ଦର୍ଶକ ବନ୍ଧୁ ଆଜି ଏକ ଦୁଃଖତ ଖବର ସାରା ଦେଶକୁ ସ୍ତବ୍ଦ କରିଛି । ଛତିଶଗଡର ଦାନ୍ତେପଡା ଅନ୍ତର୍ଗତ ଆରଏନପୁର ଠାରେ ଆଇଇଡି ବ୍ଳାଷ୍ଟ କରି ଡିଆରଜି ଯବାନଙ୍କ ଗାଡିକୁ ନକ୍ସଲ ବାଦୀ ମାନେ ଉଡାଇ ଦେଇ ଛନ୍ତି । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏହା ସତ । ଏହି ଖବରଟି ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ନକ୍ସଲ ବାଦୀଙ୍କ ଆକ୍ରମଣରେ 10 ଜଣ ଯବାନଙ୍କ ସମେତ ଜଣେ ଡ୍ରାଇଭର ସହିଦ ହୋଇ ଛନ୍ତି । ହେଲେ ଏତେ ବଡ ଆକ୍ରମଣ କରିବାରେ ନକ୍ସଲ ବାଦୀ ମାନେ କେମିତି ସଫଳ ହେଲେ ତାହା ହେଉଛି ସବୁ ଠାରୁ ବଡ ପ୍ରଶ୍ନ । ଛତିଶଗଡରେ ନକ୍ସଲ ବାଦୀଙ୍କ ଉତ୍ପାତକୁ ଦ୍ରୁଷ୍ଟିରେ ରଖି ଅତିରିକ୍ତ ଫୋର୍ସ ମୁତୟନ କରା ଯାଇଛି ।
ସବୁ ଦିନ ଭଳି ଗତ କାଲି ମଧ୍ୟ ଯବାନ ମାନେ କମିଙ୍ଗ ଅପରେସନ କରି ଥିଲେ ହେଲେ ରକ୍ତ ମୁଖା ପାଲଟି ଯାଇଥିବା ନକ୍ସଲ ବାଦୀ ମାନେ ପୂର୍ବରୁ ରାସ୍ତା ମଝିରେ ବିପୁଳ ପରିମାଣର ଆଇଇଡି ପୋତି ଦେଇ ଥିଲେ । କାରଣ ଅନେକ ଦିନ ହେବ ନକ୍ସଲ ବାଦୀ ମାନେ ନିଜର ଉପସ୍ଥିତିକୁ ଜାହିର କରିବା ପାଇଁ ସୁଯୋଗ ଖୋଜି ହେଉ ଥିଲେ ।
ନକ୍ସଲଙ୍କ ବିରୋଧରେ ଉଗ୍ର ରୂପ ଧାରଣ କରି ଥିବା ଡିଆରଜି ବା ଡିଷ୍ଟ୍ରିକ ରିଜର୍ବ ଗାର୍ଡର ଏକ ଟିମ ଆରଏନପୁର ବାଟେ କମିଙ୍ଗ ଅପରେସନ ସାରି ଫେରୁ ଥିବା ବେଳେ ପୂର୍ବ ଯୋଜନା ମୁତାବକ ଯବାନଙ୍କ ଭ୍ୟାନକୁ ଉଡାଇ ଦିଆ ଯାଇ ଥିଲା । ରାସ୍ତା ମଝିରେ କେତେ ପରିମାଣର ବିସ୍ପୋରକ ସାମଗ୍ରୀ ପୋତା ଯାଇ ଥିଲା ତାହା ସୃଷ୍ଟି ହୋଇ ଥିବା ଗାତରୁ ହିଁ ଜଣା ପଡୁଛି ।
ଗାତକୁ ଦେଖି ଜଣା ପଡୁଛି ନକ୍ସଲ ବାଦୀ ମାନେ ଏହି ଯୋଜନା ଅନେକ ଦିନ ଧରି ଚଳାଇ ଆସୁ ଥିଲେ । ସହିଦ ହୋଇ ଥିବା 11 ଜଣ ଡିଆରଜି ଯବାନଙ୍କ ମଧ୍ୟରେ ଜଣେ ଡ୍ରାଇଭର ମଧ୍ୟ ରହି ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।