ରଚନା କଣ ପାଇଁ ସିଦ୍ଧାନ୍ତଙ୍କୁ ଛାଡି ଦେଲେ ? କଣ ପାଇଁ ବିବାହ କଲେନି ? ଜାଣନ୍ତୁ ଅସଲ କାରଣ 

ଦର୍ଶକ ବନ୍ଧୁ ଆମ ଓଡିଶାରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଓଡିଆ ଇଣ୍ଡଷ୍ଟ୍ରିରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁ ମାନେ ପରସ୍ପରକୁ ପ୍ରେମ କରିଛନ୍ତି ଆଉ ପରବର୍ତ୍ତୀ ସମୟରେ ବିବାହ ମଧ୍ୟ କରିଛନ୍ତି । ହେଲେ ଏମିତି ମଧ୍ୟ କିଛି ଯୋଡି ଅଛନ୍ତି ଯେଉଁ ମାନେ ଅନେକ ବର୍ଷ ପର୍ଯ୍ୟନ୍ତ ପ୍ରେମ କରିଲେ ମଧ୍ୟ ବିବାହ କରିପାରି ନାହାନ୍ତି ଆଉ ଶେଷରେ ଅଲଗା ହୋଇଛନ୍ତି ।

ଆଉ ସେମାନଙ୍କ ମଧ୍ୟରୁ ଗୋଟେ ଯୋଡି ହେଉଛନ୍ତି ରଚନା ବାନାର୍ଜୀ ଆଉ ସିଦ୍ଧାନ୍ତ ମହାପାତ୍ରଙ୍କର ଯୋଡି । ଦର୍ଶକ ବନ୍ଧୁ ଉଭୟ ରଚନା ଆଉ ସିଦ୍ଧାନ୍ତଙ୍କର 12 ବର୍ଷର ପ୍ରେମ କାହାଣୀ ସାରା ଓଡିଶାରେ ପ୍ରସିଦ୍ଧ । ତେବେ ଉଭୟ କାହିଁକି ଅଗଲା ହେଲେ ତା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦର୍ଶକ ବନ୍ଧୁ ଗୋଟେ ସମୟରେ ସିଦ୍ଧାନ୍ତ ଓଡିଆ ଇଣ୍ଡଷ୍ଟ୍ରିରେ ପାଦ ଦେଲେ ଆଉ ସାରା ଓଡିଶା ବାସୀଙ୍କୁ ନିଜ ଜବରଦସ୍ତ ଅଭିନୟ ମାଧ୍ୟମରେ ମନ କିଣି ଦେଲେ ।

ଆଉ ସେହି ସମୟରେ ରଚନା ମଧ୍ୟ ଓଡିଆ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ସିଦ୍ଧାନ୍ତ କେବଳ ଓଡିଆ ଫିଲ୍ମ କରିଛନ୍ତି ହେଲେ ରଚନା ହିନ୍ଦୀ, କନ୍ନଡ, ତେଲୁଗୁ ଓ ବଙ୍ଗାଳୀ ଫିଲ୍ମ ଆଦିରେ କାମ କରି ସୁନାମ ଅର୍ଜନ କରିଛନ୍ତି । ତେବେ ରଚନା 1994 ମସିହାରେ ଓଡିଆ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ତାଙ୍କର ପ୍ରଥମ ଫିଲ୍ମ ଥିଲା ପଥର ଖସୁଛି ବଡ ଦେଉଳୁ । ଏହି ଫିଲ୍ମଟି ସେ ସିଦ୍ଧାନ୍ତଙ୍କ ସହ କରିଥିଲେ ଆଉ ଏହି ଫିଲ୍ମରୁ ଉଭୟଙ୍କ ପ୍ରେମ ଆରମ୍ଭ ହୋଇଥିଲା ।

ସେଦିନ ଠାରୁ ଫେମସ ହେଇଗଲା ରଚନା ଆଉ ସିଦ୍ଧାନ୍ତଙ୍କ ପ୍ରେମ କାହାଣୀ । ଏହା ପରେ ଉଭୟ ସିଦ୍ଧାନ୍ତ ଆଉ ରଚନା ଅନେକ ଓଡିଆ ଫିଲ୍ମରେ କାମ କରି ଚାଲିଲେ । ସେ 32ଟି ଫିଲ୍ମ ସିଦ୍ଧାନ୍ତଙ୍କ ସହ କରିଥିଲେ । 1994 ମସିହାରୁ ସିଦ୍ଧାନ୍ତ ଆଉ ରଚନା ମିଶିକି ରହୁଥିଲେ । 2003 ମସିହାରେ ରଚନା ଆଉ ସିଦ୍ଧାନ୍ତଙ୍କର ସରପଞ୍ଚ ବାବୁ ଫିଲ୍ମ ଆସିଥିଲା ହେଲେ କେହି ଜାଣି ନଥିଲେ ଏହା ହେଉଛି ତାଙ୍କର ଶେଷ ଫିଲ୍ମ । ଏହା ପରେ ତାଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା ।

ତେବେ 2004 ମସିହାରେ ଉଭୟ ବିବାହ କରିବେ ବୋଲି ମଧ୍ୟ କହିଥିଲେ ହେଲେ କଳହ ହେବା କାରଣରୁ ଉଭୟ ଲଗା ହେଇଯାଇଥିଲେ । ଆଉ ପରବର୍ତ୍ତୀ ସମୟରେ ରଚନା ଓଡିଆ ଇଣ୍ଡଷ୍ଟ୍ରିକୁ ସବୁଦିନ ପାଇଁ ଛାଡି ଦେଲେ କେବଳ ବଙ୍ଗାଳୀ ଫିଲ୍ମରେ କାମ କରିଲେ । ଆଉ ଅନ୍ୟ ପଟେ ସିଦ୍ଧାନ୍ତ ଓଡିଆ ଅଭିନେତ୍ରୀ ମାମା ମିଶ୍ରଙ୍କ ସହ ବିବାହ କରି ନିଜର ନୂଆ ଜୀବନ ଆରମ୍ଭ କଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସିଦ୍ଧାନ୍ତ ଆଉ ରଚନାଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *