‘ଖୁବ ଶୀଘ୍ର ପୁଣି ଏକାଠି ହେବେ ସିଦ୍ଧାନ୍ତ ରଚନା, କରିବେ ଧମାଲ…’ ଏ ନେଇ କଣ କହିଲେ Ramesh Barik ଦେଖନ୍ତୁ ଭିଡିଓ 

ଦର୍ଶକ ବନ୍ଧୁ ଗୋଟେ ସମୟ ଥିଲା ଓଡିଆ ଫିଲ୍ମ ଦେଖିବା ପାଇଁ ଥିଏଟରରେ ଟିକେଟ ମିଳୁ ନଥିଲା । ହେଲେ ବର୍ତ୍ତମାନ ଓଡିଆ ଫିଲ୍ମକୁ ଥିଏଟର ମିଳୁନି । ଏବେ ଓଡିଆ ଇଣ୍ଡଷ୍ଟ୍ରିର ଅବସ୍ଥା ବହୁତ ଜଟିଳ । ଏହାର ମୁଖ୍ୟ କାରଣ ହେଉଛି କପି । ଏବେ ସମସ୍ତ ଓଡିଆ ଫିଲ୍ମ କପି ହେଉଥିବାରୁ ଦର୍ଶକ ଓଡିଆ ଫିଲ୍ମ ଦେଖିବାକୁ ପସନ୍ଦ କରୁ ନାହାନ୍ତି ତେଣୁ ଓଡିଆ ଫିଲ୍ମକୁ ଥିଏଟର ମିଳୁନି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ରମେଶ ବାରିକ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ରମେଶ ବାରିକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ମନେକର ଆକାଶ ଗୋଟେ ଫିଲ୍ମ କଲା ତାକୁ ଅଲଗା ହିରୋ ମାନେ ସପୋର୍ଟ କରିବା ଦରକାର  । ଯଦି ଜ୍ୟୋତି ଗୋଟେ ଫିଲ୍ମ କଲା ତାକୁ ଅନ୍ୟ ହିରୋ ମାନେ ସପୋର୍ଟ ଦେବା ଦରକାର ହେଲେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ସେଇଟା ନାହିଁ ।

ଦେଖନ୍ତୁ ବଲିଉଡରେ ସମସ୍ତେ ସମସ୍ତଙ୍କୁ ସପୋର୍ଟ କରନ୍ତି । ଯେଉଁ ପର୍ଯ୍ୟନ୍ତ ଆମେ ସମସ୍ତେ ନିଜ ନିଜ ମାନଙ୍କୁ ସପୋର୍ଟ ନ କରିବା ସେ ପର୍ଯ୍ୟନ୍ତ ଓଡିଆ ଇଣ୍ଡଷ୍ଟ୍ରି ଉଦ୍ଧେଇବ ନାହିଁ । ଏଠି ଓଡିଆ କଳାକାରଙ୍କ ମନରେ ଗର୍ବ ପଶି ରହିଛି ତେଣୁ ଆମକୁ ଗର୍ବ ଛଡେଇବାକୁ ପଡିବ ।

ମୋର ବହୁତ ଇଛା ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ଯାହା ଓଡିଆ ଦର୍ଶକ ଚାହୁଁ ଛନ୍ତି ମୁଁ ଚାହୁଁଛି ତାଙ୍କୁ ନେଇ ଏକ ଫିଲ୍ମ କରିବା ପାଇଁ । ମୁଁ ଦୁଇ ଜଣଙ୍କୁ କଲ୍ କରିଛି ଉଭୟ ରଚନା ଆଉ ମୁନା ଭାଇଙ୍କୁ ଫୋନ କରିଛି ଆଉ ଦୁଇଜଣ ରେଡି ଅଛନ୍ତି । ଆମେ ବହୁତ ଶୀଘ୍ର ଏକ ଯୋଜନା କରୁଛୁ ଉଭୟଙ୍କୁ ଆଣିବା ପାଇଁ ମୁଁ ଉଭୟଙ୍କୁ ନେଇ ଏକ ଫିଲ୍ମ କରିବି । ଯଦି ସେମାନେ ରାଜି ହୁଅନ୍ତି ମୁଁ ବହୁତ ଶୀଘ୍ର ସେମାନଙ୍କୁ ନେଇ ଏକ ଫିଲ୍ମ କରିବି ।

କାହାଣୀ ଯାହା ବି ହେଉ ସିଦ୍ଧାନ୍ତ ରଚନା ଆସିବେ ମାନେ ଓଡିଆ ଇଣ୍ଡଷ୍ଟ୍ରି ପଡିବ ଉଠିବ । ଲୋକ ପୁଣି ପାଗଳ ହେବେ ଗାଁ ଗହଳିରୁ ଲୋକ ଆସି ଫିଲ୍ମ ଦେଖିବେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରମେଶ ବାରିକ ଏକ ବଡ ଖୁଲାସା କରିଛନ୍ତି । ତେବେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *