ରାମ ମନ୍ଦିରକୁ ଦାନରେ ସବୁ ରାଜ୍ୟକୁ ପଛରେ ପକାଇଲା ଏହି ଗୋଟେ ରାଜ୍ୟ ! ରାଜ୍ୟର ଲୋକେ କଲେ କୋଟି କୋଟି ଦାନ… Ram Mandir

ରାମ ମନ୍ଦିରକୁ ସବୁଠାରୁ କେଉଁ ରାଜ୍ୟ କରିଲା ଅଧିକ ଦାନ ! ହଁ ଆଜ୍ଞା ଆସନ୍ତା 22 ତାରିଖରେ ପ୍ରଭୁ ଶ୍ରୀରାମଙ୍କର ଅଯୋଧ୍ୟା ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଯେଉଁଥି ପାଇଁ ସାରା ଭାରତ ବର୍ତ୍ତମାନ ସମୟରେ ରାମଲାଲାଙ୍କ ଆଗମନ ପାଇଁ ଉତ୍ସବମୁଖର ହୋଇ ଉଠିଛନ୍ତି । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଯେତେ ପାଖେଇ ପାଖେଇ ଆସୁଛି ଲୋକଙ୍କ ମନରେ ଉତ୍କଣ୍ଠା ଓ ଆଗ୍ରହ ସେତିକି ସେତିକି ବଢିବାରେ ଲାଗୁଛି । ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ମନ୍ଦିରକୁ ସୁନ୍ଦର ଭାବରେ ସୁସଜ୍ଜିତ ମଧ୍ୟ କରାଯାଉଛି ।

ଯାହାକି ମନୋଲୋଭା ଏକ ସ୍ଥାନ ପାଲଟିଯିବ । ଏଥିସହ କିଛି କିଛି ଲୋକ ରାମ ମନ୍ଦିରକୁ ଶ୍ରଦ୍ଧାର ସହ କିଛି ଦାନ ମଧ୍ୟ କରିଛନ୍ତି । ତେବେ ଅନେକ ରାଜ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ କିଛି ନା କିଛି ଦାନ ଖୋଲାହସ୍ତରେ କରିଛନ୍ତି । ସେଥିମଧ୍ୟରୁ ଏହି ରାଜ୍ୟ ଏତେ ମାତ୍ରାରେ ରାମ ମନ୍ଦିରକୁ ଦାନ କରିଛି ଯାହା ସବୁ ରାଜ୍ୟକୁ ପଛରେ ପକାଇ ଅଧିକ ଦାନ କରିବା ରାଜ୍ୟ ତାଲିକାରେ ରେକର୍ଡ କରିଛି । ତେବେ ଉତ୍ତରପ୍ରଦେଶରେ ଏହି ରାମ ମନ୍ଦିର ରହିଛି ।

ସେହି ସ୍ଥାନରେ ହିଁ ରାମଲାଲାଙ୍କର ରାମ ମନ୍ଦିର ପ୍ରତିଷ୍ଠା ହେବା ପାଇଁ ଯାଉଛି । ତେବେ ଗୁଜୁରାଟ ରାଜ୍ୟ ଦାନ କରିବାରେ ସବୁ ରାଜ୍ୟ ଠାରୁ ଆଗରେ ରହିଛି । ମୁକ୍ତହସ୍ତରେ ଗୁଜୁରାଟର ଲୋକ ରାମ ମନ୍ଦିର କାର୍ଯ୍ୟ ପାଇଁ ଦାନ କରିଛନ୍ତି । ଯାହାକି ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏଭଳି କିଛି ସୂଚନା ମିଳିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ 5 ହଜାର 5 ଶହରୁ ଉର୍ଦ୍ଧ କୋଟିର ଟଙ୍କା ରାମ ମନ୍ଦିରକୁ ସବୁ ରାଜ୍ୟର ଲୋକ ମିଶି ଦାନ କରିସାରିଛନ୍ତି । ତେବେ ଦେଶ ତଥା ବିଦେଶରୁ ମଧ୍ୟ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରଭୁ ରାମଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ମୁକ୍ତହସ୍ତରେ ଦାନ କରିବାକୁ ଟିକେ ବି କୁଣ୍ଠାବୋଧ କରିନାହାନ୍ତି ।

ହେଲେ ସେଥିମଧ୍ୟରୁ ରାମ ମନ୍ଦିର କାର୍ଯ୍ୟରେ ଦାନ କରିବା କ୍ଷେତ୍ରରେ ସବୁଠାରୁ ଆଗରେ ଗୁଜୁରାଟ ରାଜ୍ୟ ରହିଛି ବୋଲି ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବର୍ତ୍ତମାନ ସୂଚନା ମିଳିଛି । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *