Ranji Trophy ରେ ଇଶାନ ଆଣିଲେ ଝଡ, ଜିତିନେଲେ କୋଟି କୋଟି ଭାରତୀୟଙ୍କ ହୃଦୟ

ଦର୍ଶକ ବନ୍ଧୁ ଭାରତର ଯୁବ ଖେଳାଳି ଇଶାନ କିଷାନ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜରେ ଦୁଇ ଶତକ ମାରିବା ପରେ ସାରା ବିଶ୍ଵରେ ଚର୍ଚ୍ଚାରେ ଅଛନ୍ତି । ଦୁଇ ଶତକ ମାରିବା ପରେ ଏବେ ଇଶାନ ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଦର୍ଶକ ବନ୍ଧୁ ବାଂଲାଦେଶ ବିପକ୍ଷ ଦିନିକିଆ ମ୍ୟାଚ ଶେଷ ହେବାର ପାଞ୍ଚ ଦିନ ପରେ ଇଶାନ ରଞ୍ଜୀ ଟ୍ରଫିରେ ଝଡ ସୃଷ୍ଟି କରିଛନ୍ତି । ତେବେ ଏହି ଖବରକୁ ନେଇ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି ।

ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ବାଂଲାଦେଶ ମ୍ୟାଚ ଶେଷ ହେବାର ପାଞ୍ଚ ଦିନ ପରେ ଇଶାନ ଭାରତରେ ଚାଲୁ ଥିବା ରଞ୍ଜୀ ଟ୍ରଫି ଖେଳି ସମସ୍ତଙ୍କ ହୃଦୟ ଜିତି ଛନ୍ତି । ରଞ୍ଜୀ ଟ୍ରଫିରେ ଝାଡ଼ଖଣ୍ଡ ପାଇଁ ଖେଳୁ ଥିବା ଷ୍ଟାର ୱିକେଟ କିପର ବ୍ୟାଟ୍ସ ମ୍ୟାନ ଇଶାନ କିଷାନ କେରଳ ବିପକ୍ଷରେ ଶତକ ମାରିଛନ୍ତି ।

ସଞ୍ଜୁ ସାମସନଙ୍କ ନେତୃତ୍ଵରେ କେରଳ ଦଳ ପ୍ରଥମ ଇନିଙ୍ଗ୍ସରେ ୪୭୫ ରନ୍ ସ୍କୋର କରିଥିଲା । ଏହାର ଜବାବରେ ଝାଡ଼ଖଣ୍ଡ ବହୁତ ଶୀଘ୍ର ଚାରୋଟି ୱିକେଟ ଖସାଇ ଥିଲା । ଏହା ପରେ ଇଶାନ କିଷାନ ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଦଳ ସ୍କୋର ଆଗକୁ ବଢାଇ ଥିଲେ । ଇଶାନ କିଷାନ ବିସ୍ପୋରକ ଭାବରେ ଦିନିକିଆ ମ୍ୟାଚରେ ଦୁଇ ଶତକ ମାରିବା ପରେ ରଞ୍ଜୀ ଟ୍ରଫିରେ ଚଉକା ଛକା ମରିଛନ୍ତି ।

ତାଙ୍କ ଦଳ ପକ୍ଷରୁ କୌଣସି ବ୍ୟାଟ୍ସ ମ୍ୟାନ ଗୋଟେ ବି ଛକା ନ ମାରି ରନ୍ ସଂଗ୍ରହ କରୁଥିବା ବେଳେ ଇଶାନ କିଷାନ ୮ଟି ଲମ୍ବା ଛକା ମାରିଥିଲେ । ଏହି ମ୍ୟାଚରେ ଇଶାନ ମୋଟ ୧୩୨ ରନ୍ ସଂଗ୍ରହ କରିଛନ୍ତି । ଏହି ଇନିଙ୍ଗ୍ସରେ ଇଶାନଙ୍କର ୮ଟି ଛକା ଏବଂ ୯ଟି ଚଉକା ରହିଛି । ଇଶାନ କିଷାନ ଏହା ପୂର୍ବରୁ ବାଂଲାଦେଶ ମ୍ୟାଚରେ ସବୁଠାରୁ ଦ୍ରୁତ ବ୍ୟାଟିଂ କରି ଇତିହାସ ରଚି ଥିଲେ ।

ଦୁଇ ଶତକ ମାରିବା ପରେ ଇଶାନ ଏହି ରଞ୍ଜୀରେ ଶତକ କରି ଇଣ୍ଡିଆନ ଟିମ ମ୍ୟାନେଜମେଣ୍ଟକୁ ଆଶ୍ଚର୍ଯ୍ୟ କରିଛନ୍ତି । ବିଶ୍ଵାସ କରାଯାଉଛି ଯେ, ଯଦି ଇଶାନ ଏଭଳି ଭାବରେ ପଦର୍ଶନ କରନ୍ତି ତେବେ ସେ ୨୦୨୩ ବିଶ୍ଵ କପରେ ଭାରତୀୟ ଦଳରେ ସ୍ଥାନ ପାଇପାରିବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *