ପୋଲିସ ଟେକି ନେବାରୁ ରାଗରେ ନିଆଁ ହେଇଗଲେ Sura ଭାଇ, ଦେଲେ ଦୋ-ଅକ୍ଷରି ଗାଳି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଦରବୃଦ୍ଧି, ବେରୋଜଗାର ଓ ଜିଏସ୍‌ଟି ବୃଦ୍ଧି ପ୍ରତିବାଦରେ ଦେଶବ୍ୟାପୀ ଆଜି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବିକ୍ଷୋଭ ପ୍ରଦର୍ଶନ ବେଳେ ଦିଲ୍ଲୀ ପୋଲିସ୍‌ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଏହାର ପ୍ରତିବାଦ କରି କଂଗ୍ରେସ ସାଂସଦ ବିଜୟ ଚୌକରେ ଧାରଣା ଦେଇଛନ୍ତି । ଦିଲ୍ଲୀରେ କଂଗ୍ରେସ କର୍ମୀ ମାନେ କଳା ପୋଷାକ ପରିଧାନ କରି ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଥିବା ବେଳେ ରାଜ୍ୟ ରାଜଧାନୀରେ ମଧ୍ୟ କଂଗ୍ରେସ ତାର ପ୍ରତିବାଦ ଚଳାଛି ।

ପିସିସ ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଅନେକ ବରିଷ୍ଠ ନେତା ମାନଙ୍କୁ ପ୍ରତିବାଦ କରୁଥିବାରୁ ଦେଖିବାକୁ ମିଳିଛି । ତେବେ ଉଭୟକେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତିି ପିସିସି । କହିଛନ୍ତି ଦିନକୁ ଦିନ ଦେଶ ଏବଂ ରାଜ୍ୟରେ ମୂଲ୍ୟବୃଦ୍ଧି ସହ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସରକାର ଯେଉଁ ପଦକ୍ଷପ ନେଉଛନ୍ତି ତାହା ସିଧାସଳଖ ଗରିବ ଖାଉଟିଆ ମାନଙ୍କର ପେଟକୁ ଲାତ ମାରିବା ସହିତ ସମାନ ।

ତେବେ ପିସିସିଙ୍କ କହିବା ଅନୁସାରେ ଯଦି ଆର୍ଥିକ ସ୍ଥିତି ଭଲ ରହିଛି ତେବେ ହୁ ହୁ ହୋଇ ଦରଦାମ ବୃଦ୍ଧି ହେଉଛି କଣ ପାଇଁ? ଧନୀ ଲୋକଙ୍କ ଉପରେ ଟ୍ୟାକ୍ସ ପକାଯାଉ । ଗରିବ ମାନଙ୍କୁ ଉପରେ କାହିଁକି ଏଭଳି ଅନ୍ୟାୟ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହିତ ରାଜ୍ୟରେ ବେରୋଜଗାରୀ ମୁଖ୍ୟ ସମସ୍ୟା ହୋଇ ଯାଇଛି । ନବୀନ ସରକାର କହିଥିଲେ ବର୍ଷକୁ ୨କୋଟି ଚାକିରି ଯୋଗେଇ ଦେବେ ହେଲେ କରୁଛନ୍ତି କଣ ?

ଏହା ସହିତ ସ୍ଥାୟୀ ଚାକିରି ଯୋଗାଇ ପାଇଁ ଦାବି କରିଛନ୍ତି । ଦେଶର ଜନତାଙ୍କ ପାଇଁ ଏହି ପ୍ରତିବାଦ । ଏହା କେବଳ ଆରମ୍ଭ ଏବଂ ଆଗକୁ ଏହି ଭଳି ପ୍ରତିବାଦ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି । ଆଗାମୀ ୨୦୨୪ ନିର୍ବାଚନରେ ଏହି ଜନସାଧାରଣ ମାନେ ତାଙ୍କୁ ଜବାବ ଦେବେ ବୋଲି କହିଛନ୍ତି ଶରତ । ତେବେ ସେହି ସମୟରେ ପ୍ରତିବାଦ ସ୍ତଳରୁ ସୁର ରାଉତରାୟଙ୍କୁ ଟେକି ନେଇଛି ପୋଲିସ । ସୁରଙ୍କୁ ପୋଲିସ ଉଠେଇ ନେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଜୋରେ ଭାଇରାଲ ହେଉଛି ।

ତେବେ ସୁର ରାଉତ ଙ୍କୁ ପଚରା ଗଲା କି ଏଭଳି କଣ ପାଇଁ ନେଇ ଯାଉଛନ୍ତି ତେବେ ସେ ଉତ୍ତର ରେ କହିଥିଲେ କି ସେମାନେ ସବୁ ଅଲାଜୁକ କାୟର । ଚିନି ରେ,ଗୁଡ ରେ ମୁଡି ରେ ,ଚାଉଳ ରେ ,ଡାଲି ରେ ଯେଉଁ ଜିଏସଟି ଲଗା ଯାଇଛି, ତାରି ବିରୁଦ୍ଧ ରେ ଏହି ସଂଗ୍ରାମ । କେତେ ଦିନ ଟେକିକି ନେବୁ ଦେଖିବା । ଶେଷରେ କହିଛନ୍ତି, ରହ ୨୦୨୪ ରେ ତମ ସହିତ ଆମର ମୁକାବିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *