ଖଣ୍ଡଗିରିରେ ସବୁ ଟଙ୍କା ନେଇ ପଳେଇଲା Rani Panda, ଏବେ ଖେଳ କରୁଛି…Piyush Tripathy

ଖଣ୍ଡଗିରିରେ ସବୁ ଟଙ୍କା ନେଇଗଲା ରାଣୀ ପଣ୍ଡା ! ହଁ ଆଜ୍ଞା ଗତ କିଛି ଦିନ ଧରି ଖଣ୍ଡଗିରି ଠାରେ ଆୟୋଜିତ ହୋଇଥିବା ମେଳାରେ ଯାତ୍ରା ଅପେରା ମାନଙ୍କର ପସରା ମେଲିଛି । ତେବେ ଏହାରି ମଧ୍ୟରେ ଜଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ତେବେ ଗୌରୀ ଗଣନାଟ୍ଯର ମୁଖ୍ୟ ନାୟିକା ଭାବେ ଅଭିନୟ କରିଥିବା ରାଣୀ ପଣ୍ଡାଙ୍କ ଚର୍ଚା ଏବେ ଗାଁ ଠାରୁ ନେଇ ସହର ସବୁଠି କରାଯାଉଛି ।

ତେବେ ଏହାରି ମଧ୍ୟରେ ଜଣେ ଯାତ୍ରା ଦେଖିବାକୁ ଆସିଥିବା ଜଣେ ଦର୍ଶକ ଗଣ ମାଧ୍ୟମ ସାମ୍ନାରେ ଏଭଳି କିଛି ପ୍ରତିକ୍ରିୟା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ରଖିଛନ୍ତି । ତେବେ ତାଙ୍କ କହିବା ଆଧାରରେ ଖଣ୍ଡଗିରିରେ ଫାଷ୍ଟ ଫେଜରେ 6 ଟି ଯାତ୍ରା ପାର୍ଟି ପଡିଥିଲା । ସବୁ ଯାତ୍ରା ପାର୍ଟି ଗୁଡିକ ଭଲ ଭଲ ଯାତ୍ରା କଳାକାରଙ୍କୁ ନେଇ ଆସିଥିଲେ । ସବୁ ପାର୍ଟି ଭଲ ଯାତ୍ରା କରିଛନ୍ତି । ହେଲେ ଏଥର ପୁରା ମାର୍କେଟ ଅଭିନେତ୍ରୀ ରାଣୀ ପଣ୍ଡା କିଣି ନେଇଛନ୍ତି କହିଲେ ଚଳେ ।

କାରଣ ରାଣୀ ପଣ୍ଡାଙ୍କର ଯେଉଁ ନାଟକ ରାଣୀ ପଣ୍ଡାକୁ ଖଣ୍ଡଗିରି ମନା ତାକୁ ଦେଖିବା ପାଇଁ ପୁରା 6 ରାତି ଯାକ ହାଉସ ଫୁଲ୍ ହୋଇଥିଲା । ତେଣୁ ଚଳିତ ବର୍ଷ ଗୌରୀ ଯାତ୍ରା ପାର୍ଟି ପୁରା ଜବରଦସ୍ତ ଇନକମ କରିଛି । ଅନ୍ୟ ଯାତ୍ରା ପାର୍ଟି ଗୁଡିକ ଆଭରେଯରେ ଅଛନ୍ତି । ହେଲେ ରାଣୀ ପଣ୍ଡାକୁ ଖଣ୍ଡଗିରି ମନା ଯାତ୍ରାରେ ଜବରଦସ୍ତ ଆକ୍ଟିଙ୍ଗ କରି ଖଣ୍ଡଗିରିର ସବୁ ଟଙ୍କା ଅଭିନେତ୍ରୀ ରାଣୀ ପଣ୍ଡା ନେଇକି ଚାଲିଗଲେ ।

ତାପରେ ଦିତୀୟ ଫେଜରେ ଯେଉଁ ଆଉ 6 ଟି  ପାର୍ଟି ଆସିଛନ୍ତି । ସେଥିରେ ବର୍ତ୍ତମାନ ତୁଳସୀ ଗଣନାଟ୍ଯ ଟପରେ ରହିଛି । କାରଣ ସେଥିରେ ମୁଖ୍ୟ ଆକର୍ଷଣର କେନ୍ଦ୍ର ସାଜିଛନ୍ତି ଅଭିନେତା ପୀୟୂଷ ତ୍ରିପାଠୀ । ତାଙ୍କର ମଧ୍ୟ ଖଣ୍ଡଗିରିରେ ଅପେରା ପଡିଲା ଦିନ ଠାରୁ ହାଉସଫୁଲ ରହୁଛି । କାରଣ ଖଣ୍ଡଗିରିର କୁମ୍ଭ ମେଳା ହେଉଛି ଏକ ସ୍ଵତନ୍ତ୍ର ମେଳା । ଏଠାରେ ମେଳା ଓ ଯାତ୍ରା ଦେଖିବାକୁ ଖାଲି ଓଡିଶାରୁ ନୁହଁ, ବଂର ଓଡିଶା ବାହାରୁ ମଧ୍ୟ ଲୋକେ ଆସୁଛନ୍ତି । ତେଣୁ ଖଣ୍ଡଗିରିକୁ ଯାତ୍ରା କରିବାକୁ ସବୁ ଭଲ ଭଲ ପାର୍ଟି ମାନେ ହିଁ ଆସନ୍ତି । ଖବରର ଅପଡେଟ ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *