କର୍କଟ ରୋଗ ନେଇଗଲା ଗୋଟିଏ ଗୋଡ଼, ତଥାପି ସେ ଅଟକିଲେ ନାହିଁ… ଗୋଟିଏ ଗୋଡ଼ରେ ଚାଲିଲେ ରାମ ମନ୍ଦିର ! Shreeram Mandir

ଗୋଟିଏ ଗୋଡରେ ବାହାରିଲେ ରାମ ମନ୍ଦିର ! ହଁ ଆଜ୍ଞା ଶରୀରର ଗୋଟେ ଗୋଡ ସିନା ନାହିଁ । ହେଲେ ମନ ମଧ୍ୟରେ ରହିଛି ପ୍ରଭୁଙ୍କ ପ୍ରତି ଅସୀମ ଭକ୍ତି । ମନରେ ଭଗବାନଙ୍କ ପ୍ରତି ଏତେ ଭଲ ପାଇବା ଏତେ ଭକ୍ତି ଯେ କୌଣସି ବଡ ରୋଗ ମଧ୍ୟ ତାଙ୍କୁ ଅଟକାଇ ପାରିଲାନାହିଁ । ଛୋଟବେଳରୁ ହିଁ ପ୍ରଭୁ ରାମଙ୍କ ପ୍ରତି ଥିଲା ବ୍ୟକ୍ତି ଜଣଙ୍କର ଅପାର ଭକ୍ତି । ସବୁବେଳେ ସେ ଇଜାର ସୁଖ, ଦୁଃଖରେ ପ୍ରଭୁ ରାମଙ୍କୁ ଡାକି ଆସିଛନ୍ତି ।

ହେଲେ କର୍କଟ ରୋଗରେ ପୀଡିତ ହେଲା ପରେ ଡାକ୍ତର ତାଙ୍କର ଗୋଟିଏ ଗୋଡକୁ କାଟି ଦେଇଛନ୍ତି । ହେଲେ ଠାକୁରଙ୍କ ପ୍ରତି ଥିବା ମନରେ ପୂର୍ବ ଭଳି ଭଳି ପାଇବା ଟିକେ ମଧ୍ୟ କମିନାହିଁ । ସେଥିପାଇଁ ତ ସାଇକେଲ ଚଳାଇ ଚଳାଇ ରାମଲାଲାଙ୍କ ରାମ ମନ୍ଦିର ଦେଖିବା ପାଇଁ ଛୁଟି ଆସିଛନ୍ତି । ତେବେ ବ୍ୟକ୍ତି ଜଣଙ୍କ କଲିକତାରୁ ଅଯୋଧ୍ୟା ପର୍ଯ୍ୟନ୍ତ ଗୋଟିଏ ଗୋଡରେ ପେଡାଲ ମାରିକି ସାଇକେଲ ଚଳାଇ ଆସିଛନ୍ତି । ତାଙ୍କୁ ଯିଏ ବି ରାସ୍ତାରେ ଦେଖୁଛି ସେ ଅଚମ୍ଭିତ ହୋଇଯାଉଛି ।

ତେବେ ଏଭଳି କିଛି ଦୃଶ୍ୟ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି । ତେବେ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସୌମିତ । ଯାହାଙ୍କର ମନ ଠାରୁ ଆରମ୍ଭ କରି ପ୍ରାଣ ମଧ୍ୟ କେବଳ ପବିତ୍ର ରାମ ଶବ୍ଦରେ ଭରି ରହିଛି । ତେବେ ସୌମିତଙ୍କ କର୍କଟ ରୋଗ କାରଣରୁ 2022 ମସିହାରେ ତାଙ୍କର ଗୋଟେ ପଟ ଗୋଡକୁ କାଟିଦିଆଯାଇଥିଲା । ତାପରେ ସୌମିତଙ୍କର କେବଳ ଗୋଟିଏ ଗୋଡ ରହିଥିଲା । ସେଥିପାଇଁ ସୌମିତ ନିଜର ସବୁ କାମ ପାଇଁ ସେଘୀ ଗୋଟିଏ ଗୋଡ ଉପରେ ନିର୍ଭର କରି ଆସିଛନ୍ତି । ତେବେ ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ ଚିତ୍ର ଦେଖିଲା ପରେ ଗୋବରଡଙ୍ଗାର ସୌମିତ ରାମ ମନ୍ଦିର ଉଦ୍ଘାଟନୀ ପର୍ବରେ ସାମିଲ ହେବାକୁ ଚାହୁଁଥିଲେ ।

ତାପରେ ମନ ମଧ୍ୟରେ ସୌମିତ ଦୃଢ ଆଶା ରଖିଥିଲେ । ପ୍ରଭୁ ରାମଚନ୍ଦ୍ରଙ୍କୁ ପ୍ରାଥନା କରି ଗୋଟିଏ ଗୋଡରେ ପେଡାଲ ମରିକି କଲିକତାରୁ ଅଯୋଧ୍ୟାକୁ ନିଜର ଯାତ୍ରା ଆରମ୍ଭ କରିଦେଇଥିଲେ । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *