ରଜ ପର୍ବରେ ଠାକୁର ପୂଜା କରିବେ କି ନାହିଁ ? ଜାଣନ୍ତୁ ରଜ ପର୍ବରେ କେଉଁ ସବୁ ନିୟମ ପାଳନ କଲେ ବଢିଥାଏ ସୁଖ ସମ୍ପତି (Raja Special)

ବନ୍ଧୁଗଣ ଆସନ୍ତା କାଲି ଠାରୁ ରଜ ପର୍ବ ଆରମ୍ଭ ହେବାକୁ ଯାଉଛି । ଆମ ଓଡିଆ ଧର୍ମରେ ରଜର ମହତ୍ଵ ବହୁତ ଅଧିକ ରହିଛି । ପ୍ରତି ବର୍ଷ ଝିଅ ମାନେ ଅତି ଧୁମଧାମର ସହ ରଜ ପର୍ବ ପାଳନ କରିଥାନ୍ତି । ତେବେ ବନ୍ଧୁଗଣ ରଜ ପର୍ବରେ ଠାକୁର ପୂଜା କରିବା ଉଚିତ ନା ନାହିଁ ତାହା କଣ ଆପଣ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ରଜ ପର୍ବ ସହ ଜଡିତ ଏମିତି କିଛି ଗୁରୁତ୍ଵପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଆସନ୍ତା କାଲି ବା ଜୁନ 14 ତାରିଖ ଦିନ ପଡିବାକୁ ଯାଉଛି ପହିଲି ରଜ । ଆଉ ବନ୍ଧୁଗଣ ସେହି ଦିନ ହେଉଛି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା । ଜ୍ୟୋଷ୍ଟ ପୂର୍ଣ୍ଣିମା ହେଉଛି ସବୁଠାରୁ ବଡ ଦିନ । ସେହି ଦିନ ମହାପ୍ରଭୁ ଜଗନ୍ନାଥଙ୍କର ବିଶେଷ ପୂଜା ଅର୍ଚ୍ଚନା କରାଯାଇଥାଏ ।

ବନ୍ଧୁଗଣ ଆପଣ ମାନେ ସେହି ଦିନ ପୂଜା କରିପାରିବେ । ନିଜ ଘରେ ଆପଣ ପୂଜା କରିପାରିବେ ହେଲେ ଯଜ୍ଞ କିମ୍ବା ହୋମ ଇତ୍ୟାଦି କରିପାରିବେ ନାହିଁ । ହେଲେ ବନ୍ଧୁଗଣ ନବବଧୂ ମାନେ ଯଦି ପ୍ରଥମ ରଜ ନିଜ ଶାଶୁ ଘରେ ପାଳନ କରୁଛନ୍ତି ସେମାନେ ସଜବାଜ ହୋଇ ବସିବେ । ଯେଉଁ ମାନଙ୍କର ବିବାହ 2 ବର୍ଷ ହେଇଯାଇଛି ସେମାନେ ଘରେ ପୂଜା କରିବେ ।

ଯଦି ଆପଣ ସଂକ୍ରାନ୍ତି ଦିନ ହୋମ ବା ଯଜ୍ଞ କରିବାକୁ ଚାହୁଁ ଛନ୍ତି ତା ହେଲେ ଆପଣ ନିଜ ଘରେ କରିପାରିବେ ନାହିଁ ।ଆପଣ ମାନେ ମନ୍ଦିରରେ ଚାହିଁଲେ ହୋମ କିମ୍ବା ଯଜ୍ଞ କରିପାରିବେ । ରଜ ସମୟରେ ଚକି ଶୀଳରେ ମସଲା ବାଟିବା ବା ଅନ୍ୟ କିଛି କାମ କରିବେ ନାହିଁ । ରଜରେ ପନିକିରେ ବି କୌଣସି ଜିନିଷ କଟା ଯାଏ ନାହିଁ ।

ହେଲେ ବର୍ତ୍ତମାନ ତ ସବୁ ଘରେ ଛୁରୀ ଆଉ ଗ୍ରାଇଣ୍ଡର ଅଛି । ତେଣୁ ଆପଣ ମାନେ ଏସବୁ କଥା କେବଳ ମନେ ରଖିଥାନ୍ତୁ । କୁଆଁରୀ ଝିଅ ମାନେ ଯେଉଁ ଭଳି ଭାବରେ ପ୍ରତି ବର୍ଷ ରଜ ପାଳନ କରନ୍ତି ସେହିଭଳି ରଜ ପାଳନ କରିବେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *