ରେଡ୍ ଜୋରଦାର, ରାଜନୀତି ବି ଜୋରଦାର, ଛାନିଆଁ ବିଜେଡି କ୍ୟାମ୍ପ…

ଜାପାନରେ ମୁଖ୍ୟମନ୍ତ୍ରୀ, ଓଡିଶାରେ ରେଡ୍, ବବିଙ୍କ ଇଲାକାରେ କେନ୍ଦ୍ର ସରକାରଙ୍କ ଏଜେନ୍ସି । ତନାଘନା କରୁଛି ବବିଙ୍କ ଅଞ୍ଚଳରେ ଆଉ ସହଯୋଗୀଙ୍କ ଉପରେ । ଏପରି ପରିସ୍ଥିତିରେ ବିଜେଡି ଉପରେ ଚାପ ବଢାଉଛି ରେଡ ରାଜନୀତି । ରାଜ୍ୟର କ୍ରସର ବ୍ୟବସାୟ ଉପରେ ପ୍ରଶ୍ନ ପଚାରି ଥିବା ସୂଚନା ଅଧିକାରୀ କର୍ମୀଙ୍କ ପରେ ଏହା ଉପରେ ଏବେ ନଜର ପକାଇଛି ଇନ୍କମ ଟେକ୍ସ ଡିପାର୍ଟମେଣ୍ଟ ।

ଦୀର୍ଘ ତିନି ଦିନ ହେଲାଣି ଲଗାତାର ରେଡ ଚାଲିଛି ଯାଜପୁର ଜିଲ୍ଲାରେ । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ବିଛାଳି, ଡଙ୍କାରି, ରାହାଡ ପୁର ଏବଂ ଚଢେଇ ଧରା କ୍ରସରରେ ଚାଲିଛି ରେଡ । ଆଉ ଏ ସବୁ ଏରିଆ ହେଉଛି କୁଆଡେ ବବିଙ୍କ ଇଲାକା । ସେପଟେ ଏହାକୁ କାଉଣ୍ଟର କରିବା ପାଇଁ ଧର୍ମେନ୍ଦ୍ରଙ୍କ ଜିଲ୍ଲା ଅନୁଗୁଳରେ ବି ରାଜ୍ୟ ଜିଏସଟି ବିଭାଗ ରେଡ କରିଛି ।

ଭୁତ କମ୍ପାନୀ ନାମରେ ଠକେଇ ହେଉଥିବା ଅଭିଯୋଗ ଆଣି ଜିଏସଟିର 25 ଜଣିଆ ଟିମ ଚଢାଉ ଜାରି ରଖିଛି । ସେପଟେ ଯାଜପୁରରେ ହେଉଥିବା ଆଇଟି ରେଡ କାଳେ ବିଜେଡି ଫଣ୍ଡିଙ୍ଗ ଲିଙ୍କ ଭାଙ୍ଗିବାକୁ ହେଉଛି ବୋଲି ଚର୍ଚ୍ଚା ହେଉଛି । କାରଣ ବିଜେଡି ଏସବୁ ଖଣି ଏବଂ କ୍ରସର ଏରିଆରୁ ମୋଟା ଅଙ୍କର ଫଣ୍ଡିଙ୍ଗ ବବିଙ୍କ ଜରିଆରେ ଉଠା ଯାଉଥିବା ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଚର୍ଚ୍ଚା ହେଉଛି ।

ଏପରି ରେଡ ରାଜନୀତି ବେଳେ କିନ୍ତୁ ନବୀନ ଏବଂ 5T ସଚିବ ଏବଂ ମୁଖ୍ୟ ଶାସନ ସଚିବ ବିଦେଶ ଗସ୍ତରେ ଅଛନ୍ତି । କିନ୍ତୁ ରାଜ୍ୟର ମଙ୍ଗ ଏବେ ଅଲିଖିତ ଭାବରେ ବବିଙ୍କ ହାତରେ । ଏହାକୁ ବବି କିପରି ସାମ୍ନା କରୁ ଛନ୍ତି ତାହା ଉପରେ ରାଜନୈତିକ ବିଶେଷଜ୍ଞଙ୍କ ନଜର । ଏପରି କି ବବିଙ୍କ ଅତି ଘନିଷ୍ଠ ତଥା ବିଜେଡି କର୍ମୀ ସୁବ୍ରତ ଛଟେଇଙ୍କ ଶିକ୍ଷାନୁଷ୍ଠାନ ବଣିକ ଉପରେ ବି ଜିଏସଟି ରେଡ ହେବା ପରେ ବବିଙ୍କୁ ଏହା ଶକ୍ତ ଧକ୍କା ଦେଇଛି ଏବଂ ଚାଲେଞ୍ଜ ବି ।

ସେପଟେ ରାଜ୍ୟରେ ଏବେ ନକଲି ସାର୍ଟିଫିକେଟ ଏବଂ ନିଯୁକ୍ତି କାରବାରରେ ପିସି ରାକେଟ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଇଁ ସବୁଠାରୁ ବଡ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେଣୁ ଏସବୁ ଉପରେ ସରକାର କଣ୍ଟ୍ରୋଲ ଆଣିବା ପାଇଁ କ୍ରାଇମ ବ୍ରାଞ୍ଚକୁ ବ୍ୟବହାର କରୁଥିବା ନେଇ ରାଜନୈତିକ ପଣ୍ଡିତ ମାନେ କହୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *