବ୍ରେଟି ସବୁ କ’ଣ ଦାମୀ ଉପହାର ଦେଇଛନ୍ତି ?

ଦେଶର ସବୁଠାରୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରି-ୱେଡିଙ୍ଗକୁ ନେଇ ଖୁବ ଚର୍ଚା ଲାଗି ରହିଛି । ଅନନ୍ତଙ୍କର ବିବାହ ପୂର୍ବରୁ ପ୍ରି-ୱେଡିଙ୍ଗ ପାର୍ଟିର ଖୁବ ବଡ ଆୟୋଜନ କରାଯାଇଥିଲା । ଯେଉଁଠାରେ ବଡ ବଡ ବିଜିନେସ୍ ମ୍ୟାନ ଠାରୁ ଆରମ୍ଭ କରି ବଡ ବଡ ବଲିଉଡ ତାରକା ମାନଙ୍କର ଭିଡ ଦେଖିବାକୁ ମିଳିଥିଲା । ଦେଶ ବିଦେଶରୁ ମଧ୍ୟ ବହୁ ପ୍ରସିଦ୍ଧ ଚେହେରା ମାନଙ୍କୁ ମଧ୍ୟ ଅନନ୍ତ ଅମ୍ବାନୀଙ୍କ ପ୍ରି-ୱେଡିଙ୍ଗ ପାର୍ଟିରେ ଦେଖିବାକୁ ମିଳିଥିଲା ।

ତେବେ ବର୍ତ୍ତମାନ ଅନନ୍ତ ଅମ୍ବାନୀଙ୍କର ପ୍ରି-ୱେଡିଙ୍ଗ ପାର୍ଟି ତ ଭଲରେ ଭଲରେ ସମାପ୍ତ ହୋଇଯାଇଛି । ହେଲେ ଏହି ପ୍ରି-ୱେଡିଙ୍ଗ ପାର୍ଟିର ଚର୍ଚା ଏବେ ମଧ୍ୟ ଜାରୀ ରହିଛି । ପାର୍ଟିରେ ବଡ ବଡ ତଥା ବିଶିଷ୍ଠ ଚେହେରା ମାନେ ନଜର ଆସିବା ସହ ସେମାନେ ଅନନ୍ତ ଅମ୍ବାନୀ ଓ କନ୍ୟା ରାଧିକା ମରଚାଣ୍ଟଙ୍କୁ କଣ କଣ ସବୁ ଦାମୀ ଉପହାର ଗିଫ୍ଟ ଦେଇଛନ୍ତି ତାହାକୁ ନେଇ ଚର୍ଚା ଖୁବ ଧରିଛି । ତେବେ ଚାଲନ୍ତୁ ଏହି ବିଷୟରେ ନଜର ପକାଇବା ।

ରନବୀର କପୁର ଓ ଆଲିଆ ଭଟ୍ଟ ଅମ୍ବାନୀ ଫାମିଲି ପାର୍ଟିରେ ଯୋଗ ଦେଇଥିଲେ । ଆଲିଆ ରାଧିକାଙ୍କୁ ଏକ ହୀରାର ପର୍ସ ଦେଇଥିବା ବେଳେ ଓ ରନବୀର ଅନନ୍ତଙ୍କୁ ଏକ ମହଙ୍ଗା ଜୋତା ସେଟ ଉପହାର ସ୍ୱରୂପ ଦେଇଥିଲେ । ଅଭିନେତା ସଲମାନ ଖାନ ମଧ୍ୟ ଅମ୍ବାନୀ ପ୍ରି-ୱେଡିଙ୍ଗ ପାର୍ଟିରେ ପହଞ୍ଚି ସେଠାରେ ଖୁବ ମଜାମସ୍ତି କରିଥିଲେ । ଏଥିସହ ଉପହାର ସ୍ୱରୂପ ଅନନ୍ତଙ୍କୁ ଫିଲିପ ବ୍ରାଣ୍ଡର ଏକ ମହଙ୍ଗା ଘଣ୍ଟା ଓ ରାଧିକାଙ୍କୁ ଏକ ହୀରାର କାନଫୁଲ ଦେଇଥିଲେ ।

ଆକ୍ଟର ଶାହରୁଖ ଖାନ ଓ ତାଙ୍କ ପତ୍ନୀ ଗୌରୀ ଖାନ ଏହି ପାର୍ଟିରେ ପହଞ୍ଚି ଅନନ୍ତ ଓ ରାଧିକାଙ୍କୁ ବହୁତ ଦାମୀ ଉପହାର ପ୍ରଦାନ କରିଥିଲେ । ତେବେ କିଙ୍ଗ ଖାନ ଏହି ଦମ୍ପତ୍ତିଙ୍କୁ ଏକ ବିଳାସପୂର୍ଣ୍ଣ ସ୍ପୋର୍ଟ୍ସ କାର ପ୍ରଦାନ କରିଛନ୍ତି । ଯାହାର ମୂଲ୍ୟ ପ୍ରାୟ 5 କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହାପରେ ସିଦ୍ଧାର୍ଥ ମଲହୋତରା ଓ କିଆରା ଆଡଭାନୀ ମଧ୍ୟ ପାର୍ଟିରେ ଉପସ୍ଥିତ ରହି ଅନନ୍ତ ଓ ରାଧିକାଙ୍କୁ ସୁନା ଓ ହୀରାର ଗଣେଶ ଓ ଲକ୍ଷ୍ମୀ ମୂର୍ତ୍ତି ପ୍ରଦାନ କରିଛନ୍ତି । ରନବୀର ସିଂହ ଓ ଦୀପିକା ପାଦୁକୋନ ଅନନ୍ତ ଓ ରାଧିକାଙ୍କୁ ଏକ ଦାମୀ ବ୍ରାଣ୍ଡର ଘଣ୍ଟା ଗିଫ୍ଟ ଦେଇଛନ୍ତି । ଭିକି କୌଶଲ ଓ କାଟ୍ରିନା କ୍ୟାଫ ଅନନ୍ତ ଓ ରାଧିକାଙ୍କୁ ଏକ ମହଙ୍ଗା ବ୍ରେସଲେଟି ଓ ହୀରା ହାର ଦେଇଛନ୍ତି । ଏହିପରି ଅପଡେଟ ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *