ବନ୍ଧୁଗଣ ନମସ୍କାର, ତେବେ ବାପା ର ଶବ ପାଖରେ ଭୋ ଭୋ ହୋଇ କାନ୍ଦୁଛି ପୁଅ । ବାପା ବୋଲି ଡାକ ଛାଡ଼ି ଅଥୟ ହୋଇ ପଡୁଛି । ସବୁଦିନ ଭଳି ବାପା ଭୋର ରୁ ମହୁଲ ଟୋଲ ଧରି ପେଶୀବାକୁ ଅଟୋ ରେ ବାହାରି ଥିଲେ । କିନ୍ତୁ କିଏ ଜାଣିଥିଲା ବାପା ଯେ ଆଉ ଘରକୁ ଫେରିବେ ନାହିଁ । ଏମିତିକି ଏକା ସାଙ୍ଗରେ ଦାଦା ଓ ପୁତୁରା ସବୁ ଅଜଣା ରାଇଜ କୁ ଚାଲିଗଲେ । ଗୋଟିଏ ପରିବାରର ପାଞ୍ଚ-ପାଞ୍ଚଟି ଶବ ଦେଖି ଛାତି ଫାଟି ଯାଉଛି ସମ୍ପର୍କୀୟ ଙ୍କର ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ନମ୍ବର ଜାତୀୟ ରାଜପଥ ର ଏହି ଛାତି ଥରା ସଡ଼କ ଦୁର୍ଘଟଣା ନେଇ ଯାଇଛି । ଗୋଟିଏ ପରିବାରର ପାଞ୍ଚଟି ଜୀବନ । ଭୋର ପ୍ରାୟ ପାଞ୍ଚଟାରୁ ଘରୁ ଅଟୋ ରେ ବାହାରିଥିଲେ ବାଉଁଶକଳା ପଞ୍ଚାୟତ ବାଙ୍ଗୁରା ଗ୍ରାମ ର ଅନନ୍ତ ସାମଲ, ପ୍ରହ୍ଲାଦ ସାମଲ, ଆଦିକନ୍ତ ସାମଲ, ଅଙ୍କୁର ସାମଲ ଏବଂ ୧୩ ବର୍ଷ ବୟସ ର ଦିବ୍ୟରଞ୍ଜନ ସାମଲ ।
ମହୁଲ ଟୋଲ ପେସାଇବା ପାଇଁ ଅଟୋ ବୋଝେଇ କରି ମୁକ୍ତାପଶି ଯାଉଥିଲେ । କିନ୍ତୁ ବାଟରେ ଜଗିଥିଲା ଯମ । ଘର ଠାରୁ କୋଷେ ବାଟ ବାହାରି ୫୩ ନମ୍ବର ଜାତୀୟ ରାଜପଥ ରେ ଯାଉଥିବା ବେଳେ ପଛରୁ ମାଡ଼ି ଆସିଥିଲା ଦାନବ ରୂପୀ କୋଇଲା ବୋଝେଇ ଟ୍ରକ ଆଉ ଅଟୋ କୁ ଦେଇଥିଲା ଧକ୍କା ।
ଏମିତି କି ଟ୍ରକ ଟି ଭାରସାମ୍ୟ ହରାଇ ଅଟୋ ଉପରେ ସମ୍ପୂର୍ଣ୍ଣ ରୂପରେ ଚଢ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଚାଲି ଯାଇଥିଲା ଗୋଟିଏ ପରିବାରର ପାଞ୍ଚ ଟି ଜୀବନ ଏବଂ ରାସ୍ତା ଉପରେ ଵିଛୁଡ଼ି ହୋଇ ପଡ଼ିଥିଲା ବର୍ଷ ଯାକ ସଞ୍ଚୟ କରିଥିବା ମହୁଲ ଟୋଲ ।
ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଶୋକ ର ଛାୟା । ସେପଟେ କିନ୍ତୁ ଜୀବନ ବଞ୍ଚାଇବା ଭୟ ରେ ପାଞ୍ଚ ଟି ଜୀବନ ନେଇଥିବା ଟ୍ରକ ଡ୍ରାଇଭର ଫେରାର ହୋଇ ଯାଇଛି । ତେବେ ଏହି ମାମଲା କୁ ନେଇ ଆପଣ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।