ଆତଙ୍କବାଦୀଙ୍କ ଟାର୍ଗେଟରେ ରାମ ମନ୍ଦିର ଓ ରାଜନେତା ! ଗୁଇନ୍ଦା ବିଭାଗ କଲା ସତର୍କ… Ram Temple

ଆତଙ୍କବାଦୀର ଟାର୍ଗେଟରେ ରାମ ମନ୍ଦିର ! ତେବେ ଆସନ୍ତା ଜାନୁଆରୀ 22 ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେବା ପାଇଁ ଯାଉଛି । ଯେଉଁ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ପର୍ବ ବର୍ତ୍ତମାନ ଜୋରସୋରରେ ଆଗେଇ ଚାଲିଛି । ସବୁଆଡେ ଏବେ କେବଳ ରାମ ରାମ ହିଁ ଗୁଞ୍ଜରୀ ଉଠୁଛି । ଏଥିସହ ଲକ୍ଷ ଲକ୍ଷ ରାମ ଭକ୍ତଙ୍କ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଚାତକ ପରି ଅନାଇ ବସିଛନ୍ତି । ହେଲେ ଏହି ସବୁ ଉତ୍ସବମୁଖର ପରିବେଶ ଭିତରେ ଏପରି କିଛି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି ।

ଯେଉଁଥିରେ ଗୁଇନ୍ଦା ବିଭାଗ ପକ୍ଷରୁ ଏଭଳି କିଛି ବଡ ଖବର ସାମ୍ନାକୁ ଆସିଛି । ଯେ ବର୍ତ୍ତମାନ ଆତଙ୍କବାଦୀଙ୍କ ଟାର୍ଗେଟରେ ରାମ ମନ୍ଦିର ରହିଛି । ଆତଙ୍କବାଦୀ ମାନେ ରାମ ମନ୍ଦିର ଓ ରାମ ମନ୍ଦିରକୁ ନିମନ୍ତ୍ରିତ ହୋଇ ଆସିବାକୁ ଥିବା ବଡ ବଡ ନେତାମନ୍ତ୍ରୀଙ୍କ ଉପରେ ରହିଛି । ଯାହାକି ବର୍ତ୍ତମାନର ସବୁଠାରୁ ବଡ ଖବର ଅଟେ । ତେଣୁ ଏ ସବୁକୁ ନେଇ ଯାଞ୍ଚ ଏଜେନ୍ସି ସମସ୍ତଙ୍କୁ ଆଗୁଆ ସତର୍କ କରାଇଦେଇଛି ।

କିଛି ନିର୍ଦ୍ଧିଷ୍ଟ ଲୋକଙ୍କ ଜରିଆରେ ଆତଙ୍କବାଦୀ ମାନେ ଏପରି କିଛି ଯୋଜନା କରିଛନ୍ତି ବୋଲି ସୂଚନା ମିଳିଛି । ଆସନ୍ତା 22 ତାରିଖର ଶୁଭ ମୂହୁର୍ତ୍ତରେ ଯେତେବେଳେ ରାମ ମନ୍ଦିର ପ୍ରତିଷ୍ଠା ହୋଇ ବିଶ୍ଵ ଦରବାରରେ ଭାରତ ନିଜର ଏକ ସ୍ଵତନ୍ତ୍ର ପରିଚୟ ଗଢିବା ପାଇଁ ଯାଉଛି । ସେତେବେଳେ ସେଥିରେ ହୁଏତ ବାଘ୍ଯାତ ସୃଷ୍ଟି କରିବା ପାଇଁ ଆତଙ୍କବାଦୀ ମାନେ ପ୍ଳାନ କରିଥିବେ ବୋଲି ଏ ସବୁ ଉପରେ ବର୍ତ୍ତମାନ ଯାଞ୍ଚ ଏଜେନ୍ସି ତଦାରଖ କରିବା ଆରମ୍ଭ କରିଦେଇଛି ।

ଗୁଇନ୍ଦାର ଯାଞ୍ଚ ଏଜେନ୍ସି ମାନେ ଏକ ବୈଠକ କରି ଏଥିପ୍ରତି ଆଗୁଆ ସଚେତନ ହେବ ସହ ରାମ ମନ୍ଦିରକୁ ଆସିଥିବା ସମସ୍ତ ରାଜନେତା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଲୋକଙ୍କ ସୁରକ୍ଷା ପ୍ରତି କଡାକଡି ବ୍ୟବସ୍ଥା କରାଯିବା ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି । ଏଥିସହ ରାମଲାଲାଙ୍କ ମନ୍ଦିରର ପବିତ୍ର ପ୍ରତିଷ୍ଠା ଉତ୍ସବକୁ କିପରି ସୁରୁଖୁରୁ ଭାବେ ପାଳନ କରାଯାଇ ଶାନ୍ତି ସହକାରେ ସାରା ବିଶ୍ଵ ଦେଖିପାରିବ ବୋଲି ସେଥିପ୍ରତି ମଧ୍ୟ ବିଶେଷ ନଜର ରଖାଯାଇଛି ।

ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ମଧ୍ୟ କରନ୍ତୁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *