ସ୍ତ୍ରୀର ମୃତ୍ୟୁ ପରେ ଭୋ-ଭୋ ହେଇ କାନ୍ଦୁଛି ସ୍ଵାମୀ, ଆଉ କହୁଛନ୍ତି ‘ରାତିରେ ଖୁସିରେ ଭୋଜି କଲେ, ସକାଳେ ଯେତେବେଳେ କବାଟ ଖୋଲିଲୁ…’ ଦେଖନ୍ତୁ Video

ବନ୍ଧୁଗଣ ଆଜି ମଞ୍ଚେଶ୍ଵର ଥାନା ଅଧୀନ ଭାଗବତ ସନ୍ଧାନ ଲେନ ୫ରେ ଥିବା ଏକ ଭଡା ଘରେ ଏକ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମିଡିଆ ରିପୋର୍ଟସ ଅନୁସାରେ ମୃତ ମହିଳାଙ୍କ ନାମ ହେଉଛି ପ୍ରଜ୍ଞା ପାରମିତା ଧଳ । ପ୍ରଜ୍ଞା ତାଙ୍କ ସ୍ଵାମୀ ସତ୍ୟ ନାରାୟଣ ଧଳଙ୍କ ସହ ମଞ୍ଚେଶ୍ଵର ଥାନା ଅଧିକ ଭଗବତ ସନ୍ଧାନ ଲେନ ୫ରେ ଏକ ଭଡା ଘରେ ରହୁଥିଲେ । ଦୁଃଖ ସୁଖରେ ସଂସାର ଚାଲି ଥିଲା । ତେବେ ଗତ କାଲି ରାତିରେ ଏକ ପଡୋଶୀଙ୍କ ଘରେ ଉଭୟ ସ୍ଵାମୀ-ସ୍ତ୍ରୀ ଭୋଜି କରିବା ପାଇଁ ଯାଇଥିଲେ ।

ଭୋଜି ଶେଷ ହେବା ପରେ ଉଭୟ ସ୍ଵାମୀ-ସ୍ତ୍ରୀ ସେହି ପଡୋଶୀଙ୍କ ଘରେ ରହିଥିଲେ । ହେଲେ ସକାଳ ହେବା ମାତ୍ରେ ପ୍ରଜ୍ଞା ନିଜ ଘକୁ କାହାକୁ କିଛି ନ କହି ଚାଲି ଆସିଥିଲେ । ଏହା ପରେ ସତ୍ୟ ନାରାୟଣ ଘରକୁ ଆସିଲେ ହେଲେ କବାଟ ବନ୍ଦ ଥିଲା । କବାଟ ଭାଙ୍ଗି ଭିତରେ ପଶିବା ବେଳକୁ ପ୍ରଜ୍ଞାଙ୍କ ମୃତ ଶରୀର ସେ ଦେଖିଥିଲେ ।

ଏବେ ଏହି ମାମଲାଟି ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ପ୍ରଜ୍ଞାଙ୍କ ମୃତ୍ୟୁ ପରକ୍ରିୟା ପ୍ରୀତି କାରଣ ହୋଇଛି ବୋଲି ପୋଲିସ କହିଛି  । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ପୋଲିସ ଏବେ ତଦନ୍ତ କରୁଛି । ବନ୍ଧୁଗଣ ଏହାରି ମଧ୍ୟରେ ପ୍ରଜ୍ଞାଙ୍କ ସ୍ଵାମୀ ସତ୍ୟ ନାରାୟଣ ଗଣମଧ୍ୟମ ସାମ୍ନାକୁ ଆସି ଘଟଣା ସମ୍ପର୍କରେ କହିଛନ୍ତି ।

ସତ୍ୟ ନାରାୟଣ କହିଛନ୍ତି-‘କାଲି ସବୁ ଠିକ ଥିଲା କାଲି ସନ୍ଧ୍ୟା ବେଳେ ଏମିତି ମିଶିକି ଆମେ ଆଉ ଆମ ପଡୋଶୀ ଭୋଜି କରି ଖାଇଲୁ ଆଉ ସୋଇଲୁ । ସକାଳେ ଉଠିବା ପରେ ସେ ଘରକୁ ଆସିଥିଲା ପାଖରେ ଜଣେ ମହିଳା ଅଛନ୍ତି ସେ କବାଟ ବାଡେଇଲେ ହେଲେ କବାଟ ଖୋଲିଲା ନାହିଁ । ତା ପରେ ମୁଁ କବାଟ ବାଡେଇଲି ହେଲେ ସେ ଖୋଲିଲା ନାହିଁ । ପୁଅ ମୋର କାନ୍ଦିଲା ମାଆର କଣ ହେଇଛି ଭାବି ।

ତା ପରେ ମୁଁ ପଛ ପଟ ଝରକାକୁ ଯାଇ ଦେଖିଲି ସେ ଝୁଲି ପଡିଛି । ଆମ ଭିତରେ କେବେ ବି କିଛି କଥା ପାଇଁ ଝଗଡା ହେଇନି । ଆମେ ପରସ୍ପରକୁ କେତେ ଅଧିକ ଭଲ ପାଉଥିଲୁ ତାହା ସବୁ ମୋ ଫୋନ ମେସେଜରେ ଅଛି’ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *