ଓଡ଼ିଆ ଝିଅ ତଥା ଭାରତର ରାଷ୍ଟ୍ରପତି Draupadi Murmu ଙ୍କ ବିଷୟରେ ଏମିତି କିଛି କହିଲେ ପ୍ରଧାନମନ୍ତ୍ରୀ Narendra Modi

ରାଷ୍ଟ୍ରପତିଙ୍କ ବିଷୟରେ ଏମିତି କିଛି କହିଲେ ଭାରତର ପ୍ରଧାନମନ୍ତ୍ରୀ ! ତେବେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସଥିବା ବେଳେ ଓଡିଶାର ଝିଅ ତଥା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ନିଜର ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି । ତେବେ ମାନ୍ୟବର ପ୍ରଧାନମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଯେ ଭାଜପା ଅର୍ଥାତ ଭାରତୀୟ ଜନତା ପାର୍ଟି ଓଡିଶାର ସମ୍ମାନୀତ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ରାଷ୍ଟ୍ରପତି ବନାଇଛି ।

ଜିଏକି ବର୍ତ୍ତମାନ ଆଦିବାସୀ ସଂପ୍ରଦାୟ ପ୍ରତିନିଧି ଭାବେ ଦେଶର ଆଦରଣୀୟ ରାଷ୍ଟ୍ରପତି ହୋଇପାରିଛନ୍ତି । ଓଡିଶାରେ ବହୁ ଅଧିକ ଆଦୀବାସୀ ଲୋକ ବାସ କରିଥାନ୍ତି । ତେଣୁ ଆଦିବାସୀ ସମାଜର କଲ୍ଯାଣକୁ ନିମନ୍ତେ ସବୁବେଳେ ତତ୍ପର ରହିଛୁ । ସେହି ଆଦିବାସୀ ସମ୍ପ୍ରଦାୟର ଝିଅ ବର୍ତ୍ତମାନ ଭାରତ ଦେଶର ସର୍ବୋଚ ପଦବୀ ତଥା ରାଷ୍ଟ୍ରପତି ପଦବୀର ଅଧିକାରିଣୀ ହୋଇପାରିଛନ୍ତି। ସାରା ଦେଶରୁ ତାଙ୍କ ପାଇଁ କୋଣ ଅନୁକୋଣରୁ ଭଲ ପାଇବା ଓ ସମ୍ମାନର ସୁଅ ଛୁଟି ଆସୁଛି ।

ଯେତେବେଳେ ସେ କେଉଁଠାରେ ନିଜର ଅଭିଭାଷଣ ଦେଉଛନ୍ତି । ସେତେବେଳେ ତାଙ୍କ ମୁହଁରୁ ବାହାରୁଥିବା ପ୍ରତ୍ଯେକଟି ଶବ୍ଦକୁ ଶୁଣିବାକୁ ଲକ୍ଷ ଲକ୍ଷ ଲୋକ ଚାହିଁବସୁଛନ୍ତି । ହେଲେ ବିରୋଦ୍ଧି ଦଳ ଆଦରଣୀୟା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଦ୍ଧରେ ଯାଇ କଥା କହିଥିଲା । ଯାହାକି କେବଳ ରାଷ୍ଟ୍ରପତି ନୁହେଁ, ବଂର ସାରା ଆଦିବାସୀ ସମାଜ ପାଇଁ ଏହା ଅପମାନ କଥା ଥିଲା । ତାହା କେବଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ନୁହେଁ ବଂର ସାରା ଓଡିଶାବାସୀଙ୍କ ପାଇଁ ଅପମାନ ଥିଲା ।

ହେଲେ ଭାଜପା ସରକାର ରାଷ୍ଟ୍ର ନିର୍ମାଣରେ ଆଦିବାସୀଙ୍କ ଯୋଗଦାନକୁ ନିରନ୍ତର ଭାବେ ଆଗକୁ ନେବା ଚେଷ୍ଟା କରୁଛି । ଓଡିଶା ତଥା ଓଡିଶାରେ ରହୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକ ମାନଙ୍କ ଉନ୍ନତି ପାଇଁ ଭାଜପା ସରକାର ସବୁବେଳେ ଚେଷ୍ଟା କରିଛି । ଲୋକ ମାନଙ୍କ ପାଇଁ ଘର, ସଡକ ସୁବିଧା, ଜଳ ସୁବିଧା ଓ ଲୋକ ମାନଙ୍କର ରୋଜଗାର ପାଇଁ ସବୁବେଳେ ଆମର ଭାଜପା ସରକାର ନିଜର ଚେଷ୍ଟା ଚଳାଇ ଆସିଛି । ତେଣୁ ଭାଜପା ସରକାର ଗରିବଙ୍କର କଲ୍ଯାଣ କରୁଥିବା ସରକାର ଅଟେ । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ। ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *