Rani Panda ଙ୍କ ଖରାପ ଭାଷାକୁ ନେଇ କ’ଣ କହିଲେ… Nari Panda

ରାଣୀ ପଣ୍ଡାଙ୍କ ଖରାପ ଭାଷାକୁ ନେଇ କଣ କହିଲେ ନରି ପଣ୍ଡା ! ଯାତ୍ରା ଦୁନିଆର ଜଣେ ବହୁ ସୁପରିଚିତ କମେଡିଆନ ହେଉଛନ୍ତି ନରି ପଣ୍ଡା । ଯିଏ ସ୍ଟେଜ ଉପରକୁ ଆସିଲେ ଦର୍ଶକ ହସି ହସି ବେଦମ ହୋଇଯାଇଥାନ୍ତି । ତେବେ ହାସ୍ୟଅଭିନେତା ନରି ପଣ୍ଡା ଗଣ ମାଧ୍ୟମରେ ନିଜର ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି । ତେବେ କମେଡିଆନ ନରି ପଣ୍ଡା କହିଛନ୍ତି । ଯେ ମୋତେ ଯାତ୍ରାରେ କମେଡି କରିବା ତ ପ୍ରଥମରୁ ସେତେ ଅଧିକ ପସନ୍ଦ ନଥିଲା । ହେଲେ ମୁଁ କହିଲେ ତ କିଛି ହେବ ନାହିଁ ।

ସେଥିପାଇଁ ମୋତେ ଯେଉଁ ଭୂମିକା ମିଳିଥିଲା । ସେଥିରେ ମୁଁ ଆଜି ପର୍ଯ୍ୟନ୍ତ କମେଡି କରି ଆସୁଛି । ଲୋକ ମାନେ ମଧ୍ୟ ମୋ କମେଡି ଦେଖିବାକୁ ପସନ୍ଦ କରୁଛନ୍ତି । 25 ବର୍ଷ ଧରି ମୁଁ କମେଡି କରି ଦର୍ଶକଙ୍କୁ ହସାଇ ଆସୁଛି । ଆମର କାହାଣୀ ଅନୁସାରେ କମେଡି ଯାହା ରୁହେ । ଆମେ ତାକୁ ଦର୍ଶକଙ୍କ ନିକଟରେ ଭଲରେ ପରିବେଷଣ କରିବାକୁ ଚେଷ୍ଟା କରୁ । ଯେପରି ଦର୍ଶକଙ୍କ ମୁହଁରେ ଆମେ ହସ ଦେଇପାରିବୁ ।

ବର୍ତ୍ତମାନ ବହୁତ ଭଲ ଭଲ କଳାକାର ଯାତ୍ରା ପାର୍ଟି ଚେଞ୍ଜ କରି ଗୋଟିଏ ପାର୍ଟିରୁ ଆଉ ଗୋଟେ ପାର୍ଟିକୁ ଆସିବା ପାଇଁ ବାହାରୁଛନ୍ତି । ହେଲେ ମୁଁ ଅନେକ ଯାତ୍ରା ପାର୍ଟି ବଦଳେଇ ବଦଳେଇ ବର୍ତ୍ତମାନ ସ୍ଵର୍ଣ୍ଣମହଲରେ ରହିଛି । ଏବେ ଏହି ଯାତ୍ରା ପାର୍ଟିକୁ ଛାଡିବାର ସେପରି କୌଣସି ନିଷ୍ପତ୍ତି ମଧ୍ୟ ମୁଁ ନେଇ ନାହିଁ । ଖଣ୍ଡଗିରିରେ ବହୁତ ଗୁଡିଏ ଯାତ୍ରା ପାର୍ଟି ପଡିଛି । ସବୁ ପାର୍ଟି ମାନେ ଭଲ ଯାତ୍ରା କରି ଟଙ୍କା ରୋଜଗାର କରୁଛନ୍ତି ।

ଏ ବର୍ଷ ଗୌରୀ ଗଣନାଟ୍ଯ ବହୁତ ଭଲ ଖଣ୍ଡଗିରିରେ ହାଉସଫୁଲରେ ପୁରା ରହିଛି । ତେବେ ସେହି ପାର୍ଟିରେ କାମ କରୁଥିବା ରାଣୀ ମୋର ସାନ ଭଉଣୀ ଭଳି ହେବ । ସେ ବହୁତ ଭଲ ଝିଅଟିଏ । ହେଲେ ତାକୁ କିଏ କଣ କହିଦେଲେ ସେ ନିଜ ରାଗକୁ କଣ୍ଟ୍ରୋଲ ନ କରିପାରି ଭାଷା କହିଦିଏ । ହେଲେ ସେ ଭଲ ପିଲାଟା ଧୀରେ ଧୀରେ ସେ ନିଜକୁ ଚେଞ୍ଜ କରିଦେବ । ରାଣୀ ନିଜକୁ ବହୁତ ସୁଧାରିଲାଣି । ଯଦି ସେ ଚାହିଁବ ସେ ଭାଷା କହିବା ମଧ୍ୟ ଛାଡି ଦେବ । ତେବେ ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *