IND vs ENG: ସେମି ଫାଇନାଲରେ ଭାରତର ପରାଜୟ ପାଇଁ ଏହି 3 ଦାୟୀ…

ବନ୍ଧୁଗଣ, ସେମିଫାଇନାଲ ରେ ଭାରତ ପରାଜୟ ର ତିନି ଭିଲିଆନ । ପାୱାର ପ୍ଲେ ରେ ଅଧା ମ୍ୟାଚ୍ ହାରିଗଲା ଟିମ୍ ଇଣ୍ଡିଆ । ବିଶ୍ଵକପ୍ ସାରା ଫ୍ଲପ ମାରିଲେ ରାହୁଲ ଓ ରୋହିତ । ସେମି ଫାଇନାଲ ରେ ଫିକା ପଡ଼ିଗଲେ ଭାରତୀୟ ବୋଲର ମାନେ । ଟି-20 ବିଶ୍ଵକପ୍ ରେ ଟିମ୍ ଇଣ୍ଡିଆ ର ହୋଇଛି ଏକ୍ଜିଟ । ଟି-20 ବିଶ୍ଵକପ ର ଗ୍ରୁପ ଷ୍ଟେଜ ରେ ଭଲ ଖେଳ ପ୍ରଦର୍ଶନ କରି ଟେବୁଲ୍ ଟପ୍ପର ହୋଇଥିବା ଭାରତୀୟ ଦଳ ସେମିଫାଇନାଲ ରେ ମାଟି କାମୁଡ଼ିଛି ।

ଏହା ସହିତ ବିଶ୍ଵ କପ ଜିତିବାର ଆଶା ମଧ୍ୟ ଧୂଳିସାତ ହୋଇଛି । ବିଶ୍ଵକପ ଆରମ୍ଭ ରୁ ଦମଦାର ଖେଳ ଖେଳିଥିଲେ ମଧ୍ୟ ନକ ଆଉଟ ମ୍ୟାଚ ରେ ପ୍ରତିଯୋଗୀତା ର ମ୍ୟାଚ ରେ ନକ ଆଉଟ ହୋଇଛି ଭାରତ । ଏହି ପରାଜୟ ପାଇଁ ଆଉ କେହି ନୁହନ୍ତି ଟିମ୍ ଇଣ୍ଡିଆ ର କ୍ୟାପଟେନ ଓ ଭାଇସ କ୍ୟାପଟେନ ରାହୁଲ ଓ ରୋହିତ ଦାୟୀ ଅଟନ୍ତି ।

ପୁରା ଟୁର୍ଣ୍ଣାମେଣ୍ଟ ସାରା ରୋହିତ ଓ ରାହୁଲ ଦୁଇ ଜଣଙ୍କ ବ୍ୟାଟ ନୀରବ ରହିଥିଲା । ଯେଉଁଥିପାଇଁ ଟିମ ଇଣ୍ଡିଆ ବିଶ୍ଵକପ ର ମଞ୍ଚ ରୁ ନିରାଶ ହୋଇ ଫେରିଛି । ଟସ୍ ହାରିବା ପରେ ଇଂଲଣ୍ଡ ପକ୍ଷ ରୁ ଟିମ୍ ଇଣ୍ଡିଆ କୁ ବ୍ୟାଟିଙ୍ଗ ଆମନ୍ତ୍ରଣ କରା ଯାଇଥିଲା । ଉଭୟ ରାହୁଲ ଓ ରୋହିତ ପାୱାର ପ୍ଲେ ରେ ସ୍ଲୋ ଆରମ୍ଭ କରିଥିଲେ । ରାହୁଲ କେବଳ ୫ ବଲ ରେ ୫ ରନ କରି ଆଉଟ୍ ହୋଇଥିଲେ ।

ପାୱାର ପ୍ଲେ ପରେ କ୍ୟାପଟେନ ରୋହିତ ଶର୍ମା ମଧ୍ୟ ୨୭ ରନ କରି ଆଉଟ୍ ହୋଇଛନ୍ତି । ସେମି ଫାଇନାଲ ଭଳି ଗୁରୁତ୍ଵପୂର୍ଣ୍ଣ ଦିନରେ ପାୱାର ପ୍ଲେ ରେ ଟିମ୍ ଇଣ୍ଡିଆ ମାତ୍ର ୩୮ ରନ୍ କରିଥିଲା ଅପର ପକ୍ଷେ ଇଂଲଣ୍ଡ ପାୱାର ପ୍ଲେ ରେ ଧୁଆଁଧାର ବ୍ୟାଟିଙ୍ଗ କରିଥିଲେ । ଏବଂ କୌଣସି ୱିକେଟ ନ ହରାଇ ୬୩ ରନ କରିଥିଲେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ । ଯାହା ଟିମ୍ ଇଣ୍ଡିଆ ରୁ ଅଧାମ୍ୟାଚ୍ ଛଡ଼ାଇ ନେଇଥିଲା ।

ୱିକେଟ ନେବା ରେ ମଧ୍ୟ ବିଫଳ ହୋଇଥିଲା ଟିମ୍ ଇଣ୍ଡିଆ । ଭାରତ ର ଖେଳାଳି ବିରାଟ କୋହଲି ୪୦ ବଲ ରେ ୫୦ ରନ କରି ଆଉଟ୍ ହୋଇଥିଲେ । ଏବଂ ଦ୍ଵିତୀୟ ଇନିଂସ ରେ ମଧ୍ୟ ଭାରତୀୟ ବୋଲୋର ନିରାଶ କରିଥିଲେ । ଭାରତୀୟ ବୋଲୋର ଗୋଟେ ମଧ୍ୟ ୱିକେଟ ନେଇ ପାରି ନଥିଲେ । ଆଜିର ଖେଳ ରେ ଟିମ୍ ସିଲେକ୍ସନ୍ ଓ ରଣନୀତି ଠିକ ନଥିଲା । ବିଶ୍ଵକପ ରୁ ବାଦ ପଡ଼ିଛି ଆଜି ଟିମ୍ ଇଣ୍ଡିଆ । ରୋହିତ ବାହିନୀ ଆଜି ମାଟି କାମୁଡିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *