ମହିଳାଙ୍କୁ ବେଡ୍ରୁମକୁ ଡାକୁଥିଲେ ଏହି ରେଲୱେ କର୍ମଚାରୀ, ଅଳତା ଓ ସିନ୍ଦୁର ପିନ୍ଧେଇ ଛାଞ୍ଚୁଣି ଧରି ମହିଳା ମାନେ ଦେଲେ ପାନେ…ନିଜେ ଦେଖି ନିଅନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ନିଜର ହକ୍‌ ମାଗିଲେ ନମିଳିବାରୁ ସଂଘବଦ୍ଧ ଆକ୍ରମଣ କଲେ । ନୟାଗଡ଼ ଭୂଅର୍ଜନ ଅଧିକାରୀଙ୍କ ଅଫିସରେ ଏଭଳି ଅଭାବନୀୟ ସ୍ଥିତି ଦେଖା ଯାଇଛି । ତେବେ ଭୂଅର୍ଜନ ଅଧିକାରୀଙ୍କୁ ଝାଡ଼ୁରେ ପିଟିଲେ ମହିଳା l ମହିଳାଙ୍କ ଝାଡ଼ୁ ମାଡ଼ରେ ସେ ଆହତ ହୋଇଛନ୍ତି । ଆଜି ନୟାଗଡ଼ ସହରରେ ଘଟିଛି ଏହି ଘଟଣା । ମହିଳାଙ୍କ ଝାଡ଼ୁ ମାଡ଼ରେ ଆହତ ହୋଇ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏହି ଭୂଅର୍ଜନ ଅଧିକାରୀଙ୍କ ନାଁ ସଞ୍ଜୟ ପ୍ରତିହାରୀ ।

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପର ଭୂଅର୍ଜନ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ ପ୍ରତିହାରୀଙ୍କୁ ନୟାଗଡ଼ସ୍ଥିତ ତାଙ୍କ କାର୍ଯ୍ୟାଳୟରେ ପଶି ଝାଡୁରେ ନିସ୍ତୁକ ପିଟିଛନ୍ତି କିଛି ମହିଳା । ତେବେ ଜମି ଅଧିଗ୍ରହଣ କ୍ଷତିପୂରଣ ଦେବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଥିଲା । ଜମିହରାଙ୍କୁ କ୍ଷତିପୂରଣ ପ୍ରଦାନରେ ବିଳମ୍ବ କରିବା ଅଭିଯୋଗରେ ଭୂଅର୍ଜନ ଅଧିକାରୀଙ୍କୁ ଝାଡ଼ୁ ପାହାର ହୋଇଥିବା ଅଭିଯୋଗ ହୋଇଛି ।

ଆହତ ଅବସ୍ଥାରେ ଭୂଅର୍ଜନ ଅଧିକାରୀଙ୍କୁ ନୟାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ମାମଲାରେ କିଛି ମହିଳାଙ୍କୁ ଅଟକରଖି ପଚରାଉଚରା ଆରମ୍ଭ କରିଛି ପୋଲିସ । ତେବେ ଅଭିଯୋଗ ଅନୁଯାୟୀ, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକଙ୍କ ଚାଷଜମି ଅଧିଗ୍ରହଣ କରିଛି ରେଳ ବିଭାଗ ।

ହେଲେ ସେମାନେ ଜମି ବାବଦକୁ ପାଇଥିବାକୁ ଥିବା ଅର୍ଥ ପ୍ରଦାନରେ ବହୁ ବିଳମ୍ବ ହେଉଛି ଏହା ସହ ବେଡ଼ ରୁମ କୁ ମଧ୍ୟ ମହିଳା ମାନଂକୁ ଡାକୁଥିଲେ ତାଙ୍କ ସହ ଅସଭ୍ୟ ବ୍ୟବହାର କରୁଥିଲେ । ତେବେ କ୍ଷତିପୂରଣ ପାଇଁ ବାରମ୍ବାର ଭୂଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ି ନିରାଶ ହେବା ପରେ ଆଜି ଲୋକେ ଏଭଳି ଏକ ନିଷ୍ପତ୍ତି ନେଇଥିଲେ ।

କିଛି ମହିଳା ଭୂଅର୍ଜନ ଅଧିକାରୀ ଶ୍ରୀ ପ୍ରତିହାରୀଙ୍କୁ ପିଟିଥିଲେ । ସେମାନେ ଝାଡ଼ୁ ଓ ଜୋତାରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏହା ବି ଅଭିଯୋଗ ହୋଇଛି ଯେ କ୍ଷତିପୂରଣ ଦେବାକୁ ଶ୍ରୀ ପ୍ରତିହାରୀ ଜମିହରାଙ୍କୁ ଲାଞ୍ଚ ମାଗୁଥିଲେ । ମହିଳାଙ୍କ ମାଡ଼ରେ ଆହତ ହୋଇଛନ୍ତି ଭୂଅର୍ଜନ ଅଧିକାରୀ । ତାଙ୍କୁ ନୟାଗଡ଼ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *