ଦେଖନ୍ତୁ Sabya ଙ୍କ ପାଇଁ Archita କିପରି କଲେ ସାବିତ୍ରୀ ବ୍ରତ, ଦେଖନ୍ତୁ ପାର୍ଟ 2 Video

ନମସ୍କାର ବନ୍ଧୁଗଣ ତେବେ ସାବିତ୍ରୀ ବ୍ରତ ନାରୀ ମାନଙ୍କ ପାଇଁ ଏକ ମହତ ଦିନ ଅଟେ । ମାତା ସାବିତ୍ରୀ ଯେପରି ଯମ ଙ୍କ ପାଖରୁ ସତ୍ୟବାନ ଙ୍କୁ ଫେରାଇ ନେଇ ଆସିଥିଲେ ସେହିଭଳି ବିବାହିତା ନାରୀ ମାନେ ମଧ୍ୟ ନିଜ ସ୍ଵାମୀ ଙ୍କ ମଙ୍ଗଳ ମନାସି ନିଷ୍ଟା ର ସହିତ ସାବିତ୍ରୀ ବ୍ରତ କରିଥାନ୍ତି । ବିବାହିତା ନାରୀ ମାନେ ନୂତନ ଶାଢୀ ତଥା ଚୁଡି ଆଦି ରେ ଅଳଙ୍କୃତ ହୋଇ ମାତା ସାବିତ୍ରୀ ଙ୍କ ପାଖେ ପୂଜା କରିଥାନ୍ତି ।

ତେବେ ଓଡିଆ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ଅର୍ଚ୍ଚିତା ନିଜ ସ୍ଵାମୀ ସବ୍ୟସାଚୀ ଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ ଅର୍ଚ୍ଚିତ କିଭଳି ଭାବରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଅର୍ଚ୍ଚିତା ତାଙ୍କ ଶାଶୁ ଙ୍କ ସହିତ ତାଙ୍କ ପରିବାରର ମହିଳା ମାନେ ଖୁବ ସୁନ୍ଦର ଭାବରେ ନିଜ ହାତରେ ମେହେନ୍ଦି କରିଥିବାର ନଜର ଆସିଛନ୍ତି ।
ତେବେ ଏହା ସହ ବାପ ଘରୁ ଆସିଥିବା ଲୁଗା ତଥା ଶୃଙ୍ଗାର ଜିନିଷ ପିନ୍ଧି ନିଜକୁ ସୁସଜ୍ଜିତ କରିଥିଲେ ।

ଅର୍ଚ୍ଚିତା ଙ୍କ ପାଦରେ ଆଳିତା ସାଙ୍ଗକୁ ହାତରେ ଲାଲୀ ରଙ୍ଗର ଚୁଡି ବେସ ଝଲକୁଥିଲା । ଏହା ପରେ ମାତା ସାବିତ୍ରୀ ଏବଂ ସତ୍ୟବାନ ଙ୍କ ପ୍ରତିମା ଶୀଳରେ ହଳଦୀ ମାଧ୍ୟମରେ ଆଙ୍କି ମାତା ଙ୍କୁ ଅଳଙ୍କାର ମାନ ଏବଂ ଶାଢୀ ପିନ୍ଧାଇ ସଜାଇଲେ । ଏହାପରେ ପଣ୍ଡିତ ଆସି ମାତା ପୂରଣ ପଢି ମାତା ଙ୍କର ପୂଜାର୍ଚ୍ଚନା ଆରମ୍ଭ କରିଲେ । ତେବେ ଏହି ପୂଜା ରେ ସବ୍ୟସାଚୀ ମଧ୍ୟ ଯୋଗ ଦେଇଥିଲେ ।

ସେ ଅର୍ଚ୍ଚିତା ଙ୍କ ସହିତ ଆଳତି କରୁଥିବାର ନଜର ଆସିଛନ୍ତି । ଅର୍ଚ୍ଚିତା ଙ୍କ ଶାଶୁ ଏବଂ ଅନ୍ୟ ମହିଳା ମାନେ ଏହି ପୂଜାରେ ଧ୍ୟାନ ର ସହିତ ମାତା ଙ୍କର ପୂଜାର୍ଚ୍ଚନା କରିଥିଲେ । ସ୍ଵାମୀ ଙ୍କର ମଙ୍ଗଳ କାମନା କରି ଦୀର୍ଘାୟୁ ହେବାର ପ୍ରାର୍ଥନା ମାତା ଙ୍କ ପାଖରେ କରିଥିଲେ । ତେବେ ଏହାପରେ ମୁଗ ଏବଂ ବିଭିନ୍ନ ଫଳ ରେ ଭୋଗ ଚକଟା ହୋଇଥିଲା । ଏହି ଭୋଗ ସାଧାରଣତ ଆଉ କାହାକୁ ଦିଆଯାଇ ନଥାଏ କେବଳ ବିବାହିତା ନାରୀ ହିଁ ଏହି ଭୋଗ କୁ ଖାଇ ପାରିବେ ।

ତେବେ ଏହିଭଳି ଭାବରେ ଅର୍ଚ୍ଚିତା ସାବିତ୍ରୀ ବ୍ରତ ପୂଜା କରିଛନ୍ତି । ତେବେ ସବ୍ୟ ଓ ଅର୍ଚ୍ଚିତା ଦୁହେଁ ପରସ୍ପରକୁ ଦୀର୍ଘ ୧୦ ବର୍ଷ ଧରି ଭଲ ପାଇଥିଲେ ଆଉ ବର୍ତ୍ତମାନ ଦୁହେଁ ପରସ୍ପରକୁ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ତେବେ ବିବାହ ପରେ ଦୁହେଁ ଏକାଠି ବୋହୁତ ଖୁସିରେ ରହୁଥିବାର ନଜର ଆସିଛନ୍ତି । ତେବେ ଅର୍ଚ୍ଚିତା ଏବଂ ସବ୍ୟସାଚୀ ପରସ୍ପର ସହିତ ବୋହୁତ ଦିନ ଧରି ସିନେମାରେ ଅଭିନୟ କରିଥିଲେ ଆଉ ଦୁହେଁ ପରସ୍ପରକୁ ସୁଟିଂ ସେଟ୍ ରୁ ଭଲପାଇ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ତେବେ ଗତ ଦିନ ମାନଙ୍କରେ ତାଙ୍କ ବାହାଘରକୁ ୧ ବର୍ଷର ସମୟ ବିତି ଯାଇଛି ଆଉ ତାଙ୍କ ବାହାଘର ଆନିଭର୍ଷରୀକୁ ସେମାନେ ବୋହୁତ ଧୁମ୍ ଧାମ୍ ରେ ପାଳନ କରିଥିଲେ । ବର୍ତ୍ତମାନ ବାହାଘର ପରେ ଅର୍ଚ୍ଚିତା ଆଉ ସବ୍ୟସାଚୀ ବହୁତ ଖୁସିରେ ଥିବାର ନଜର ଆସୁଛନ୍ତି ଏବଂ ସବ୍ୟସାଚୀଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଅର୍ଚ୍ଚିତା ସାହୁ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *