ଦେଖନ୍ତୁ କେମିତି ରାସ୍ତା ମଝିରେ ପ୍ରେମିକା Lumrina ଙ୍କ ଜନ୍ମଦିନ ପାଳିଲେ ଅଭିନେତା Raj Rajesh

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଲିଉଡ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ସୁନ୍ଦର ଓ ଦମଦାର ଅଭିନୟ ଦ୍ଵାରା ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇ ପାରିଛନ୍ତି । ତେବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏମିତି କିଛି ରୋମାଣ୍ଟିକ କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜ ପ୍ରେମ ସମ୍ପର୍କ କୁ ନେଇ ବେଶ ଚର୍ଚ୍ଚା ରେ ରହିଥାନ୍ତି । ସେମାନଙ୍କର ପ୍ରେମକୁ ନେଇ ସେମାନେ ସୋସିଆଲ ମିଡିଆରେ ମଧ୍ୟ ଜାହିର କରିଥାନ୍ତି ଯାହା ଫ୍ୟାନ୍ସ ମାନେ ଜାଣିବାକୁ ଆଗ୍ରହୀ ହୋଇଥାନ୍ତି ।

ଆଜି ଆମେ ଆପଣଙ୍କୁ ସେମିତି ଜଣେ ଖାସ ଯୋଡି ଙ୍କ ବିଷୟରେ କହିବାକୁ ଯାଉଛୁ । ଦର୍ଶକ ବନ୍ଧୁ ସେହି ଖାସ ଯୋଡି ମାନେ ହେଉଛନ୍ତି ଅଭିନେତା ରାଜ ରାଜେଶ ଓ ଅଭିନେତ୍ରୀ ଲୁମରେନା । ଆପଣ ମାନେ ଏହି ଦୁଇ କଳାକାର ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ଦୁହେଁ ଟିଭି ସିରିଏଲେ ନାମିଦାମି ତଥା ଜଣାଶୁଣା କଳାକାର ଭାବେ ପରିଚିତ ଅଟନ୍ତି ।

ତେବେ ରାଜ ରାଜେଶ ଓ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଙ୍କ ପ୍ରେମ ସମ୍ପର୍କ  କୁ ନେଇ ଗତ କିଛି ଦିନ ତଳେ ଖୁବ ଚର୍ଚ୍ଚା ହେଉଥିଲା । କିନ୍ତୁ ପରେ ଦୁହେଁ ନିର୍ବନ୍ଧ କରିବା ପରେ କୌଣସି କାରଣ ବଶତ ଦୁହିଙ୍କର ସମ୍ପର୍କ ସବୁ ଦିନ ପାଇଁ ଭାଙ୍ଗି ଯାଇଥିଲା । ଆଉ ଏବେ ରାଜ ରାଜେଶ ଙ୍କ ଜୀବନକୁ ଏଣ୍ଟ୍ରି କରିଛନ୍ତି ଲୁମରେନା । ଲୁମରେନା ଟିଭି ସିରିଏଲ ରେ ନେଗେଟିଭ ଚରିତ୍ର ରେ ନଜର ଆସିଥାନ୍ତି ଯାହାକୁ ଦର୍ଶକ ମାନେ ଖୁବ ପସନ୍ଦ କରନ୍ତି ।

ତେବେ ଗତ କିଛି ସମୟ ହେବ ଲୁମରେନା ଓ ରାଜ ରାଜେଶ ଙ୍କ ମଧ୍ୟରେ ଗଢି ଉଠିଛି ପ୍ରେମ ସମ୍ପର୍କ । ଆଉ ଦୁହେଁ ନିଜର ରିଲେସନ କୁ ନେଇ ବାହିତ ସିରିଏସ ମଧ୍ୟ ଅଛନ୍ତି । ତେବେ ଗତ କିଛି ସମୟ ହେବ ଦୁଇ ଯୋଡି ଙ୍କୁ ଭାଇରାଲ ହୋଇଛି ଏକ ଭିଡିଓ । ଯେଉଁଥିରେ ରାଜ ରାଜେଶ ଲୁମରେନା ଙ୍କ ଆଖି ରେ ପଟି ବାନ୍ଧି ତାଙ୍କୁ ରାସ୍ତା ମଝିକୁ ଆଣୁଛନ୍ତି ।

ଆଉ ତାଙ୍କର ଜନ୍ମଦିନ ସେଲିବ୍ରେସନ କରୁଛନ୍ତି । ଆଜ୍ଞା ହଁ ଆଜି ହେଉଛି ଲୁମରେନା ଙ୍କ ଜନ୍ମଦିନ ଯାହାକୁ କିଛି ନିଆରା ଢଙ୍ଗରେ ସେଲିବ୍ରେସନ କରୁଛନ୍ତି ପ୍ରେମିକ ରାଜ ରାଜେଶ । ତେବେ ରାସ୍ତା ମଝିରେ ଏକ କାର ରେ ଡେକୋରେଟ ହୋଇଛି ଆଉ ଜନ୍ମଦିନ କେକ ମଧ୍ୟ ରଖାଯାଇଛି । କାର କୁ ଖୁବ ସୁନ୍ଦର ଭାବେ ସଜାଇଛନ୍ତି ରାଜ ରାଜେଶ ଲୁମରେନା ଙ୍କ ପାଇଁ ଯାହାକୁ ଦେଖିବା ପରେ ସେ ବହୁତ ଖୁଶି ହୋଇ ଯାଉଛନ୍ତି । ଲୁମରେନା ଙ୍କ ଆଖି ରୁ ପଟି କାଢିବା ପରେ ସେ ବହୁତ ଖୁସି ହେବା ସହ କେକ କାଟୁଛନ୍ତି ।

ଆଉ ଦୁହେଁ ରାଜା ରାଜେଶ ଓ ଲୁମରେନା ମିଶି ଜନ୍ମଦିନ ସେଲିବ୍ରେସନ କରୁଛନ୍ତି ଓ ବହୁତ ସାରା ମସ୍ତି ଓ ଏଞ୍ଜୋଏ କରିବାର ନଜର ଆସୁଛନ୍ତି । ବନ୍ଧୁଗଣ ଆପଣଙ୍କୁ ଅଭିନେତା ରାଜା ରାଜେଶ ଓ ଅଭିନେତ୍ରୀ ଲୁମରାଇନା ଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *