ରାମ ମନ୍ଦିର କେସ୍‌ ଜିତାଇଥିବା ଓକିଲ, ଲୋକେ କୁହନ୍ତି ନ୍ୟାୟ ସଂହିତାର ଭୀଷ୍ମ ପିତାମହ ! Ayodhya Ram Mandir

ରାମ ମନ୍ଦିର କେସ୍ ଜିତାଇଥିବା ଇଏ ହେଉଛନ୍ତି ସେହି ମହାନ ଓକିଲ ! ବର୍ତ୍ତମାନ ସମୟରେ ପ୍ରଭୁ ରାମଙ୍କ ଆଗମନର ଅପେକ୍ଷାରେ ସାରା ଭାରତ ଆନନ୍ଦମୟ ହୋଇ ଉଠିଛି । ସବୁଆଡେ ରାମମୟ ପରିବେଶର ବାତାବରଣ ଦେଖିବାକୁ ମିଳୁଛି । ହେଲେ ଏହି ଖୁସି ଆଣିଦେବାରେ ଯାହାଙ୍କର ମହତ୍ଵପୂର୍ଣ୍ଣ ଭୂମିକା ରହିଥିଲା । ତାଙ୍କୁ ଆମେ କିପରି ଅବା ଭୁଲିପାରିବା । ଯିଏ ଭଗବାନ ରାମଙ୍କୁ ନ୍ୟାୟ ଦେବାକୁ ଯାଇ ପ୍ରଭୁ ରାମଙ୍କ ପାଇଁ କେସ୍ ଲଢିଥିଲେ ।

କେସ୍ ପାଇଁ ଅକ୍ଲାନ୍ତ ପରିଶ୍ରମ କରି ରାମ ମନ୍ଦିର କେସ୍ କୁ ଜିତାଇଥିଲେ । ସେ ହେଉଛନ୍ତି ନ୍ୟାୟ ସଂହିତାର ଭୀଷ୍ମ ପିତାମହ । ହଁ ଆଜ୍ଞା ଆମେ ଏଠାରେ ସେହି ମହାନ ବ୍ୟକ୍ତିଙ୍କ କଥା କହୁଛୁ । ଯିଏ 92 ବର୍ଷରେ ବି ସାଢେ 4 ଘଣ୍ଟା କାଳ ଛିଡା ହୋଇ ପ୍ରଭୁ ରାମଙ୍କ ପାଇଁ କେସ୍ ଲଢି ଶେଷରେ ରାମଙ୍କର ଜୟ କରାଇଥିଲେ । ତେବେ ଆମେ ସେହି ମହାନ ଓକିଲ କେ ପାରାଶରଙ୍କ କଥା ଏଠାରେ କହୁଛୁ ।

ତେବେ ସେଦିନ ଶେଷ ଶୁଣାଣୀର ସମୟ ଥିଲା । ସକାଳୁ କୋର୍ଟରେ ଯାଇ ଓକିଲ ମହାଶୟ ପହଞ୍ଚିଯାଇଥିଲେ । ଘଣ୍ଟା ଘଣ୍ଟା ସମୟ ଧରି କେସ୍ ଲଢିବା ପ୍ରକ୍ରିୟା ଚାଲୁ ରହିଥାଏ । ତେବେ ସବୁଠାରୁ ବଡ କଥା ହେଉଛି । ଏତେ ବର୍ଷ ବୟସରେ ବି କେସ୍ ଲଢିବା ସମୟରେ ସେ ବସିନଥିଲେ । ତାଙ୍କୁ ବସିକି କେସ୍ ଲଢିବାକୁ କୁହାଯାଇଥିବା ବେଳେ ସେ କହିଥିଲେ । ମୁଁ ମୋ ଭଗବାନ ରାମଙ୍କ ପାଇଁ କେସ୍ ଲଢୁଛି । ମୁଁ କେମିତି ବସିପାରିବି । ତେବେ ଅନେକ ଦିନର ସଂଗ୍ରାମ ପରେ ଶେଷରେ ଓକିଲ ମହାଶୟ ବିଜୟ ପ୍ରାପ୍ତ କରିଥିଲେ । ଯାହା କେବଳ ତାଙ୍କର ନୁହେଁ ବଂର ସାରା ଭାରତବାସୀ ତଥା ରାମଭକ୍ତଙ୍କର ବିଜୟ ଥିଲା ।

କେସ୍ ଲଢିବା ସମୟରେ ଓକିଲ କେ ପରାସରଙ୍କୁ ଯେତେ କଷ୍ଟ ହେଉଥିଲେ ମଧ୍ୟ ସେ କେବେବି ହାର ମାନିନଥିଲେ । ସେଥିପାଇଁ ତ ତାଙ୍କୁ କୁହାଯାଉଛି ସେ ହେଉଛନ୍ତି ଭାରତୀୟ ନ୍ୟାୟ ସଂହିତାର ଭୀଷ୍ମ ପିତାମହ । ସେ ପ୍ରତ୍ଯେକଟି ସମୟରେ ଭଗବାନଙ୍କ ଠାରୁ ଆଶ୍ରୀବାଦ ନେଇ ନିଜର କାର୍ଯ୍ୟ ଆରମ୍ଭ କରିଥାନ୍ତି । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ      

Leave a Reply

Your email address will not be published. Required fields are marked *