କେତେବେଳେ ଡରିଗଲେ ସାତ୍ୟକୀ ମିଶ୍ରଙ୍କ ସ୍ତ୍ରୀ ? ଖୋଲି କହିଲେ ସେହି ଖରାପ ସମୟର ଅନୁଭୁତି… Satyaki Mishra’s Wife

ମୁହଁ ଖୋଲିଲେ ସାତ୍ଵିକ ମିଶ୍ରଙ୍କ ସ୍ତ୍ରୀ ! ଓଡିଆ କଳା ଜଗତର କଳାକାର ସାତ୍ଵିକ ମିଶ୍ର ଜିଏକି ଅନେକ ଓଡିଆ ଚଳଚିତ୍ରରେ ଅଭିନୟ କରି ଦର୍ଶକଙ୍କର ମନୋରଞ୍ଜନ କରାଇଛନ୍ତି । ହେଲେ ଗତ କିଛି ମାସ ଧରି ସେ କ୍ୟାନ୍ସର ରୋଗରେ ପୀଡିତ ଅଛନ୍ତି । ଏକ ଗଣ ମାଧ୍ୟମର ସାକ୍ଷାତକାରରେ ସାତ୍ଵିକ ମିଶ୍ରଙ୍କ ଧର୍ମପତ୍ନୀ ନିଜର ଏପରି କିଛି ପ୍ରତିକ୍ରିୟା ନିଜ ସ୍ଵାମୀଙ୍କୁ ନେଇ ରଖିଛନ୍ତି । ତେବେ ତାଙ୍କ କହିବା ଅନୁସାରେ ଆମେ ଯେତେବେଳେ ତାଙ୍କୁ କ୍ୟାନ୍ସର ହେଇଛି ବୋଲି ଜାଣିବାକୁ ପାଇଥିଲୁ ।

ସେତେବେଳେ ବହୁତ ଡରିଯାଇଥିଲୁ । ତେଣୁ ଓଡିଶାର କିଛି ହସ୍ପିଟାଲରେ ତାଙ୍କୁ ଦେଖେଇଲା ପରେ ତାପରେ ଦିଲ୍ଲୀ ନେଇଯାଇଥିଲୁ । ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା । ସେ ଯେତେବେଳେ ଆସିୟୁରେ ଥିଲେ । ସେତେବେଳେ ମୋତେ ସେ ଚିହ୍ନି ମଧ୍ୟ ପାରୁନଥିଲେ । ସେଥିପାଇଁ ମୁଁ ବହୁତ ଭୟ କରିଯାଇଥିଲି । ହେଲେ ଡାକ୍ତର ମାନେ ଆମକୁ ମାନସିକ ଭାବେ ଷ୍ଟ୍ରଙ୍ଗ କରାଇଥିଲେ । ତାପରେ ମୋତେ କଷ୍ଟ ହେଉଥିଲେ ମଧ୍ୟ ମୁଁ ହାରିଯାଇ ନଥିଲି ।

କାରଣ ମୋତେ ମୋ ସ୍ଵାମୀ, ପିଲା ଓ ପରିବାରର ଦାୟିତ୍ଵ ମଧ୍ୟ ନେବାର ଥିଲା । ମୁଁ ହାରିଗଲେ କିଛି ବି ହେଇପାରିବ ନାହିଁ ଏପରି କିଛି କଥା ଭାବି ଧର୍ଯ୍ୟହରା ହୋଇନଥିଲି । ତାପରେ ସେ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲେ । ତାଙ୍କୁ ମୁଁ କେବେବି ଧର୍ଯ୍ୟହରା ହେବାକୁ ଦେଇନି । କାରଣ କ୍ୟାନ୍ସର ଗୋଟିଏ ରୋଗ ଆମ ତାକୁ ଡରିଯିବା ନାହିଁ । ତାହା ସହ ଲଢିବା ଯେପରି କ୍ୟାନ୍ସର ଭଳି ବଡ ବଡ ରୋଗକୁ ଆମେ ମଧ୍ୟ ହରାଇ ପାରିବା ।

ଏବେ ମୋ ସ୍ଵାମୀ ଯୁଆଡେ ବି ରାସ୍ତାଘାଟରେ ଯାଉଛନ୍ତି । ସେତେବେଳେ ଲୋକ ମାନଙ୍କୁ ମଧ୍ୟ ସଚେତନ କରାଉଛନ୍ତି । କୌଣସି ପ୍ରକାର ନିଶାଦ୍ରବ୍ୟ ଯେପରି ସେବନ ନକର ସେଥିପ୍ରତି ସେମାନଙ୍କୁ ବୁଝାଉଛନ୍ତି । କାରଣ ମୋ ସ୍ଵାମୀ ଯେତେବେଳେ କ୍ୟାନ୍ସରରେ ପୀଡିତ ହୋଇ ନିଜ ଭୁଲ ବୁଝି ପାରିଥିଲେ । ତାଙ୍କ ଭଳି ଅନ୍ୟ କାହାର ମଧ୍ୟ ଅବସ୍ଥା ଯେପରି ଏଭଳି ନହେଉ । ତେଣୁ ଲୋକ ମାନଙ୍କୁ ମଧ୍ୟ ସେ ନିଜ ଆଡୁ ସଚେତନ କରାଇବାରେ ଲାଗିପଡିଲେ । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *