୨୦୨୩ IPL ଫାଇନାଲର ବିଜୟୀ ହେଲା ଚେନ୍ନାଇ ସୁପର କିଙ୍ଗ, ଅବସର କୁ ନେଇ ସ୍ପଷ୍ଠ କଲେ MS Dhoni

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୨୦୨୩ IPL ଫାଇନାଲ ମ୍ଯାଚର ବିଜୟୀ ହେଲେ ଚେନ୍ନାଇ ସୁପର କିଙ୍ଗ ! ତେବେ ଖବର ମୁତାବିକ ମହେନ୍ଦ୍ର ସିଂହ ଧୋନୀ ପ୍ରଥମେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଉଭୟ ଦଳର ଖେଳ ପଦର୍ଶନ ଭଲ ରହିଥିବା ସମୟରେ ଶେଷ ୨ ବଲ୍ ରେ ଛକା ଓ ଚୌକା ମାରି ଦଳକୁ ଜିତାଇଦେଓଥିଲେ ରବୀନ୍ଦ୍ର ଜାଡେଯା । ତେବେ ପଞ୍ଚମ ଥର ପାଇଁ IPL ଟ୍ରଫି ହାସଲ କରିବା ସକ୍ଷମ ହୋଇପାରିଲେ ଧୋନୀ ବାହିନୀ ଅର୍ଥାତ ଚେନ୍ନାଇ ସୁପର କିଙ୍ଗ ।

ତେବେ ମ୍ଯାଚ ସରିବା ପରେ CSK ର ସମର୍ଥକ ମାନେ CSK ଟିମକୁ ବଧାଇ ଦେବା ସହ ବିପୁଳ ମାତ୍ରାରେ ହୃଦୟରୁ ଚିଅରଅପ କରିଥିଲେ । ସବୁଆଡେ ସେଲିବ୍ରେସନର ମାହୋଲ ଖେଳିଯାଇଥିଲା । ତେବେ ଏତେ ସବୁ ମଧ୍ୟରେ ମହେନ୍ଦ୍ର ସିଂହଙ୍କର ଏପରି କିଛି ପ୍ରତିକ୍ରିୟା ବର୍ତ୍ତମାନ ସମସ୍ତ ମାହୀଙ୍କ ସମର୍ଥକଙ୍କୁ ଖୁସି କରିଦେଇଛି । ତେବେ ଏବେ ଅବସର ନେବେନି ଧୋନୀ । ତେବେ ଅନେକ ଦିନ ଧରି ମହେନ୍ଦ୍ର ସିଂହ ଧୋନୀଙ୍କର ଅବସରକୁ ନେଇ ଖୁବ ଆଲୋଚନା ଚାଲୁଥିଲା ।

ଯାହାକୁ ନେଇ ଏଇ ବର୍ଷ ଅର୍ଥାତ ୨୦୨୩ ମହେନ୍ଦ୍ର ସିଂହ ଧୋନୀଙ୍କର ଶେଷ IPL ବୋଲି ଲୋକ ଅନୁମାନ କରିଦେଇଥିଲେ । ହେଲେ ଏନେଇ ଗତକାଲି ଅର୍ଥାତ ଫାଇନାଲ ମ୍ଯାଚ ବିଜୟ ପରେ ମହେନ୍ଦ୍ର ସିଂହ ଧୋନୀ ଅବସର ନେବେ ନାହିଁ । ବୋଲି ନିଜର ପ୍ରତିକ୍ରିୟାରେ ଏପରି କିଛି ମତ ରଖି ସ୍ପଷ୍ଠ କରିଛନ୍ତି । ତେବେ ଦିନକୁ ଦିନ ବଢୁଥିବା କ୍ୟାପେଟେନ କୁଲ୍ ମାହୀଙ୍କ ସମର୍ଥକ ମାନଙ୍କର ଦାବୀକୁ ନଜରରେ ରଖି ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ମହେନ୍ଦ୍ର ସିଂହ ଧୋନୀ ।

ଆଉ ଏକ IPL ସିଜିନ ଖେଳିବା ପାଇଁ ମହେନ୍ଦ୍ର ସିଂହ ଧୋନୀ କହିଛନ୍ତି । ନିଜକୁ ଶାରୀରିକ ରୂପେ ଫିଟ୍ ରଖି ଆସନ୍ତା ସିଜିନ ପାଇଁ ନିଜକୁ ପ୍ରସ୍ତୁତ କରିବେ ଧୋନୀ । ଏହା ସହ ପୁଣି ଏକ ସିଜିନରେ ଧୋନୀଙ୍କୁ CSK ରେ ନେତୃତ୍ଵ ନେବାର ନଜର ଆସିବା ପାଇଁ ଯାଉଛି ବୋଲି ଧୋନୀ ସ୍ପଷ୍ଠ କରିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ସହିତ ଅଧିକରୁ ଅଧିକ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *