ବିବାହ ବନ୍ଧନରେ ବାନ୍ଧି ହେଲେ Sradha Panigrahi, କାହାର ହାତ ଧରିଲେ ଓଲିଉଡ ଅଭିନେତ୍ରୀ…?

ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ! ଅଭିନୟରେ ସମସ୍ତଙ୍କୁ ବାନ୍ଧି ରଖୁଥିବା ଶ୍ରଦ୍ଧା ପାଣିଗ୍ରାହୀ ନିଜେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ହଁ ଆଜ୍ଞା ଓଲିଉଡ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ସନ୍ଦୀପଙ୍କ ସହ ବିବାହ କରିଛନ୍ତି । ଶ୍ରଦ୍ଧା ପାଣିଗ୍ରାହୀ ଅନେକ ଗୁଡିଏ ମ୍ୟୁଜିକ ଭିଡିଓ, ସିରିଏଲ, ଓ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ନିଜର ଅଭିନୟ ଦ୍ଵାରା ସମସ୍ତଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ନେଇପାରିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ।

ତେବେ ସନ୍ଦୀପ ମଧ୍ୟ ଜଣେ ବହୁତ ସୁନ୍ଦର କଣ୍ଠଶିଳ୍ପୀ ଅଟନ୍ତି । ସେ ଅନେକ ଓଡିଆ ଗୀତରେ ନିଜର କଣ୍ଠଦାନ କରି ଲୋକଙ୍କର ବହୁ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ତେବେ ଦୁହେଁ ଶ୍ରଦ୍ଧା ଓ ସନ୍ଦୀପ ବୈଦିକ ରୀତିନୀତିରେ ବିବାହ ବନ୍ଧନରେ ଯୋଡି ହୋଇ ଯାଇଛନ୍ତି । ପ୍ରଥମେ ପ୍ରେମ ଓ ପ୍ରେମଟି ବାହାଘରରେ ପରିଣତ ହୋଇଛି । ହଁ ଆଜ୍ଞା ଶ୍ରଦ୍ଧା ଓ ସନ୍ଦୀପ ଉଭୟ ପ୍ରେମ ବିବାହ କରିଛନ୍ତି ।

ପ୍ରେମର ଆକାଶରେ ଉଡି ବୁଲୁଥିବା 2 ପ୍ରେମ ଚଢେଇ ବର୍ତ୍ତମାନ ବିବାହ ଡୋରୀରେ ବନ୍ଧା ହୋଇଯାଇଛନ୍ତି । ଉଭୟଙ୍କର ପରିବାର ଲୋକ, ବନ୍ଧୁବାନ୍ଧବ, ସାଙ୍ଗସାଥି ଓ କିଛି କଳାକାର ମାନଙ୍କ ଉପସ୍ଥିତିରେ ଶ୍ରଦ୍ଧା ଓ ସନ୍ଦୀପ ହାତକୁ ଦୁଇ ହାତ ହୋଇଯାଇଛନ୍ତି । ଶ୍ରଦ୍ଧା ଓ ସନ୍ଦୀପଙ୍କ ବାହାଘରରେ ଅନେକ ଓଡିଆ କଳାକାର ମାନେ ମଧ୍ୟ ସାମିଲ ହୋଇ ତାଙ୍କ ବାହାଘରରେ ଖୁସି ମନାଇଛନ୍ତି । ଏଥିସହ ନବ ଦମ୍ପତ୍ତିକୁ ସମସ୍ତେ ସୁଖ ବୈବାହିକ ଜୀବନ ପାଇଁ ଆଶ୍ରୀବାଦ ମଧ୍ୟ ଦେଇଛନ୍ତି ।

ତେବେ ଅଭିନେତ୍ରୀ ଶ୍ରଦ୍ଧା କଣ୍ଠଶିଳ୍ପୀ ସନ୍ଦୀପଙ୍କର ସାତ ଜନ୍ମର ସାଥି ହୋଇଯାଇଛନ୍ତି । ଉଭୟଙ୍କର ଯୋଡି ମଧ୍ୟ ଖୁବ ସୁନ୍ଦର ଦେଖାଯାଉଛି ।  ତେବେ ଆମେ ମଧ୍ୟ ଆଶା କରୁଛୁ । ଶ୍ରଦ୍ଧା ଓ ସନ୍ଦୀପଙ୍କର ବୈବାହିକ ଜୀବନ ସୁଖମୟ ହେଉ । ଶ୍ରଦ୍ଧା ନିଜର ଅଭିନୟ ଓ ସନ୍ଦୀପ ସୁନ୍ଦର ବୋଲି ଲୋକଙ୍କର ଏହିଭଳି ଲୋକପ୍ରିୟତା ହାସିଲ କରନ୍ତୁ । ବନ୍ଧୁଗଣ ଆପଣଙ୍କୁ ଅଭିନେତ୍ରୀ ଶ୍ରଦ୍ଧା ଓ କଣ୍ଠଶିଳ୍ପୀ ସନ୍ଦୀପଙ୍କର ଯୋଡି କିପରି ଲାଗୁଛି ? ଆପଣଙ୍କର ମତାମତ କମେଣ୍ଟ କରିକି ଜଣାନ୍ତୁ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିବା ସହ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ ଧନ୍ୟବାଦ

Leave a Reply

Your email address will not be published. Required fields are marked *